କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେର ମାମଲାରେ ଖୋଲତାଡ଼ ଜାରି ରହିଛି। ଯଦି, ଏହି ବ୍ୟାଗଟି ମମିତାଙ୍କ ନୁହେଁ ତେବେ କାହାର ? ବ୍ୟାଗ୍ରେ କଣ ରହିଛି ? ବ୍ୟାଗ୍ ରାଧେ ଘରକୁ କିପରି ଆସିଲା ଓ କିଏ ଆଣିଲା ? ଏସବୁ ପ୍ରଶ୍ନବାଚୀ ଏବେ ସୃଷ୍ଟି ହୋଇଛି।
ଦିବ୍ୟଶଙ୍କର ଇସ୍ତଫା ଦାବିରେ ୪ଦିନ ହେଲା ରାଜ୍ୟରେ ରାଜନୈତିକ ଘମାସାନ୍ ଚାଲିଥିଲେ ବି ସରକାର ଯେପରି ନିର୍ବିକାର। ଦିବ୍ୟଶଙ୍କର କୌଣସି ପ୍ରତିକ୍ରିୟା ଦେଉନାହାନ୍ତି କି ଦଳ ସୁପ୍ରିମୋ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ତେବେ କାହିଁକି ମନ୍ତ୍ରୀଙ୍କ ପ୍ରତି ଏତେ ଦରଦ?
ସମସ୍ତ ଦୃଶ୍ୟକୁ ରେକର୍ଡିଂ କରି ନିଜ ଆଡୁ ଗଣମାଧ୍ୟମକୁ ଦେଇଛି ପୋଲିସ। ତେବେ କ୍ରାଇମ ସିନ୍ ରିକ୍ରିଏଟ୍ ପୂର୍ବରୁ ଗଣମାଧ୍ୟମକୁ ଆଗୁୁଆ ସୂଚନା ନଦେଇ ପୋଲିସ ନିଜ ଆଡୁ ଭିଡ଼ିଓ ପଠାଇବାର ଉଦ୍ଦେଶ୍ୟ କଣ ? ଏହି ସମ୍ବେଦନଶୀଳ ଘଟଣାରେ କାହାକୁ ଘଣ୍ଟ ଘୋଡ଼ାଇବାକୁ ଅପଚେଷ୍ଟା କରାଯାଉନି ତ...
ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଶିଶୁଙ୍କ ପାଇଁ ଥିବା କୋଭାକ୍ସିନ ଟିକାକୁ ପରୀକ୍ଷା କରାଯାଇ ଦିଆଯିବ। ଦେଶରେ ୧ କୋଟି ୪୦ ଲକ୍ଷ ଶିଶୁ ଅଛନ୍ତି। ଯଦି ଏକାସଙ୍ଗେ ଶିଶୁଙ୍କୁ ଟିକା ଦିଆଯିବ, ତାହେଲେ ଟିକାକରଣ କେନ୍ଦ୍ର ବଢ଼ାଇବାକୁ ପଡ଼ିବ ବୋଲି ବିଜୟ ପାଣିଗ୍ରାହୀ କହିଛନ୍ତି।
ଦିବ୍ୟଶଙ୍କର ଇସ୍ତଫା ଦାବିରେ ୪ଦିନ ହେଲା ରାଜ୍ୟରେ ରାଜନୈତିକ ଘମାସାନ୍ ଚାଲିଥିଲେ ବି ସରକାର ଯେପରି ନିର୍ବିକାର ଦିବ୍ୟଶଙ୍କର କୌଣସି ପ୍ରତିକ୍ରିୟା ଦେଉନାହାନ୍ତି କି ଦଳ ସୁପ୍ରିମୋ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ତେବେ କାହିଁକି ମନ୍ତ୍ରୀଙ୍କ ପ୍ରତି ଏତେ ଦରଦ? ତାଙ୍କୁ କିଏ ଘୋଡାଉଛି ଘଣ୍ଟ ?...
ପ୍ରଦୀପ ମାଝୀଙ୍କ ବିରୋଧରେ ଆଜି ଦଳ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଥାଆନ୍ତା କିନ୍ତୁ ତା ପୂର୍ବରୁ ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏଭଳି ସାଂଘାତିକ କଥା କହିଛନ୍ତି ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ।
ସବୁ କଟକଣାକୁ ଫୁ କରି ବିଳମ୍ବିତ ରାତିରେ ବାର୍ରେ ଜମୁଥିଲା ନାଚଗୀତର ଆସର। ଡିଜେର ତାଳେ ଝୁମୁଥିଲେ ଗ୍ରାହକ, ଯାହାର ଭାଇରାଲ ଭିଡିଓ ତିଛି ଦିନ ତଳେ ପ୍ରସାରଣ ହୋଇଥିଲା। ବାର୍ ଡ଼୍ୟାନ୍ସରଙ୍କ ଉପରେ କିଏ ଟଙ୍କା ଫୋପାଡୁଥିଲେ ତ ଆଉ କିଏ ନିଶାରେ ହୋଇଯାଇଥିଲେ ଚୁର୍।
ଯଦି କଂଗ୍ରେସ ଆନ୍ଦୋଳନକୁ ବ୍ୟାପକ କରିନଥାନ୍ତା, ତାହାହେଲେ ଅଭିଯୁକ୍ତ ଗୋବିନ୍ଦ ସାହୁ ଆଖୁ କିଆରୀରୁ ଧରାପଡ଼ିନଥାନ୍ତା। ଆମ ଘେରାଉ ଓ ଅଣ୍ଡାମାଡ଼ର ମୂଲ୍ୟ ରହିଛି।
ଡିଆଜି କହିଛନ୍ତି ଯେ ଗୋବିନ୍ଦର ପରକୀୟା ସଂପର୍କ ନେଇ ମମିତା ଜାଣିଥିଲେ। ଏହାକୁ ପ୍ରଘଟ କରିବା ନେଇ ମମିତା ତାଙ୍କୁ ଧମକ ଦେଇଥିଲେ। ଏହି ଘଟଣାକୁ ନେଇ ମମିତାଙ୍କୁ ହତ୍ୟା କରିବ ବେଲି ଗୋବିନ୍ଦ ଯୋଜନା କରିଥିଲା।
ବାପାଙ୍କୁ ଡାକି ଗୋଟେ ଘରେ ପୁରାଇ ନିସ୍ତୁକ ମାଡ ମାରିଥିଲେ। କେଵଳ ସେତିକି ନୁହେଁ, ସ୍ମୃତିଙ୍କୁ ତାଙ୍କ ବାପାଙ୍କୁ ମାଡ଼ ମାରିବା ପାଇଁ ମଧ୍ୟ ନିର୍ଦେଶ ଦେଇଥିଲେ। ଏହି କଙ୍ଗାରୁ କୋର୍ଟର ମଜା ନିର୍ବାଚିତ ଜନପ୍ରତିନିଧିମାନେ ଭରପୁର ଉଠାଉଥିବା ବେଳେ ଏହି ଦୃଶ୍ୟର ଭିଡିଓ ଉତ୍ତୋଳନ କରିବାକୁ ମଧ୍ୟ ଭୁଲିନଥିଲେ।
ଏକ ମଫସଲ ଗାଁରୁ ଆସି ଅନ୍ୟ ଏକ ଜିଲ୍ଲାରେ ଶିକ୍ଷକତା କରୁଥିଲେ ମମିତା। ତାଙ୍କ ମନରେ ଥିଲା ଅନେକ ଆଶା। ଶିକ୍ଷକତା ମାଧ୍ୟମରେ ସାରା ସମାଜକୁ ଜ୍ଞାନ ବାଣ୍ଟିବେ। ହେଲେ ତାଙ୍କର ସବୁ ଆଶା ଆଶାରେ ରହିଯାଇଛି। ଅଚାନକ ସେ ନିଖୋଜ ହୋଇଯାଇଛନ୍ତି।
ବଢିଲା ମନ୍ତ୍ରୀଙ୍କ ଇସ୍ତଫା ଦାବି। ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ସହ ଗିରଫ ଦାବି କରିଛି ମହିଳା ମୋର୍ଚ୍ଚା। କାଲି ମନ୍ତ୍ରୀଙ୍କ ଭୁବନେଶ୍ୱର ଘରକୁ ଅଣ୍ଡାମାଡ଼ ଛାତ୍ର କଂଗ୍ରେସ କରିଥିଲା।
କଳାହାଣ୍ଡି ଜିଲ୍ଲା ମହାଲିଙ୍ଗରୁ ଶିକ୍ଷୟିତ୍ରୀ ନିଖୋଜ ମାମଲାର ଗୋଟିଏ ପରେ ଗୋଟିଏ ରହସ୍ୟ ଉପରୁ ପରଦା ଉଠିବାରେ ଲାଗିଛି। ୧୨ ଦିନ ଧରି ଜାରି ଛକାପଞ୍ଝା ଏବଂ ତନାଘନା ଭିତରେ ଶେଷରେ ନିଖୋଜ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ମାଷ୍ଟରମାଇଣ୍ଡ ମହାଲିଙ୍ଗ କଲେଜର ସଭାପତି ଗୋବିନ୍ଦ ସାହୁଙ୍କୁ ଧରିଛି।
ପୋଲିସର ଘନ ଘନ ଜେରା ପରେ ଗୋବିନ୍ଦ ସ୍ୱୀକାର କରିଥିବା ସୂଚନା ମିଳିଛି। ଗୋବିନ୍ଦଙ୍କ ସହଯୋଗୀ ରାଧେ, ଜେସିବି ଜ୍ରାଇଭର, ଷ୍ଟାଡିୟମ ମୁନ୍ସି ଅଟକ ରଖିଛି।
କେବଳ ଗଣେଷଙ୍କ ପ୍ରତିମୂର୍ତ୍ତି ନୁହେଁ ମହାତ୍ମାଗାନ୍ଧୀ, କଥକଲ୍ଲୀ ନୃତ୍ୟାଙ୍ଗନ, ମା ଦୁର୍ଗା ଆଦି ଚିତ୍ର ଓଲଟା ଭାବରେ ଅତି ନିଖୁଣ ଚିତ୍ରିତ କରିଛନ୍ତି। କୋଭିଡ ସମୟରେ ଲକଡାଉନ ଚାଲିଥିବାରୁ ଘରେ ରହି ପାଠ ପଢିବା ସହ କିଛି ନିଆରା କଳାକୃତି କରିବା ପାଇଁ ମନ ବଳାଇଥିଲେ ଆୟୁଶ ଏବଂ...
