ପୁରୀ: ଅସ୍ତ୍ରୋପଚାର କରିବାକୁ ଯାଇ ମହିଳାଙ୍କ ପେଟରେ ଗଜକନା ଛାଡ଼ିଦେଲେ ଡାକ୍ତର। ଅଭିଯୋଗ ଆସିଛି ପୁରୀ ଜିଲ୍ଲା କାକଟପୁର ଅଞ୍ଚଳରୁ। ଜେନଫ୍ ବେଗମ୍ ନାମକ ଜଣେ ପ୍ରସୂତି ଗତ ୬ ମାସ ତଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ସେ ଅସ୍ତ୍ରୋପଚାର ପରେ ଏକ...
ଭୁବନେଶ୍ୱର: କ୍ୱାରେଣ୍ଟିନ୍ ଅବଧି ସରିବା ପରେ ମିଳିଲାନି ସରକାରୀ ସହାୟତା। ଘରକୁ ଫେରିବାକୁ ଚାଲି ଚାଲି ଯିବାକୁ ପଡ଼ିଲା ୫୦ କିଲୋମିଟରରୁ ଅଧିକ ବାଟ। ଏଭଳି କିଛି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାରେ। ତେଲେଙ୍ଗାନାରେ ଦାଦନ ଭାବେ କାମ କରୁଥିବା ଜିଲ୍ଲାର କିଛି ଶ୍ରମିକ ଲକଡାଉନ୍ ପରେ ଜୀବିକା...
ଭୁବନେଶ୍ୱର: ରାଜ୍ୟରେ କରୋନା ସମସ୍ୟା ସହ ଅର୍ଥନୈତିକ ସମସ୍ୟା ମଧ୍ୟ ସୃଷ୍ଟି ହୋଇଛି। ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ଅର୍ଥନୈତିକ ଉନ୍ନତି ପାଇଁ ସ୍ୱତନ୍ତ୍ର ଖସଡ଼ା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ଏ ବାବଦରେ ୧୭ ହଜାର କୋଟିର ବ୍ୟୟ ଅଟକଳ ରଖାଯାଇଥିବା କ୍ୟାବିନେଟ୍ ବୈଠକ ପରେ ସୂଚନା ଦେଇଛନ୍ତି...
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ବନ୍ଦେ ଉତ୍କଳ ଜନନୀ ଗାଇବାକୁ ଅନୁରୋଧ କଲେ ବିରୋଧୀ ବିଜେପି ଓ କଂଗ୍ରେସ। ସଚିବାଳୟ ସମ୍ମୁଖରେ ସାମାଜିକ ଦୂରତା ରଖି ବନ୍ଦେ ଉତ୍କଳ ଜନନୀ ଗାଇବାକୁ କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ଯଦି, ମୁଖ୍ୟମନ୍ତ୍ରୀ ଏଭଳି କରନ୍ତି ତେବେ ସେ ବି ତାଙ୍କ...
ଭୁବନେଶ୍ୱର: ରାଜ୍ୟରେ ଆଉ ୯୦ କରୋନା ଆକ୍ରାନ୍ତ ସୁସ୍ଥ। ସେମାନଙ୍କ ଭିତରୁ ଜଗତସିଂହପୁରରୁ ୨୩, ଯାଜପୁରରୁ ୨୨, ଭଦ୍ରକରୁ ୨୧, ଗଞ୍ଜାମରୁ ୧୫, କଟକରୁ ୩, ଖୋର୍ଦ୍ଧା ଓ ସମ୍ୱଲପୁରରୁ ୨ ଜଣ ଲେଖାଏଁ, ବାଲେଶ୍ୱର ଓ ନୟାଗଡ଼ରୁ ଜଣେ ଲେଖାଏଁ ଅଛନ୍ତି। ଆଜି ସୁଦ୍ଧା ୯୭୭ ଜଣ...
ଭୁବନେଶ୍ୱର: କେରଳରୁ ଫେରିଲେ ୧୬୯ ଓଡ଼ିଆ ଝିଅ। ଲକଡାଉନ୍ ଯୋଗୁ କେରଳରେ ଫସି ରହିଥିବା ଝିଅମାନଙ୍କୁ ଭୁବନେଶ୍ୱରକୁ ଅଣାଯାଇଛି। ଏକ ସ୍ୱତନ୍ତ୍ର ବିମାନରେ ଏମାନଙ୍କୁ ଏର୍ଣ୍ଣାକୁଲମରୁ ଭୁବନେଶ୍ୱରକୁ ଅଣାଯାଇଛି। ଏର୍ଣ୍ଣାକୁଲମର ଏକ କପଡ଼ା କାରଖାନାରେ ଏମାନେ ସମସ୍ତେ କାମ କରୁଥିଲେ। ଲକଡାଉନ୍ ଯୋଗୁଁ ଏମାନେ ସେଠି ଫସି ରହିଥିଲେ।...
