ନୂଆଦିଲ୍ଲୀ: ଲକ୍ଡାଉନ୍ ଯୋଗୁଁ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି। ଚାଷ କାମକୁ ଚାଲୁ ରଖିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଲକ୍ଡାଉନ୍ ସମୟରେ ଦେଶରେ ଚାଷକାମ ଓ ବିହନ ବୁଣିବା ସୁନିଶ୍ଚିତ କରିବାକୁ ରାଜ୍ୟଗୁଡିକୁ ଚିଠି ଲେଖିଲା କେନ୍ଦ୍ର ଗୃହମନ୍ତ୍ରାଳୟ। କରୋନାକୁ ନେଇ ସାରା ଦେଶରେ...
ଭଦ୍ରକ: ସକାଳ ଆରମ୍ଭ ହେବା ମାତ୍ରେ ହିଁ ନିୟମ ଉଲ୍ଲଘଂନକାରୀଙ୍କୁ ଦେଖିବାକୁ ମିଳିଛି। ବିନା କାରଣରେ ବାହରେ ବୁଲୁଥିବାରୁ ପୋଲିସ୍ ହାବୁଡରେ ଧରାପଡ଼ି ୯ ଜଣ ବନ୍ଧା ହେବା ସହ କ୍ୱାରେଣ୍ଟାଇନ୍ରେ ରହିଛନ୍ତି। ସଟ୍ଡାଉନ୍ ହୋଇଥିବା ଭଦ୍ରକ ସହରର ବିଭିନ୍ନ ଅଞ୍ଚଳରେ କଡ଼ାକଡ଼ି ଯାଞ୍ଚ କରାଯାଇଛି। ନିୟମ ଉଲ୍ଲଂଘନ...
ରାଉରକେଲା: ରାଜ୍ୟରେ କରୋନା ସ୍ଥିତି ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସ୍ୱାସ୍ଥ୍ୟସେବାକୁ ତ୍ୱରାନ୍ୱିତ କରାଯାଉଛି। ରାଜ୍ୟରେ ୨ କୋଭିଡ୍ ହସ୍ପିଟାଲ ଖୋଲାଯାଇ ଥିବାବେଳେ ଆଉ ଏକ ହସ୍ପିଟାଲରେ ରାଉଲକେଲାରେ ଖୋଲାଯାଇଛି। ରାଉରକେଲା ସ୍ଥିତ ହାଇଟେକ୍ ମେଡିକାଲ କଲେଜରେ ଖୋଲିଲା ରାଜ୍ୟର ତୃତୀୟ କୋଭିଡ୍-୧୯ ହସ୍ପିଟାଲ୍। ୨୦୦ ବେଡ୍ ବିଶିଷ୍ଟ...
ଭୁବନେଶ୍ୱର: ଗୋଟିଏ ଦିନରେ ଟ୍ୱିନ୍ ସିଟିରେ ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସମସ୍ତଙ୍କ ନିଦ ହଜାଇ ଦେଇଛି। ଏ ନେଇ ରାଜ୍ୟ ସରକାର ଶଟ୍ ଡାଉନ୍ ପରି କଠୋର ପଦକ୍ଷେପ ନେଇଛନ୍ତି। ଉଭୟ ଭୁବନେଶ୍ୱର ଓ କଟକ ମହାନଗର ଅଞ୍ଚଳ ସମେତ ଭୁବନେଶ୍ୱର ଉପକଣ୍ଠରେ...
ଭୁବନେଶ୍ୱର: ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ୪୮ ଘଣ୍ଟା ପାଇଁ ଶଟ୍ ଡାଉନ୍ କରିଛନ୍ତି। ଆଜି ରାତି ୮ଟାରୁ ଆସନ୍ତା ରବିବାର ରାତି ୮ଟା ପର୍ଯ୍ୟନ୍ତ ଶଟ୍ ଡାଉନ୍ କରି ଦିଆଯାଇଛି। ଏହି ସମୟରେ ଲକଡାଉନ୍ ଥିବାବେଳେ ଓଡ଼ିଶା ସରକାର ଆଜି ସନ୍ଧ୍ୟା...
ନୂଆଦିଲ୍ଲୀ: କରୋନା ଯୋଗୁଁ ଦେଶବ୍ୟାପୀ ଲକ୍ଡାଉନ୍। ଏହା ଯୋଗୁଁ ଘରୋଇ ହିଂସା ବୃଦ୍ଧି ପାଇଛି। କାରଣ ଜାତୀୟ ମହିଳା କମିଶନଙ୍କ ସୂଚନା ଅନୁସାରେ, ଦେଶବ୍ୟାପୀ ଲକ୍ଡାଉନ୍ ଲାଗୁ ହେବା ପରଠୁ ୨୫୦ରୁ ଅଧିକ ଅଭିଯୋଗ କମିଶନଙ୍କ ହସ୍ତଗତ ହୋଇଛି। ସେଥିମଧ୍ୟରୁ ୬୯ଟି ଘରୋଇ ହିଂସା ସମ୍ପର୍କିତ ରହିଛି। ଏଭଳି...
