ସେଦିନ କଲେଜକୁ ଯାଇ କହୁଥିଲେ ଏଠି ଆସିକି ୟଙ୍ଗ୍ ଲାଗୁଛି। ଏବେ କହୁଛନ୍ତି ମୁଁ ସ୍କୁଲକୁ ଯାଇନିI କଳାହାଣ୍ଡି ଗୋଲମୁଣ୍ଡା କରଂଜକୋଟରେ ମୋ ପରିବାର ମୋ ଓଡିଶା କାର୍ଯ୍ୟକ୍ରମରେ ଯୋଗଦେଲେ ମନ୍ତ୍ରୀ ଦିବ୍ୟଶଙ୍କର । ସନସାଇନ ସ୍କୁଲକୁ କେବେ ଯାଇ ନଥିବା କହିଲେ ମନ୍ତ୍ରୀ । କର୍ମୀ ବି...
ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପରଠୁ ବିବାଦୀୟ ହୋଇପଡ଼ିଛନ୍ତି ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଅନେକ ଦିନ ଧରି ଚୁପ୍ ରହିବା ପରେ ପ୍ରେସ୍ ବିବୃତ୍ତି ଜରିଆରେ ମୁହଁ ଖୋଲିଥିଲେ।
ଆଜି ପ୍ରତ୍ୟେକ କାର୍ଯ୍ୟରେ ବାଧା ବିଘ୍ନ ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ କାମରେ ଅସନ୍ତୁଷ୍ଟ ହୋଇପାରନ୍ତି। ପାରିବାରିକ ଜୀବନରେ ସ୍ତ୍ରୀଙ୍କ ସହ ମତାନ୍ତର ସୃଷ୍ଟି ହେବାର ସମ୍ଭାବନା ରହିଛି। କିନ୍ତୁ ପ୍ରତିକାର ପାଇଁ କଣ କରିବେ?
କେତେବେଳେ କାଠରେ ଦେବାଦେବୀଙ୍କ ମୂର୍ତ୍ତି, ତ ଆଉ କେତେବେଳେ ଲିଙ୍ଗରାଜ ମନ୍ଦିରର ଅବିକଳ ପ୍ରତିକୃତ୍ତି । ନିର୍ଜୀବ କାଠକୁ ନିଜର ଏପରି କଳାରେ ଜୀବନ୍ତ କରୁଥିବା ଯୁବଶିଳ୍ପୀ ହେଉଛନ୍ତି ନୟାଗଡର ଭାପୁର ବ୍ଲକ ଫତେଗଡର ଭୀମସେନ ଖୁଣ୍ଟିଆ ।
ମୃତ୍ୟୁ ପରେ ୬ ଜଣଙ୍କୁ ଜୀବନ ଦେଇଗଲେ ୧୪ ବର୍ଷର ବାଳକ। ବ୍ରେନ୍ ଡେଡ୍ ଘୋଷଣା ପରେ ଦାନ କରିଦେଲେ ୬ଟି ଅଙ୍ଗ । ହାତ, ଆଖି, ହୃତପିଣ୍ଡ ଓ ଯକୃତ ଭଳି ୬ଟି ଅଙ୍ଗ ଦାନ କଲେ । ଗ୍ରୀନ୍ କରିଡରରେ ବିଭିନ୍ନ ସହରକୁ ନିଆଗଲା ଅଙ୍ଗ।
ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ବାଣ ଫୁଟାଇ ମିଠା ଖାଇ ଦୀପାବଳି ପାଳିଥାଆନ୍ତି ସମସ୍ତେ। ବଜାରରେ ଏବେ ବିଭିନ୍ନ ଭେରାଇଟର ମିଠା ମିଳୁଥିବା ବେଳେ ପାରଂପରିକ ଖେଳନା ମିଠାକୁ ବି କେହି ଭୁଲି ନାହାନ୍ତି। ଦୀପାବଳି ଆସିଲେ ଏହା ଖୋଜା ପଡ଼ୁଥିବାରୁ କଟକର କିଛି ଦୋକାନରେ ଏବେଠୁ ପ୍ରସ୍ତୁତ...
ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ରେଜଲଟ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ମୋଟ ୯୮ ହଜାର ଛାତ୍ରଛାତ୍ରୀ କଟ୍ ଅଫ୍ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି।
ମନି ଲଣ୍ଡରିଂ ମାମଲାରେ ଅନୀଲ ଦେଶମୁଖ ଗିରଫ I ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୧୨ ଘଣ୍ଟାର ମାରାଥନ ଜେରା ପରେ ବିଳମ୍ବିତ ରାତିରେ ଗିରଫ କରିଛି।
ବାବ ମଲିକଙ୍କ ଅଣ୍ଡରଓ୍ୱାଲର୍ଡ ସହିତ ଲିଙ୍କ ଥିବା ଫଡନାଭିସ ଅଭିଯୋଗ କରିଛନ୍ତି ଯାହାର ପ୍ରମାଣ ସେ ଦୀପାବଳି ପରେ ଗଣମାଧ୍ୟମ ଏବଂ ଏନସିପି ସଭାପତି ଶରଦ ପାଓ୍ୱାରଙ୍କୁ ଦେବେ ବୋଲି କହିଛନ୍ତି।
ଆଗଭଳି ଆଉ ଲାଭ ହେଉନଥିବା ବେଳେ କେବଳ କୌଳିକ ବୃତ୍ତି କୁ ଧରି ରଖିବା ପାଇଁ ଏହି ମିଠା ତିଆରି କରାଯାଉଥିବା କହିଛନ୍ତି କାରିଗର। ତେବେ ମଣିଷ ଯେତେ ଆଧୁନିକ ହେଲେ ମଧ୍ୟ ନିଜ ପରମ୍ପରା ଓ ଐତିହ୍ୟ କୁ ନ ଭୁଲି ଏହାର ସୁରକ୍ଷା ନିତ୍ୟାନ୍ତ ଆବଶ୍ୟକ।
ଡାକ୍ତର ଯେଉଁ ସାଲାଇନ୍ ଓ ଇଞ୍ଜେକସନ୍ ଦେବାକୁ କହିଥିଲେ ତା ନଲାଗି ଅନ୍ୟ ଜଣେ ରୋଗୀଙ୍କୁ ଲାଗିଥିଲା। ଘଟଣାକୁ ନେଇ ଦାୟିତ୍ୱରେ ଥିବା ଡାକ୍ତରଙ୍କୁ ପରିବାରଲୋକେ ଜଣାଇଛନ୍ତି।
ପୂର୍ବରୁ ଋଣ ଚୁକ୍ତିନାମାରେ ରାଜ୍ୟପାଳଙ୍କ ନାମକୁ କିପରି ଅନ୍ତର୍ଭୁକ୍ତ କରାଯିବ ସେନେଇ ହାଇକୋର୍ଟ ମଧ୍ୟ ସରକାରଙ୍କୁ ପ୍ରଶ୍ନ କରିବା ସହ ସମାଲୋଚନା କରିଥିଲେ ଏବଂ ଏହାର ଜବାବ ମାଗିଥିଲେ।
ଦୀପାବଳିରେ ବାଣ ଫୁଟିବ ନା ନାହିଁ, ଏନେଇ ସସପେନ୍ସ ଲାଗି ରହିଥିଲା। କରୋନା ସଂକ୍ରମଣ ଓ ପ୍ରଦୂଷଣକୁ ରୋକିବା ଲାଗି ପୂର୍ବରୁ ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟା ଉପରେ ନିଷେଧାଦେଶ ଜାରି କରିଥିଲେ। ତେବେ ରାଜ୍ୟରେ ସବୁଜ ବାଣ ବିକ୍ରିକୁ ଅନୁମତି ଦେବା ଲାଗି ହାଇକୋର୍ଟ ଯାଇଥିଲା ବାଣ...
