ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଜି ବର୍ଷା ସମ୍ଭାବନା ରହିଛି। ଆଜି ପାଇଁ ୧୬ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଘଡ଼ଘଡ଼ି ଓ ବଜ୍ରପାତ ନେଇ ଗତକାଲି ପାଇଁ ୧୭ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଥିଲା।
ଜାଣି ଆଶ୍ଚର୍ଯ୍ୟ ହେବେ, ଗିରଫ ହୋଇଥିବା ଜଣେ ହୋଟେଲ ମାଲିକ ଆଗରୁ ମଧ୍ୟ ଦେହ ବ୍ୟବସାୟ କାରବାରରେ ଧରାପଡ଼ି ଗିରଫ ହୋଇଥିଲେ। ତାଙ୍କର ଗତିବିଧିକୁ ନେଇ ପୋଲିସ୍ ଅନେକ ଦିନ ଛକି ରହିଥିଲା ପୋଲିସ। ଆଜି ତାକୁ ଗିରଫ କରିଛି ପୋଲିସ।
ଶ୍ରୀଜଗନ୍ନାଥଙ୍କ ନାଁରେ ଥିବା ଜମିକୁ ମ୍ୟୁଟେସନ କରି ସ୍ଥିତିବାନ କରିବାପାଇଁ ଯେଉଁ ଚିଠି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୋର ତହସିଲକୁ ଆସିଥିଲା , ତାହା କେତେଦୂର ସଠିକ, ଯାଞ୍ଚ କରିବା ପାଇଁ ସୋର ତହସିଲଦାର ଶ୍ରୀମନ୍ଦିର ପ୍ରଶାସନକୁ ଗତ ୧୬ତାରିଖରେ ଚିଠି ସମ୍ପର୍କରେ ଅବଗତ କରାଇଥିଲେ।
ରାତି ତମାମ୍ ନାକାବନ୍ଦୀ କରି ତନାଘନା ପରେ ବି ପାଉନି ପତ୍ତା। ଏହାକୁ ନେଇ ଅସନ୍ତୋଷ ଝାଡ଼ିବା ସହ ଶିକ୍ଷାନୁଷ୍ଠାନରେ ଗୋବିନ୍ଦ ଚଳାଇଥିବା ନାନା କେଳେଙ୍କାରୀର ଗୁମର ଖୋଲିଛନ୍ତି ନିଖୋଜ ଶିକ୍ଷୟିତ୍ରୀଙ୍କ ବାପା। ଅଭିଯୋଗ କରିଛନ୍ତି ଶିକ୍ଷାନୁଷ୍ଠାନରେ ସେକ୍ସ ରାକେଟ୍ ଚାଲୁଛି।
କରୋନା ପାଇଁ ଦୁଇ ବର୍ଷ ହେଲା ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ବାତିଲ କରିବାକୁ ପଡ଼ିଥିଲା। ତେଣୁ ମୂଲ୍ୟାୟନ ଓ ରେଜଲ୍ଟ ବାହାର କରିବାରେ ଅସୁବିଧା ହୋଇଥିଲା। ତେଣୁ ଏହି ବର୍ଷଠାରୁ ନୂଆ ପଦ୍ଧତିରେ ପରୀକ୍ଷା କରାଯାଉଛି।
କିଛି ଦିନ ତଳେ ଦଳ ପକ୍ଷରୁ ନୂଆ କରି ରାଷ୍ଟ୍ରୀୟ ପଦାଧିକାରୀ କମିଟି ଗଠନ ହୋଇଥିଲା। ଏହାପରେ ଆଜି ଥିଲା କମିଟିର ପ୍ରଥମ ବୈଠକ। ଏଥିରେ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ, ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନ ଏବଂ କୋଭିଡ ସ୍ଥିତି ଉପରେ ଆଲୋଚନା ହୋଇଥିଲା।
କେରଳରେ ଲଗାଣ ବର୍ଷା ଓ ଭୂସ୍ଖଳନ ଯୋଗୁ କେରଳ ଅବସ୍ଥା ସାଂଘାତିକ। ଏବେବି ଜଳବନ୍ଦୀ ଅବସ୍ଥାରେ ଅନେକ ସହର। ତଥାପି ବାହାଘର ରୋକିପାରିନି ବର୍ଷା ଓ ବନ୍ୟା ବିତ୍ପାତ।
ପୁରା ଫିଲ୍ମ ଷ୍ଟାଇଲ୍ରେ ଦିନ-ରାତି ୨୩ ଘଣ୍ଟା ଧରି ଚାଲିଥିଲା ଚଢଉ। ପ୍ରଦୀପଙ୍କ ଘରୁ ଭିଜିଲାନ୍ସ ୧କିଲୋ ୪୪୦ଗ୍ରାମ୍ ସୁନା, ୨୪ ଲକ୍ଷ ୨୫ ହଜାର ଟଙ୍କାର ସବ୍ୟସାଚୀ ବ୍ରାଣ୍ଡ ଡିଜାଇନର୍ ନେକଲେସ୍ ଜବତ କରିଛି। ପ୍ରଦୀପଙ୍କ ସଂପତ୍ତିି ଆଟାଚ୍ ସହିତ ପ୍ରଦୀପ ଓ ତାଙ୍କ ପରିବାର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟ...
