କେନ୍ଦ୍ରାପଡ଼ା: ନିଜ ଗାଁକୁ ନିଜେ ସାନିଟାଇଜ କଲେ ଯୁବକ। କେନ୍ଦ୍ରାପଡ଼ା ବ୍ଲକ୍ କୋର ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ କୋର ଗାଁ ରେ କିନ୍ତୁ ଏ ନେଇ କୌଣସି ସଚେତନତା କାର୍ଯ୍ୟକ୍ରମ କରାଯାଉନଥିଲା l କିନ୍ତୁ ନିଜ ଗାଁକୁ...
ପୁରୀ: କରୋନା କଟକଣାକୁ ଉଲ୍ଲଂଘନ କରି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ଶ୍ରୀଜିଉଙ୍କୁ ଦର୍ଶନ କରିଥିବା ବଡ଼ଚଣାର ନିଲମ୍ବିତ IIC ଦୀପକ ଜେନାଙ୍କ ନାଁରେ ପୁଣି ମାମଲା। ଆଇପିସିର ଧାରା ୧୭୧, ୧୬୬/୧୬୬(ଏ)ରେ ମାମଲା ରୁଜୁ କରାଯାଇଛି। ଆଇନ ଉଲ୍ଲଙ୍ଘନ, ଘରୋଇ ଗାଡ଼ିରେ ପୋଲିସବତୀ ଲଗାଇଥିବାରୁ ମାମଲା ରୁଜୁ...
ଗଞ୍ଜାମ: ଗଞ୍ଜାମକୁ ଅନ୍ୟ ରାଜ୍ୟରୁ ଆସିବାକୁ ଚାହୁଁଥିବା ଲୋକେ ଏଣିକି ଜିଲ୍ଲା ପ୍ରଶାସନକୁ ଅବଗତ କରିବେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ସ୍ୱତନ୍ତ୍ର ଭାବେ ଆରମ୍ଭ ହୋଇଛି ଅନଲାଇନ୍ ପୋର୍ଟାଲ ସିଷ୍ଟମ୍। DISTRICT COVID CELL GANJAM ନାଁରେ ଏହି ପୋର୍ଟାଲ ଆରମ୍ଭ କରାଯାଇଛି। ଯେଉଁଥିରେ ନାଁ, ବୟସ,...
ଭୁବନେଶ୍ୱର: ଏଣିକି ଅନଲାଇନରେ ଚାଷୀଙ୍କ ପନିପରିବା ବିକ୍ରି ହେବ। କୃଷି ବିଭାଗ ପକ୍ଷରୁ ଏନେଇ ପଦକ୍ଷେପ ଆରମ୍ଭ ହୋଇଛି। ଏନେଇ ଏକ ମାର୍କେଟିଂ ୱେବସାଇଟ୍ ଆରମ୍ଭ ହୋଇଛି। odi hort marketing.nic.in ନାଁରେ ଏହି ୱେବସାଇଟ୍କୁ ଆରମ୍ଭ କରାଯାଇଛି। ସାରା ରାଜ୍ୟର ଚାଷୀ ନିଜ ପନିପରିବା ସମ୍ପର୍କରେ ତଥ୍ୟ...
କେନ୍ଦୁଝର: କରୋନା ସଂକ୍ରମଣ ଡରରେ ମୃତଦେହକୁ ଛୁଇଁଲେନି ଗାଁ ଲୋକେ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ନାରଦପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ମୃତ ବ୍ୟକ୍ତି ଜଣକ ଗତ ମାର୍ଚ୍ଚ ୧୧ ତାରିଖରେ ବେଙ୍ଗାଲୁରୁରୁ ଗାଁକୁ ଫେରିଥିଲେ। ବେଙ୍ଗାଳୁରୁରୁ ଫେରିଥିବାରୁ ହୋମ୍ କ୍ୱାରେଣ୍ଟିନରେ ମଧ୍ୟ...
ଭୁବନେଶ୍ୱର: ସରକାରୀ ଅଫିସ୍ରେ କାର୍ଯ୍ୟ କରିବାକୁ ନେଇରାଜ୍ୟ ସରକାର ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏପ୍ରିଲ ୧୦ରୁ ଜୁନ୍ ୧୫ତାରିଖ ପର୍ଯ୍ୟନ୍ତ ଜିଲ୍ଲାସ୍ତରରେ ସମସ୍ତ ସରକାରୀ କାର୍ଯ୍ୟାଳୟ, ରାଜସ୍ୱ କୋର୍ଟଗୁଡ଼ିକର ଅଫିସ୍ ସମୟ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପାଳନ ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗ...