ସିଦ୍ଧାର୍ଥ ଶୁକ୍ଳା ଓ ପୁନିତ୍ ରାଜକୁମାରଙ୍କ ଅକାଳ ମୃତ୍ୟୁ ଦେଶର ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ବ୍ୟଥିତ କରିଛି କିନ୍ତୁ ସେମାନଙ୍କ ମୃତ୍ୟୁ ଦେଶର ଅନ୍ୟ ସେଲିବ୍ରିଟିଙ୍କୁ ଏକ ସୁସ୍ଥ ଜୀବନଯାପନ ଲାଗି ଅନେକ କିଛି ଶିକ୍ଷା ଦେଇଯାଇଛି।
ଆଜିର ମ୍ୟାଚ୍ ଉଭୟ ଟିମ୍ ପାଇଁ କର ବା ମର ଭଳି ସ୍ଥିତି ଥିଲା। କାହିଁକିନା ଉଭୟ ଦଳ ପାକିସ୍ତାନ ଠାରୁ ହାରିଥିଲେ। ଏହି ବିଜୟ ପରେ ନ୍ୟୁଜିଲାଣ୍ଡ ଟିମ୍ ପାଇଁ ସେମିଫାଇନାଲ୍ ରାସ୍ତା ସହଜ ହୋଇଛି।
ସ୍ତ୍ରୀଙ୍କୁ ଖୋଜାଖୋଜି କରି ନପାଇବା ପରେ ମଳୟ ଭୁବନେଶ୍ୱର ଜିଆରପିରେ ଅଭିଯୋଗ କରିଥିଲେ ମଧ୍ୟ ଜିଆରପିରେ ଏତଲା ନ ରଖିବାରୁ ମହିଳାଙ୍କ ବାପଘର ଲୋକେ ସମ୍ବଲପୁର ଜିଆର୍ପିରେ ଅଭିଯୋଗ କରିଛନ୍ତି।
ସମସ୍ୟା ଜଣାଇବାକୁ ଦୀର୍ଘ ୧୫ କମି ମାଆଙ୍କୁ ଟ୍ରଲିରେ ନେଇ ଜିଲ୍ଲାପାଳଙ୍କ ଅଫିସରେ ପହଂଚିଥିଲେ ଦୀପକ। ରୋଗୀଣା ମାଆକୁ ଟ୍ରଲିରେ ନେଇ ଜିଲ୍ଲାପାଳଙ୍କ ପାଖରେ ଗୁହାରୀ କଲା ପୁଅ।
ବାଣ ଫୁଟାକୁ ନେଇ କୌଣସି ନିର୍ଦ୍ଦିଷ୍ଟ ଗାଇଡଲାଇନ୍ ଜାରି ହୋଇନଥିଲେ ବି ଖୁବ୍ ଶୀଘ୍ର ପୃଥକ ପୃଥକ ଗାଇଡ୍ଲାଇନ ଜାରି କରାଯିବ।ଦୀପାବଳିରେ ବାଣ ଫୁଟିବ ନା ନାହିଁ? କରୋନା ସଂକ୍ରମଣ ଓ ପ୍ରଦୂଷଣକୁ ରୋକିବା ଲାଗି ପୂର୍ବରୁ ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟା ଉପରେ ନିଷେଧାଦେଶ ଜାରି...
ବିଜେପି ପ୍ରଶ୍ନ କରିଛି, ହଠାତ୍ ୩ ବର୍ଷ ପରେ ବିଜେଡିର ଦରଦାମ ବୃଦ୍ଧି ପ୍ରସଙ୍ଗ ମନେ ପଡ଼ିବା ପଛର ପ୍ରକୃତ କାରଣ କଣ ? ନିଜ ଅପରାଧୀ ମନ୍ତ୍ରୀଙ୍କୁ ଘଣ୍ଟ ଘୋଡ଼ାଇବାକୁ ଏ ନାଟକ ରଚିନି ତ ବିଜେଡି ?
ମମିତା ହତ୍ୟାକାଣ୍ଡ ପରଠୁ ଗଣମାଧ୍ୟମ ଆଗରେ ଦେଖାଦର୍ଶନ ମିଳୁନଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଜିଳ୍ଲାପାଳ ଏବଂ ଏସ୍ପିଙ୍କୁ ଧରି ବୁଲିବା ଚକିତ କରିଛି ବୋଲି ଅଭିଯୋଗ କରିଛି ବିଜେପି। ଯାହାଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆସିଛି, ସେଭଳି ବ୍ୟକ୍ତିଙ୍କୁ ଧରି ଏସପି, ଜିଲ୍ଲାପାଳ ବୁଲୁଛନ୍ତି।