ଏକ କୋଟି ଲୋକ କରୋନାର ଦୁଇଟି ଯାକ ଡୋଜ୍ ଟିକା ନେଇ ସାରିଥିବା ସମ୍ପର୍କରେ ଟ୍ୱିଟ୍ କରି ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସେପଟେ କୃଷି ଉତ୍ପାଦନ କମିଶନର ରାଜ କୁମାର ଶର୍ମାଙ୍କୁ ସ୍ୱାସ୍ଥ୍ୟ ବିଭାଗର ACS ଭାବେ ଦାୟିତ୍ୱ ଦିଆଯାଇଛି।
ବିଦ୍ୟାଳୟ ପରିସରକୁ ପରିଷ୍କାର ପରିଚ୍ଛନ୍ନ ରଖାଯିବା ଉପରେ ଗୁରୁତ୍ୱ ଦିଆଯାଉଛି। ସ୍କୁଲ ଖୋଲାଯିବାର ପୂର୍ବ ଦିନ ଜିଲ୍ଲା ଶିକ୍ଷାଧତ୍କାରୀଙ୍କୁ ଜଣାଇବେ ପ୍ରଧାନଶିକ୍ଷକ। ପ୍ରଥମ ଦୁଇଦିନ ପାଠ ପଢ଼ା ଯିବନି, କେବଳ ପିଲାମାନଙ୍କ ସହ ଆଲୋଚନା କରାଯିବ।
ଶେଷରେ ସମସ୍ତଙ୍କୁ ଜେରା କରି ଓ ଅନ୍ୟ ତଥ୍ୟପ୍ରମାଣ ଆଧାରରେ ମନୀଷ ମୃତ୍ୟୁର ଖୁଲାସା କରିଛି କମିଶନରେଟ ପୋଲିସ। ଗତ ୧୦ ତାରିଖରେ ପାତ୍ରପଡ଼ା ଗାଁ ପୋଖରୀରୁ ମନୀଷଙ୍କ ମୃତଦେହ ଉଦ୍ଧାର ହୋଇଥିଲା।
ଆସନ୍ତା ୨୧ରୁ ଖୋଲିବ ଏକାଦଶ। ତେବେ ସଂକ୍ରମଣମୁକ୍ତ ଶିକ୍ଷାଦାନ ଲାଗି ଉଭୟ ଗଣଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ମନିଟରିଂ କରିବେ ସ୍ପେଶାଲ ସର୍ଭିଲାନ୍ସ ଟିମ୍ର ନଜର ରହିବ ପିଲାଙ୍କ ଉପରେ।
ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର କୁଲଗାମ୍ ଆକ୍ରମଣରେ ୨ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାରାଶି ଘୋଷଣା କରିବା ସହ ଜାମ୍ମୁ ଓ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ କଥା ହୋଇ ଘଟଣା ସଂପର୍କରେ ଚିନ୍ତା ପ୍ରକାଶ କରିଛନ୍ତି।
ସୋଶାଲ ଆକ୍ଟିଭିଷ୍ଟ ରଜତ କଲସନ୍ ପୁଲିସରେ ଅଭିଯୋଗ କରିଥିଲେ, ଯେଉଁ ଆଧାରରେ ଯୁବରାଜଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଯୁବରାଜଙ୍କ ଉପରେ ଅଭିଯୋଗ ଲଗାଯାଇଥିଲା ଯେ ସେ ଅନୁସୂଚିତ ଜାତି ସମାଜ ବିରୋଧରେ ଆପତ୍ତିଜନକ ଶବ୍ଦର ପ୍ରୟୋଗ କରିଥିଲେ।
ଗଞ୍ଜେଇ ଚୋରା ଚାଲାଣ ନେଇ ଓଡ଼ିଶା ସରକାରଙ୍କ ଉପରେ ଦୋଷ ଲଦିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଛତିଶଗଡ଼ରେ ଲୋକଙ୍କ ଉପରେ ଏକ ଗଂଜେଇ ଭର୍ତ୍ତି କାର୍ ମାଡ଼ିଯିବା ଘଟଣା ଉପରେ ପ୍ରତିକ୍ରିୟା ରଖିବାବେଳେ ଏଭଳି ଉଦ୍ବେଗଜନକ ବୟାନ ଦେଇଛନ୍ତି ସେଠାକାର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଯାହାକୁ ନେଇ ତେଜିଛି...