ମହାଲିଙ୍ଗ ପବ୍ଲିକ୍ ସ୍କୁଲରେ ଦେହ ବ୍ୟବସାୟ ପରି ଗୁରୁତର ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ମମିତା ମେହେରଙ୍କ ବାପାଙ୍କ ସୂଚନା ଆଧାରରେ ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ପ୍ରେସମିଟ୍ କରି ମାମଲାକୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାଣିଛି କଂଗ୍ରେସ।
ଗଣମାଧ୍ୟମକୁ କାହିଁକି ପ୍ରାଥମିକ ପ୍ରତିକ୍ରିୟା ଦେଉ ନଥିଲେ ପ୍ରଶ୍ନରେ ସେ କହିଛନ୍ତି ଯେ ତଦନ୍ତରେ ସହଯୋଗ କରନ୍ତୁ, ମୁହଁ ଖୋଲନ୍ତୁନି। ଝିଅ ଜୀବିତ ଥିବା ଆଶ୍ୱାସନା ଦେଇଥିବା ବଡ଼ବାପା କହିଛନ୍ତି।
ଅଚାନକ ନଦୀରେ ପାଣି ବଢ଼ିଯିବାରୁ ଅନେକ ସ୍ଥାନରେ ଭୁସ୍ଖଳନ। ବଦ୍ରିନାଥ ହାଇୱେର ଲାମ୍ବାଡ଼ରେ ଫସି ଯାଇଥିଲା କାର୍। ଭୂସ୍ଖଳନ ଯୋଗୁଁ କାରଟି ରାସ୍ତା ତଳକୁ ଭାସି ଯାଇଥିଲା। ତେବେ ସୌଭାଗ୍ୟବଶତଃ କାର ଚାଳକ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି। କାର୍କୁ ବି ସୁରକ୍ଷିତ ଭାବେ ବାହାର କରାଯାଇଛି।
ବଲାଙ୍ଗିର ଓ କଳାହାଣ୍ଡି ପୋଲିସ୍ ଏହି ଷ୍ଟାଡିୟମ୍ରେ ପହଞ୍ଚି ଖୋଳିବା ଆରମ୍ଭ କରିଥିଲା। ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ୧ ପ୍ଲାଟୁନ ପୋଲିସ ମୁତୟନ କରାଯାଇ ଖୋଳା କାର୍ଯ୍ୟ କରାଯାଇଥିଲା। ତାସହ ଷ୍ଟାଡିୟମ୍ ପରିସରରେ ମମିତାଙ୍କ ଜଣେ ସଂପର୍କୀୟଙ୍କୁ ପୋଲିସ୍ ଆଣିଥିଲା।
ଫେରାର ଅଭିଯୁକ୍ତ ତଥା ମହାଲିଙ୍ଗ୍ ସନସାଇନ୍ ଇଂଲିଶ ମିଡିୟମ୍ ସ୍କୁଲ ସଭାପତି ଗୋବିନ୍ଦ ସାହୁଙ୍କ ଫୋନକଲ୍ ରେକର୍ଡକୁ ନେଇ ଜିଲ୍ଲାରେ ହଟଚମଟ ସୃଷ୍ଟି ହୋଇଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଅପହୃତ ଶିକ୍ଷୟିତ୍ରୀଙ୍କୁ ଉଦ୍ଧାର ପାଇଁ ଜଣେ ସମ୍ପର୍କୀୟଙ୍କୁ କହୁଥିବା ଶୁଣିବାକୁ ମିଳିଛି।