• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

bb
ଗାନ୍ଧି-ଗଡ଼ସେ କଳି; ବିଜେପି-କଂଗ୍ରେସ କଳିରୁ ମଜା ନେଲା ଶାସକ ଦଳ

ଭୁବନେଶ୍ୱର : ଜାତିର ପିତା ମହାତ୍ମା ଗାନ୍ଧି ଓ ତାଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେକୁ ନେଇ ବିଧାନସଭାରେ ପୁଣି ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ। ବନ୍ଦେ ମାତରମ୍‌, ଭାରତମାତା କି ଜୟ, ଜାତୀୟ ପତାକା, RSS , ନାଥୁରାମ ଗଡ଼ସେ ଓ ମହାତ୍ମା ଗାନ୍ଧି ଆଦି ପ୍ରସଙ୍ଗ...

scbn
ଏସ୍‌ସିବି ମେଡିକାଲରେ ଆଟେଣ୍ଡାଣ୍ଟ ନିଯୁକ୍ତିରେ ବ୍ୟାପକ ଅନିୟମିତତା ଅଭିଯୋଗ

କଟକ: ଏସ୍‌ସିବି ମେଡିକାଲରେ ଆଟେଣ୍ଡାଣ୍ଟ ନିଯୁକ୍ତିରେ ବ୍ୟାପକ ଅନିