ଭୁବନେଶ୍ୱର: ସଟଡାଉନ ଘୋଷଣା ପରେ ତିନି ଜିଲ୍ଲାବାସୀଙ୍କୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ ନିବେଦନ। ରାଜ୍ୟ ସରକାରଙ୍କ ପକ୍ଷରୁ ସଟଡାଉନ ଘୋଷଣା ହୋଇଥିବାରୁ ଏହାକୁ ପାଳନ କରିବା ଲାଗି ତିନି ଜିଲ୍ଲାବାସୀଙ୍କୁ ସେ ନିବେଦନ କରିଛନ୍ତି। ଏହାସହ ସଟଡାଉନ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ଲାଗି ପୋଲିସ ଦୃଢ଼ ପଦକ୍ଷେପ...
ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାରୁ ପଶ୍ଚିମବଙ୍ଗକୁ ସଂଯୋଗ କରୁଥିବା ୩୭ଟି ରାସ୍ତାକୁ ପୋଲିସ ପକ୍ଷରୁ ସିଲ୍ କରିଦିଆଯାଇଛି। ଗାଡ଼ି ଚଳାଚଳ କରିପାରୁଥିବା ୩୭ଟି ରାସ୍ତାରେ ବ୍ୟାପକ ପୋଲିସ ମୁତୟନ ସହ ବନ୍ଦ କରାଯାଇଛି ବୋଲି ପୋଲିସ ମହାନିର୍ଦ୍ଦେଶକ ଅଭୟ କହିଛନ୍ତି। ଏହିସବୁ ସଂଯୋଗ ପଥରେ ବ୍ୟାରିକେଡ୍ ଲଗାଯାଇଛି କେତେକ ରାସ୍ତାରେ...
ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୧୨୨୯ ନୂଆ କରୋନା ସଂକ୍ରମିତ ହୋଇଛନ୍ତି। ଏଥି ସହିତ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ହଜାର ୭୦୦ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ୩୪ ମୃତ୍ୟୁ ସହ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୬୮୬କୁ ବୃଦ୍ଧି ହୋଇଛି। ତେବେ ଆରୋଗ୍ୟ ହାର...
ଭୁବନେଶ୍ୱର: ଆସନ୍ତାକାଲିଠାରୁ ରାଜ୍ୟରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷାର ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ଏଥିପାଇଁ ଅଧିକାଂଶ ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଛି। ଯାଜପୁର, ବାଲେଶ୍ୱର, ମୟୁରଭଞ୍ଜ, କେଉଁଝର, ଢେଙ୍କାନାଳ, ଅନୁଗୁଳ, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଦ, ସମ୍ବଲପୁର, ସୁବର୍ଣ୍ଣପୁର, ବଲାଙ୍ଗିର ଏବଂ କଳାହାଣ୍ଡି ଆଦି ୧୩...
ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ଚିନ୍ତାଜନକ ହୋଇଥିବାବେଳେ ୩ ଜିଲ୍ଲାକୁ କରାଗଲା ସମ୍ପୂର୍ଣ୍ଣ ସଟ୍ଡାଉନ୍। ଭଦ୍ରକ, ବାଲେଶ୍ୱର, ଯାଜପୁରରେ କରୋନା ସ୍ଥିତି ଉଦ୍ବେଗଜନକ ରହିଥିବାରୁ ଏହି ୩ଜିଲ୍ଲାକୁ୬୦ ଘଣ୍ଟା ପାଇଁ ସଟ୍ଡାଉନ୍ ଘୋଷଣା କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।...