ନୂଆଦିଲ୍ଲୀ: କରୋନାରୁ ବର୍ତ୍ତିବାକୁ ଭାରତୀୟ ସ୍ଥଳସେନାର ନୂଆ ଷ୍ଟ୍ରାଟେଜି। ମହାମାରୀ କରୋନାରେ ସ୍ଥଳସେନାର କେତେକ ଯବାନ ସଂକ୍ରମିତ ହେବା ପରେ ଅନ୍ୟମାନଙ୍କୁ ଏହାର ପ୍ରଭାବରୁ ସୁରକ୍ଷା ଦେବାକୁ ସେନାର ସମସ୍ତ କର୍ମଚାରୀଙ୍କୁ ବର୍ଗିକରଣ କରାଯାଇଛି। ଯବାନମାନେ ଗ୍ରୀନ୍, ୟେଲୋ ଓ ରେଡ୍ ଭଳି ୩ଟି ବିଭାଗରେ ରହିବେ। ୧୪...
ନୂଆଦିଲ୍ଲୀ: ଦେଶରେ କରୋନା ମୃତ୍ୟୁସଂଖ୍ୟା ୫୪୩କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ୨୪ ଜଣଙ୍କ ଜୀବନ ଯାଇଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ୨୬୫କୁ ବୃଦ୍ଧି ପାଇଛି। ୧୪ ହଜାର ୧୭୫ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୨ହଜାର ୫୪୭ ଜଣ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ରରେ...
ଭୁବନେଶ୍ୱର: ଓଡ଼ିଶାରେ ଆଜି ନୂଆ ୧୩ ପଜିଟିଭଙ୍କ ସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪ରେ ପହଞ୍ଚିଛି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଜ୍ୟ କୋଭିଡ୍-୧୯ ମୁଖ୍ୟ ମୁଖପାତ୍ରଙ୍କ ସୂଚନା ଅନୁଯାୟୀ ଏମାନଙ୍କ ଭିତରୁ ମୋଟ୍ ୨୪ ଜଣ ଅର୍ଥାତ୍ ପ୍ରାୟ ଏକ ତୃତୀୟାଂଶଙ୍କ ପଶ୍ଚିମବଙ୍ଗ ଲିଙ୍କ୍। ଏମାନେ...
ଭୁବନେଶ୍ୱର: ରାଜ୍ୟରେ ଥମିଯାଇଥିବା କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଲା। ୨୪ ଘଣ୍ଟାରେ ୧୩ କରୋନା ରୋଗୀଙ୍କ ଚିହ୍ନଟ ପରେ ୭୪ରେ ପହଞ୍ଚିଛି ସଂକ୍ରମିତଙ୍କ ସଂଖ୍ୟା। ସକାଳେ ୭, ଅପରାହ୍ନରେ ୬ ଗୋଟିଏ ଦିନରେ ରାଜ୍ୟରୁ ୧୩ ନୂଆ କରୋନା ରୋଗୀ ଚିହ୍ନଟର ଖବର। ଏବେ ନିଦ ହଜାଇଲାଣି...
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ୩ଜଣ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହେବା ପରେ କଣ୍ଟେନମେଣ୍ଟ ଅବଧି ବଢାଇଛି ଜିଲ୍ଲା ପ୍ରଶାସନ। ରାଉରକେଲାର ବିଶ୍ରାରେ କଣ୍ଟେନମେଣ୍ଟ୍ ଜୋନ ଅବଧି ଆଉ ୪୮ ବଢ଼ିଛି। ପଞ୍ଚମ ଥର ପାଇଁ ସୁନ୍ଦରଗଡ଼ ଜିଲ୍ଲାପ୍ରଶାସନ ଏପରି ନିଷ୍ପତ୍ତି ନେଇଛି। ଏପରିକି ପ୍ରତିଦିନ ଉକ୍ତ ଅଞ୍ଚଳକୁ...
ନୂଆଦିଲ୍ଲୀ: କରୋନା ସ୍ଥିତି ମୁକାବିଲା ନେଇ ରାଜ୍ୟରେ କେନ୍ଦ୍ର ସରକାରଙ୍କ ପ୍ରଶଂସା। ଓଡ଼ିଶା ଓ କେରଳକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ। ଲକ୍ଡାଉନ ପୂର୍ବରୁ ଦେଶରେ ପ୍ରତି ୩. ୪ ଦିନରେ କେସ୍ ଦ୍ୱିଗୁଣିତ ହେଉଥିଲା। ଲକଡାଉନ୍ ପରେ ଏବେ ପ୍ରତି...
ମୁମ୍ବାଇ: ମୁମ୍ବାଇରେ କରୋନା ସ୍ଥିତି ଆହୁରି ସଙ୍ଗୀନ ହେବାରେ ଲାଗିଛି। ମୁମ୍ବାଇରେ ୫୩ ଜଣ ସାମ୍ବାଦିକ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସରବରାହ ସଂସ୍ଥାରୁ ଜଣାପଡିଛି। ହଫିଙ୍ଗପୋଷ୍ଟ ନାମକ ଏକ ଖବର ସଂସ୍ଥା ଦେଇଥିବା ସୂଚନା ଅନୁଯାୟୀ ମହାରାଷ୍ଟ୍ରର ହଟ୍ସ୍ପଟ୍ କୁହାଯାଉଥିବା ମୁମ୍ବାଇରେ ୫୩ ଜଣ ସାମ୍ବାଦିକ କରୋନା...