ଭୁବନେଶ୍ୱର: ପ୍ରବାସୀଙ୍କୁ ଜୀବିକା ଯୋଗାଇବେ ସରକାର। ଜୁନ୍ ୨୦୨୦ରୁ ମାର୍ଚ୍ଚ ୨୦୨୧ ମଧ୍ୟରେ ଖର୍ଚ୍ଚ ହେବ ୧୭ ହଜାର କୋଟି ଟଙ୍କା। ଯୁଦ୍ଧକାଳୀନ ଭିତ୍ତିରେ ପ୍ରବାସୀଙ୍କୁ ଜୀବିକା ଯୋଗାଇବାକୁ ଯୋଜନା ରହିଛି। ଆଜି ବସିଥିବା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ୨୨ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ। ମୁଖ୍ୟତଃ ହୋଟେଲ,...
ମୁମ୍ବାଇ: କରୋନା ଯୁଦ୍ଧରେ ବିଜୟୀ ହେଲା ୩୬ ଦିନର ଶିଶୁ। ମହାମାରୀରେ ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ର ମୁମ୍ବାଇରୁ ଆସିଛି ଏଭଳି ଖୁସି ଖବର। ୩୬ ଦିନର କରୋନା ପଜିଟିଭ୍ ଶିଶୁ ସୁସ୍ଥ ହୋଇ ଘରକୁ ଫେରିଛି। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଶିଶୁଟି ଚିକିତ୍ସିତ ହେଉଥିଲା...
ନୂଆଦିଲ୍ଲୀ: ଚୀନ୍ ସହ ତିକ୍ତତାର ସମାଧାନ ଲାଗି ମଧ୍ୟସ୍ଥତା କରିବାକୁ ଆମେରିକାର ପ୍ରସ୍ତାବ ଉପରେ ଭାରତର ପ୍ରତ୍ୟାଖ୍ୟାନ। ଭାରତ ନିଜେ ଏହାର ସମାଧାନ କରିବାକୁ ସକ୍ଷମ ଏବଂ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଅନ୍ୟ କାହାରି ହସ୍ତକ୍ଷେପ ଆବଶ୍ୟକ ନଥିବା କହିଛି। ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର...
ଭୁବନେଶ୍ୱର: କରୋନା ଲଢେଇ ଭିତରେ ଜୀବିକାକୁ ନେଇ ଚିନ୍ତା। ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଶା ଫେରୁଥିବାରୁ କିଭଳି ସେମାନଙ୍କୁ କାମଧନ୍ଦା ମିଳିବ? କଣ ହେବ ସେମାନଙ୍କ ରୋଜଗାରର ପନ୍ଥା? କେବଳ ଶ୍ରମିକ ଶ୍ରେଣୀ ନୁହଁନ୍ତି, ବହୁ କୁଶଳୀ ଓ ବୃତ୍ତିଧାରୀ ବି ଫେରିଥିବାରୁ ସମସ୍ତ ବର୍ଗର ଲୋକଙ୍କୁ ଜୀବିକା...
ନୂଆଦିଲ୍ଲୀ: ପାଣ୍ଠି ଯୋଗାଡ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ପକ୍ଷରୁ ଏକ ଫାଉଣ୍ଡେସନ ପ୍ରତିଷ୍ଠା କରାଯାଇଛି। ଏହି ଫାଉଣ୍ଡେସନ ଦ୍ୱାରା ସର୍ବସାଧାରଣଙ୍କ ଠାରୁ ପାଣ୍ଠି ସଂଗ୍ରହ କରାଯାଉଛି। ଏଥିସହ କର୍ପୋରେଟ ସଂସ୍ଥାମାନଙ୍କ ଠାରୁ ମଧ୍ୟ ପାଣ୍ଠି ସଂଗ୍ରହ ହେଉଛି। ପ୍ରାଥମିକ ପର୍ଯ୍ୟାୟରେ ଏହି ଫାଉଣ୍ଡେସନ ଜରୁରୀକାଳୀନ ପରିସ୍ଥିତି...