ଭୁବନେଶ୍ୱର: କରୋନା ମୁକାବିଲା ଓ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ୬ଟି ସହର ଛାଡ଼ି ରାଜ୍ୟର ସମସ୍ତ ସ୍ଥାନରେ ବ୍ୟାଙ୍କଗୁଡ଼ିକର ସମୟରେ ପରିବର୍ତ୍ତନ କରାଯାଇଛି। ସକାଳ ୮ଟାରୁ ଅପରାହ୍ଣ ୨ଟା ଯାଏ ବ୍ୟାଙ୍କ ଖୋଲା ରହିବ। ତେବେ ସକାଳ ୮ଟାରୁ ଦିନ ଗୋଟାଏ ଯାଏ ଗ୍ରାହକ ସେବା...
ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ବିଶେଷ କରି ୩ ଜିଲ୍ଲାରେ ସ୍ଥିତି ବିଗିଡିବା ଆଶଙ୍କା କରାଯାଉଛି। ଅନ୍ୟ ରାଜ୍ୟରୁ ଲୋକେ ଆସିବା ପରେ ଅବସ୍ଥା ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଏପରି ସ୍ଥିତିରେ ଜିଲ୍ଲାପାଳଙ୍କ ସୂଚନା ସାଧାରଣରେ ଆହୁରି ଚିନ୍ତା ବଢାଇଛି। ଲକଡାଉନ ସତ୍ତ୍ୱେ...
ଭୁବନେଶ୍ୱର: ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ। ଯାଜପୁରରେ ୪ ନୂଆ ଆକ୍ରାନ୍ତ ଚିହ୍ନଟ ହେବାର କିଛି ସମୟର ବ୍ୟବଧାନ ମଧ୍ୟରେ ରାଜ୍ୟରେ ଆଉ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୨ ଜଣ ବାଲେଶ୍ୱର ଅଞ୍ଚଳର ହୋଇଥିବା ରାଜ୍ୟ ଡିଷ୍ଟ୍ରିକ୍ଟ କରୋନା ୱେବସାଇଟ୍ରେ ସୂଚନା ଦିଆଯାଇଛି।...
ଭୁବନେଶ୍ୱର: କରୋନା କଟକଣା ପାଇଁ ଲକଡାଉନ୍ ପରଠୁ ଓଡ଼ିଶାରେ ଫସିଯାଇଥିବା ଭୁଟାନ୍ ନାଗରିକ ସ୍ୱଦେଶ ଫେରୁଛନ୍ତି। ପ୍ରାୟ ୨୬ ଜଣ ଭୂଟାନ ଅଧିବାସୀ ଆଜି ଭୁଟାନ ଅଭିମୁଖେ ବାହାରିଛନ୍ତି। ଭୁଟାନ୍ ସରକାର ପଠାଇଥିବା ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରୁ ଏମାନେ ସ୍ୱଦେଶ ଫେରୁଛନ୍ତି। ଏହି ବିମାନଟି...
ଭୁବନେଶ୍ୱର: ଏପ୍ରିଲ ଶେଷ ସୁଦ୍ଧା ଦିନକୁ ୩ ହଜାର କରୋନା ଟେଷ୍ଟ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ବଲାଙ୍ଗିର, ବାଲେଶ୍ୱର, ବାରିପଦା ଓ କୋରାପୁଟ ଏହିଭଳି ୪ଟି ମେଡିକାଲ କଲେଜରେ ଟେଷ୍ଟିଂ ଲ୍ୟାବ ପ୍ରସ୍ତୁତ କରାଯିବ। ଏଥିସହ ଭୁବନେଶ୍ୱରସ୍ଥିତ ଓୟୁଏଟିରେ ମଧ୍ୟ ହେବ କରୋନା ନମୂନା ପରୀକ୍ଷା।...
ଭୁବନେଶ୍ୱର: ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ସମ୍ପୂର୍ଣ୍ଣ ସିଲ୍ କରିବା ସମ୍ଭବ ନୁହେଁ। ପଶ୍ଚିମବଙ୍ଗ ସୀମା ଅଧିକ ଲମ୍ବା ଥିବାରୁ ଏହାକୁ ସିଲ୍ କରିବା ସମ୍ଭବ ନୁହେଁ ବୋଲି ମନ୍ତ୍ରୀ ପ୍ରତାପ ଜେନା ସ୍ପଷ୍ଟ କରିଛନ୍ତି। କିନ୍ତୁ ସୀମାନ୍ତରେ ଚେକିଂ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ...