ଭୁବନେଶ୍ୱର: ରାଜ୍ୟର ପଞ୍ଚମ ଆକ୍ରାନ୍ତଙ୍କ ଟ୍ରାଭେଲ ତଥ୍ୟ ରାଜ୍ୟ ସରକାର ପ୍ରକାଶ କରିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ନାମ ପ୍ରଦୀପ୍ତ ଦଳବେହେରା ଓ ସେ ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳର ବାସିନ୍ଦା। ସେ ମାର୍ଚ୍ଚ ୫ ତାରିଖରେ ପ୍ରଦୀପ ସୂର୍ଯ୍ୟନଗର ମହାଶକ୍ତି କ୍ଲିନିକ୍ ଯାଇଥିଲେ। ମାର୍ଚ୍ଚ ୧୨ ତାରିଖରେରେ ସେ ପୁଣି...
ଭୁବନେଶ୍ୱର: ବିଶ୍ୱ ମହାମାରୀ କରୋନା ରାଜ୍ୟବାସୀଙ୍କୁ ସତେ ଯେପରି ସ୍ଥାଣୁ କରିଦେଇଛି। ଲକ୍ଡାଉନ୍ ହେବା ଯୋଗୁଁ ଗରିବ ଓ ଖଟିଖିଆଙ୍କ ଜୀବନଜୀବିକା ଠପ୍ ହୋଇଯାଇଛି। ରାଜ୍ୟର ବିଭିନ୍ନ ସହରମାନଙ୍କରେ ଘର ଭଡ଼ା ରହିଥିବା ଗରିବ ଓ ଶ୍ରମିକମାନଙ୍କ ରୋଜଗାରଶୂନ୍ୟ ହୋଇଯାଇଛି। ଏପରି ସ୍ଥିତିରେ ଘର ଭଡା ନମାଗି ବିଶ୍ୱରେ...
ନୂଆଦିଲ୍ଲୀ: ଦିଲ୍ଲୀ ନିଜାମୁଦ୍ଦିନ ତବଲଗି ଜମାତ କାର୍ଯ୍ୟକ୍ରମରେ ସାମିଲ ଥିବା ୯୬୦ ବିଦେଶୀ ନାଗରିକଙ୍କୁ କଳା ତାଲିକା ଭୁକ୍ତ ଘୋଷଣା କଲେ କେନ୍ଦ୍ର ସରକାର। ଟୁରିଷ୍ଟ ଭିସାରେ ଭାରତ ଆସିଥିବା ଏହି ବିଦେଶୀ ନାଗରିକମାନେ ତବଲିଗ୍ ଜମାତ କାର୍ଯ୍ୟକ୍ରମ ସଂପୃକ୍ତ ଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ...
ଭୁବନେଶ୍ୱର: କରୋନା ପାଇଁ ଫିକା ପଡ଼ିଲା ପବିତ୍ର ରାମନବମୀ ଉତ୍ସବ। ମହାପ୍ରଭୁ ଶ୍ରୀରାମଙ୍କ ଜନ୍ମତିଥିକୁ ଦେଶର ବିଭିନ୍ନ ଅଞ୍ଚଳରେ ବେଶ୍ ଜାକଜମକରେ ପାଳନ କରାଯାଏ ହେଲେ ଚଳିତ ବର୍ଷ କରୋନାର ପ୍ରାଦୁର୍ଭାବ ଯୋଗୁଁ ବିଭିନ୍ନ ସ୍ଥାନରେ କେବଳ ମନ୍ଦିରରେ ନୀତିକାନ୍ତି ପାଳିତ ହେଉଥିଲେ ବି ଭକ୍ତଙ୍କ କୋଳାହଳ ଦେଖିବାକୁ...
ନୂଆଦିଲ୍ଲୀ: ଚିନ୍ତା ବଢାଇଲାଣି ନିଜାମୁଦ୍ଦିନ ଫେରନ୍ତା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସବୁଠାରୁ ସାଂଘାତିକ ଅବସ୍ଥା ଦିଲ୍ଲୀରେ ଦେଖିବାକୁ ମିଳିଛି। କରୋନା ସଂକ୍ରମଣରେ ଦିଲ୍ଲୀରେ ଆଜି ଆଉ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଉଭୟ ମୃତକ ମରକଜ ଧର୍ମସଭା ସହ ଲିଙ୍କ ଥିବା ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ...
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ଅସହ୍ୟ ତାତିରେ ଜନଜୀବନ ଅସ୍ତବ୍ୟସ୍ତ କରିପକାଇଛି। ଆଜି ରାଜ୍ୟର ୩ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଛି। ଇତି ମଧ୍ୟରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗରମରୁ ତ୍ରାହି ପାଇବା ପାଇଁ ୨୪...
ସୁନ୍ଦରଗଡ: ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ। ପରସ୍ପର ମଧ୍ୟରେ ହଣାହଣି ହୋଇ ୨ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି। ବଡ଼ ଭାଇ ଓ ପୁଅ ଏବଂ ସାନଭାଇର ସ୍ତ୍ରୀ ଓ ପୁଅଙ୍କର ମୃତ୍ୟୁ ହୋଇଛି। ଓଡ଼ିଶାର ସୁନ୍ଦରଗଡ଼ ସୀମାକୁ ଲାଗିଥିବା ଝାଡ଼ଖଣ୍ଡ ରାଜ୍ୟର ସିମଡେଗା ଜିଲ୍ଲା କୁର୍ଡେଗ ଥାନା...
କୋରାପୁଟ: ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ୬ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି। ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ସର୍ଗିଗୁଡାରେ। ଆଜି ସର୍ଗିଗୁଡ଼ାରେ ଜଣେ ବ୍ୟକ୍ତି ତାଙ୍କ ନୂଆ ଘର ଛାତରେ ପାଣି ପକାଉଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ତାଙ୍କୁ...