Advertisment

ଶିଶୁଙ୍କୁ କେମିତି ଦିଆଯିବ କରୋନା ଟିକା, ଶିଖିବେ ସ୍ୱାସ୍ଥ୍ୟକର୍ମୀ

ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଶିଶୁଙ୍କ ପାଇଁ ଥିବା କୋଭାକ୍ସିନ ଟିକାକୁ ପରୀକ୍ଷା କରାଯାଇ ଦିଆଯିବ। ଦେଶରେ ୧ କୋଟି ୪୦ ଲକ୍ଷ ଶିଶୁ ଅଛନ୍ତି। ଯଦି ଏକାସଙ୍ଗେ ଶିଶୁଙ୍କୁ ଟିକା ଦିଆଯିବ, ତାହେଲେ ଟିକାକରଣ କେନ୍ଦ୍ର ବଢ଼ାଇବାକୁ ପଡ଼ିବ ବୋଲି ବିଜୟ ପାଣିଗ୍ରାହୀ କହିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Vaccination for Children

Vaccination for Children

ଭୁବନେଶ୍ୱର: ଶିଶୁମାନଙ୍କୁ ଟିକାକରଣ ନେଇ ଆଜି ସଂଧ୍ୟାରେ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ଦିଆଯିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଭିଡିଓ କନଫରେନ୍ସିଂରେ ତାଲିମ ପ୍ରଦାନ କରାଯିବ। ତେବେ ଶିଶୁମାନଙ୍କୁ ବିନା ଛୁଞ୍ଚିରେ ଟିକା ଦିଆଯିବ। ବୟସ୍କଙ୍କ ଭଳି ଶିଶୁମାନେ ମଧ୍ୟ ୨ ଡୋଜ୍ ଟିକା ନେବା ଲାଗି ପରାମର୍ଶ ଦେଇଛନ୍ତି।

Advertisment

ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଶିଶୁଙ୍କ ପାଇଁ ଥିବା କୋଭାକ୍ସିନ ଟିକାକୁ ପରୀକ୍ଷା କରାଯାଇ ଦିଆଯିବ। ଦେଶରେ ୧ କୋଟି ୪୦ ଲକ୍ଷ ଶିଶୁ ଅଛନ୍ତି। ଯଦି ଏକାସଙ୍ଗେ ଶିଶୁଙ୍କୁ ଟିକା ଦିଆଯିବ, ତାହେଲେ ଟିକାକରଣ କେନ୍ଦ୍ର ବଢ଼ାଇବାକୁ ପଡ଼ିବ ବୋଲି ବିଜୟ ପାଣିଗ୍ରାହୀ କହିଛନ୍ତି।

ଜାଇକୋଭ୍ ଡି ଭ୍ୟାକ୍ସିନ ହେଉଛି DNA ପ୍ଲାଜମାରେ ପ୍ରସ୍ତୁତ ଟିକା ୧୨ରୁ ଅଧିକ ବୟସ୍କଙ୍କ ଦେହରେ ଏହାର ପରୀକ୍ଷଣ ସରିଥିବା ବେଳେ ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପାଇସାରିଛି।

Advertisment

ଅନ୍ୟପଟେ କୋଭାକ୍ସିନ ୨ରୁ ୧୮ ବର୍ଷ ବୟସ୍କଙ୍କ ଦେହରେ ପରୀକ୍ଷଣ ପରେ ସବଜେଟ୍ କମିଟିର ଆପ୍ରୁଭାଲ୍ ପାଇଥିବା ବେଳେ ଏଯାଏ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପାଇନାହିଁ।  

Double Dose Covid Vaccaine
Advertisment
Advertisment