ଭୁବନେଶ୍ୱର: ରାଜ୍ୟରେ ଆଜି ବି ଭୟଙ୍କର ଗରମ। ଆଉ ଗୁଳୁଗୁଳିରେ ସନ୍ତୁଳି ହୋଇଛନ୍ତି ଲୋକେ। ଆଜି ୪୫.୨ ଡିଗ୍ରୀ ସହ ଟିଟିଲାଗଡ଼ର ତାପମାତ୍ରାରେ ସର୍ବାଧିକ ରହିଥିବାବେଳେ ୧୨ଟି ସହରରେ ପାରଦ ୪୦ ପାର୍ କରିଛି। ବଲାଙ୍ଗିରରେ ୪୩.୮, ଭବାନୀପାଟଣା ୪୩, ମାଲକାନଗିରି ୪୨.୫, ସମ୍ବଲପୁର ୪୨.୩, ସୋନପୁର ୪୨.୨,...
ଭୁବନେଶ୍ୱର: କାଳ ହେଲା ବଜ୍ରପାତ। ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୪ଜଣଙ୍କ ମୃତ୍ୟୁ ହୋଇଛି। ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଟେଣ୍ଡ୍ରା ଗାଁରେ ଧାନ ବିଲରେ କାମ କରୁଥିବା ବେଳେ, ବଜ୍ରାଘାତରେ ଜଣେ ନାବାଳିକାର ମୃତ୍ୟୁ ହୋଇଛି। ଜାମଦା ପୋଲିସ ମୃତଦେହକୁ ଜବତ କରି ତଦନ୍ତ କରୁଛି। ସେହିପରି...
ନୂଆଦିଲ୍ଲୀ: ଟୀକା ଏବଂ ଔଷଧ ହିଁ କରୋନାକୁ ମାତ୍ ଦେଇପାରିବ। ଆଉ ଏହା ପାଇଁ ଦେଶର ୩୦ଟି ସଂଗଠନ କାମ କରୁଛନ୍ତି। ଆଜି ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା କେ. ବିଜୟ ରାଘବନ୍। ଦେଶର ବଡ଼ ବଡ଼ କମ୍ପାନି, ସଂଗଠନ, ବୈଜ୍ଞାନିକ ଅନୁଷ୍ଠାନ,...
ଭୁବନେଶ୍ୱର: ଗାଁରେ କରୋନା ସଂକ୍ରମଣ ବ୍ୟାପିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ରାଜ୍ୟ ସରକାର। ଏସ୍ଓପି ଅନୁସାରେ, ୫ ଦିନ ଭିତରେ ପ୍ରବାସ ଫେରନ୍ତାଙ୍କ କୋଭିଡ୍ ଟେଷ୍ଟ ହେବା କଥା କିନ୍ତୁ ୨ ସପ୍ତାହ ଧରି କ୍ୱାରେଣ୍ଟିନ ସେଣ୍ଟରରେ ରହିବା ପରେ ବି ପ୍ରବାସୀଙ୍କ କରୋନା ପରୀକ୍ଷା ହେଉନି ଏବଂ...
ଚିତ୍ରକୋଣ୍ଡା: କିଛି ଦିନର ନୀରବତା ପରେ ମାଲକାନଗିରି ବିଚ୍ଛିନ୍ନାଂଚଳରେ ପୁଣି ବସିଲା ପ୍ରଜାମେଳି। ଚିତ୍ରକୋଣ୍ଡା ମୁରାଳିଗୁଡ଼ାରେ ବସିଥିବା ପ୍ରଜାମେଳିରେ ଏକାଠି ହୋଇଥିଲେ ଶତାଧିକ ଜନତା। ଯନ୍ତ୍ରୀ, ଅଣ୍ଡ୍ରାପାଲ୍ଲି, ପଣସପୁଟ, ନାକାମାମୁଡ଼ି ପଞ୍ଚାୟତରୁ ଶହ ଶହ ସଂଖ୍ୟାରେ ଲୋକ ଏଥିରେ ଯୋଗ ଦେଇଥିଲେ। ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ରାସ୍ତାଘାଟ ଭଳି...
ଭୁବନେଶ୍ୱର: ରାଜ୍ୟ ପାଇଁ ଆଶ୍ୱସ୍ତିକର ଖବର। ସୁସ୍ଥ ହେଲେ ଆଉ ୭୫ କରୋନା ଆକ୍ରାନ୍ତ। ଯାଜପୁରରୁ ୨୫, ଗଞ୍ଜାମରୁ ୧୯, କଟକରୁ ୯, ପୁରୀରୁ ୮, ନୟାଗଡ଼ ଓ କେନ୍ଦ୍ରପଡ଼ାରୁ ୩ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କନ୍ଧମାଳ ଓ ବଲାଙ୍ଗିରରୁ ୨ ଜଣ ଲେଖାଏ ସୁସ୍ଥ ହୋଇଛନ୍ତି।...