ଭୁବନେଶ୍ୱର: ରାଜ୍ୟରେ ଆଉ ୪ କରୋନା ପଜିଟିଭ ଚିହ୍ନଟ। ଏମାନେ ସମସ୍ତେ ଯାଜପୁର ଅଞ୍ଚଳର ବୋଲି ସ୍ୱାସ୍ଥ୍ୟ ବିଭାଗ ୱେବସାଇଟ୍ରେ ସୂଚନା ଦିଆଯାଇଛି। ତେବେ ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ବିଭାଗ ୱେବସାଇଟର ସୂଚନା ଅନୁସାରେ ଯାଜପୁରରେ ଆଉ ୪ ପଜିଟିଭ୍...
ଭୁବନେଶ୍ୱର: ଏପ୍ରିଲ ୨୦ରୁ ଲକଡାଉନ୍ କୋହଳ ହୋଇଥିବାରୁ ମାଲ ପରିବହନ, ଶ୍ରମିକ ନିୟୋଜନ ଓ ଗାଡ଼ି ମରାମତି ଦୋକାନ ଖୋଲିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏସଓପି ଜାରି। ଏ ନେଇ ସବୁ ଜିଲ୍ଲାପାଳ, CP ଓ ମ୍ୟୁନିସିପାଲ କମିଶନରଙ୍କୁ SRCଙ୍କ ପକ୍ଷରୁ ଚିଠି କରାଯାଇଛି। ଏହା ଅନୁସାରେ...
ପାରାଦୀପ: କାମ ଦିଅ ନଚେତ୍ ଘରକୁ ପଠାଇବାର ବ୍ୟବସ୍ଥା କର। ଲକଡାଉନ ଘୋଷଣା ପରଠୁ ପାରାଦୀପରେ ଫସି ରହିଥିବା ବାହାର ରାଜ୍ୟର ଶ୍ରମିକ ମାନେ ଏଭଳି ଦାବି କରିଛନ୍ତି। ଏମାନଙ୍କ ମଧ୍ୟରୁ ଗତକାଲି ବିଳମ୍ବିତ ରାତ୍ରିରେ ଟିଟିଲାଗଡର 19 ଜଣ ଶ୍ରମିକ ପାଦରେ ଚାଲି ଚାଲି ପାରାଦୀପରୁ ପଳାଇଥିବା...
ନୂଆଦିଲ୍ଲୀ: ୧୮ ହଜାର ୯ଶହ ପାର୍ କରିଛି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସେହିପରି ୬୦୩ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଆରୋଗ୍ୟ ହାର ବେଶ ଉତ୍ସାହଜନକ ରହିଛି। ୧୭.୪୮ ପ୍ରତିଶତ ସଂକ୍ରମିତ ଅର୍ଥାତ୍ ୩୨୫୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗଲା ୨୪ ଘଣ୍ଟାରେ କରୋନା ବିରୋଧୀ...
ଭୁବନେଶ୍ୱର: ଗତ ୨ ଦିନରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିଛି। ଏଥିରୁ ଅଧିକାଂଶ ବାହାର ରାଜ୍ୟର ଲିଙ୍କ୍। ତେବେ ସିଲ୍ ସତ୍ତ୍ୱେ କେମିତି ଆସୁଛନ୍ତି ବାହାର ରାଜ୍ୟର ଥିବା ଲୋକ? ଲକଡାଉନ କଡ଼ାକଡ଼ି ସତ୍ତ୍ୱେ ଓଡ଼ିଶା ସୀମାନ୍ତରେ ବିଭିନ୍ନ ରାଜ୍ୟରୁ ଲୋକେ ଗଳାବାଟ ଦେଇ ପ୍ରବେଶ...