ମୁଖ୍ୟ କୋଚ୍ ଆବେଦନ ପାଇଁ ଜଣେ ଖେଳାଳିଙ୍କ ପାଖରେ ଅତିକମରେ ୩୦ ଟେଷ୍ଟ ଓ ୫୦ ଦିନିକିଆ ଖେଳିବାର ଅଭିଜ୍ଞତା ଥିବା ଜରୁରୀ। ଏହାସହ ସେ କୌଣସି ଜାତୀୟ ଟିମକୁ ଅତି କମରେ ୨ ବର୍ଷ କୋଚିଂ ଦେଇଥିବେ।
ପୌର ଓ ପଂଚାୟତ ନିର୍ବାଚନରେ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗଙ୍କ ନିମନ୍ତେ ସଂରକ୍ଷଣ ସୀମା ସର୍ବାଧିକ ୫୦ ପ୍ରତିଶତ ରଖିବା ନିମନ୍ତେ ରାଜ୍ୟ ସରକାର ଓଡ଼ିଶା ମ୍ୟୁନିସପାଲ ଆଇନ-୧୯୫୦ ଏବଂ ଓଡ଼ିଶା ମ୍ୟୁନିସପାଲ କର୍ପୋରେସନ ଆଇନ-୨୦୦୩ ସମେତ ଓଡ଼ିଶା ଗ୍ରାମପଂଚାୟତ ଆଇନ-୧୯୬୪, ଓଡ଼ିଶା ପଂଚାୟତ ସମିତି ଆଇନ-୧୯୯୯...
ଟାଟା କଂପାନୀରେ ଚାକିରି କରାଇଦେବା ନାଁରେ ଠକେଇ ମାମଲାରେ ପ୍ରଦୀପ ପାଣିଗ୍ରାହୀ, ପୂର୍ବତନ ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ଗିରଫ ହୋଇଥିଲେ। ପ୍ରଦୀପଙ୍କୁ ଗତ ବର୍ଷ ଡିସେମ୍ବର ୩ ତାରିଖରେ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ।
୧୯୮୮ ବ୍ୟାଚ୍ ଆଇଏଏସ୍ ତଥା ସ୍ୱାସ୍ଥ୍ୟ ସଚିବ ଶ୍ରୀ ମହାପାତ୍ର ସେପ୍ଟେମ୍ବର ୧୪ରୁ ଅକ୍ଟୋବର ୧୫ତାରିଖ ପର୍ଯ୍ୟନ୍ତ ବ୍ୟକ୍ତିଗତ କାରଣରୁ ଛୁଟିରେ ଯାଇଥିଲେ । ତାଙ୍କ ପରିବର୍ତ୍ତେ କୃଷି ଉତ୍ପାଦନ କମିଶନର ଶ୍ରୀ ଶର୍ମା ସ୍ୱାସ୍ଥ୍ୟ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି।
ଦୁଇଜଣ ନିଶାସକ୍ତ ଯୁବକ ବାଇକ ଯୋଗେ ଆସି ସେହି ସମୟରେ ମଦ ପିଇବାକୁ ଉକ୍ତ ସ୍ଥାନରେ ଛିଡାହେଲେ। ହେଲେ ତାଙ୍କର ଖରାପ ନଜର ଉକ୍ତ ଯୁବତୀ ଉପରେ ପଡିଥିଲା। ତାପରେ ଯୁବତୀଙ୍କ ସାଥୀଙ୍କୁ ପ୍ରବଳ ମାଡ ମାରି ଗଛରେ ବାନ୍ଧି ଦେଇଥିଲେ।