Advertisment

ରାଜ୍ୟ ସରକାର ତଦନ୍ତ କଲେ ମମିତାଙ୍କୁ ନ୍ୟାୟ ମିଳିବନି: ଅପରାଜିତା

ବଢିଲା ମନ୍ତ୍ରୀଙ୍କ ଇସ୍ତଫା ଦାବି। ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ସହ ଗିରଫ ଦାବି କରିଛି ମହିଳା ମୋର୍ଚ୍ଚା। କାଲି ମନ୍ତ୍ରୀଙ୍କ ଭୁବନେଶ୍ୱର ଘରକୁ ଅଣ୍ଡାମାଡ଼ ଛାତ୍ର କଂଗ୍ରେସ କରିଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
BJP Demands CBI Probe

BJP Demands CBI Probe

ଭୁବନେଶ୍ୱର: ବଢିଲା ମନ୍ତ୍ରୀଙ୍କ ଇସ୍ତଫା ଦାବି। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ସହ ମହାଲିଙ୍ଗ ମିଷ୍ଟ୍ରିର ସିବିଆଇ ତଦନ୍ତ ଦାବି କଲେ ଅପରାଜିତା ଷଡ଼ଙ୍ଗୀ।ଭୁବନେଶ୍ୱରରେ ଏକ ସାମ୍ବଦିକ ସମ୍ମିଳନୀ କରି ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ସିବିଆଇ ତଦନ୍ତ ଦାବି କରିଛନ୍ତି ଅପରାଜିତା। ଏହା ରାଜନୈତିକ ପ୍ରୋତ୍ସାହନରେ ହତ୍ୟାକାଣ୍ଡ ହୋଇଥିବା ସେ କହିଛନ୍ତି। ଘଟଣାରେ ମନ୍ତ୍ରୀଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ ଆସୁଛି। ଏଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ତଦନ୍ତ ହେଲେ ମମିତାଙ୍କୁ ନ୍ୟାୟ ମିଳିବନି ବୋଲି ଅପରାଜିତା କହିଛନ୍ତି।

Advertisment

ଏହାସହ ସେ କହିଛନ୍ତି ଯେ, ମନ୍ତ୍ରୀ ବାରମ୍ବାର ସେହି ସ୍କୁଲକୁ ଯାଉଥିବା ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀ ୨୦ ବର୍ଷ ହେଲା କହି ଆସୁଛନ୍ତି ଆଇନ ତା ବାଟରେ ଯିବ ଏଠାରେ ଆଇନକୁ ତା ବାଟରେ ଯିବାକୁ ଦିଆଯିବ ତ ବୋଲି ସେ ପ୍ରଶ୍ନ କରିଛନ୍ତି। ତେଣୁ ନିରପେକ୍ଷ ତଦନ୍ତ ପାଇଁ ସିବିଆଇକୁ ଦାୟିତ୍ୱ ଦେବା ଆବଶ୍ୟକ ବୋଲି ଅପରାଜିତା କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ରାଜ୍ୟରେ ମହିଳାଙ୍କ ଉପରେ ଅତ୍ୟାଚାର ବଢି ଚାଲିଛି।  

ସେହିପରି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରେସମିଟ୍ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।  ମମିତାଙ୍କୁ ନ୍ୟାୟ ପାଇଁ ରାଜ୍ୟ ସରକାର ସିବିଆଇକୁ ତଦନ୍ତ ଦାୟିତ୍ୱ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। ମନ୍ତ୍ରୀ କଲେଜକୁ ଓ ଗୋବିନ୍ଦ ସାହୁକୁ ଭୂୟସୀ ପ୍ରଶଂସା କରିଥିଲେ। ଗୃହରାଷ୍ଟ୍ର ମନ୍ତ୍ରୀ କଲେଜକୁ ମୋ ଜୀବନ ବୋଲି କହିଥିଲେ। 

Advertisment

ସେ ଆହୁରି କହିଛନ୍ତି ଯେ WODCରୁ କଲେଜକୁ ୩୨ ଲକ୍ଷର ଅନୁଦାନ ମିଳିଥିଲା। ଲାଇବ୍ରେରୀ, କମନ ରୁମ୍ ନାଁରେ ବିଭିନ୍ନ ସମୟରେ ୩୨ ଲକ୍ଷ ଦିଆଯାଇଛି। ୩୨ ଲକ୍ଷ ଅନୁଦାନର ତଦନ୍ତ ଆବଶ୍ୟକ। ମମିତାଙ୍କ ବାପା କହିଛନ୍ତି ସେଇ ଶିକ୍ଷାନୁଷ୍ଠାନରେ ଯୌନ ବ୍ୟଭିଚାର ଚାଲିଥିଲା। ଶିକ୍ଷାନୁଷ୍ଠାନରେ ବୀଭତ୍ସ କାଣ୍ଡ ଘଟିଛି, ଯାହା ଅତ୍ୟନ୍ତ ଦୁଃଖଦାୟକ। ମାହାଙ୍ଗା ମର୍ଡର, ସ୍ମିତାରାଣୀ, ପରୀ ଘଟଣାରେ ବଡ଼ ଲୋକଙ୍କ ସଂପୃକ୍ତି ରହିଛି। ଏସବୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଶୂନ୍, ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଉଥିବା ସେ କହିଛନ୍ତି। 

ସେପଟେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘର ଉପରକୁ ଅଣ୍ଡାମାଡ଼ କରାଯାଇଛି। ଭବାନୀପାଟଣା ଘରକୁ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଅଣ୍ଡାମାଡ଼ ହୋଇଛି। ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ସହ ଗିରଫ ଦାବି କରିଛି ମହିଳା ମୋର୍ଚ୍ଚା। କାଲି ମନ୍ତ୍ରୀଙ୍କ ଭୁବନେଶ୍ୱର ଘରକୁ ଅଣ୍ଡାମାଡ଼ ଛାତ୍ର କଂଗ୍ରେସ କରିଥିଲା। 

MP Aparajita Sarangi Mamita Meher Missing Case Lady Teacher Missing Case
Advertisment
Advertisment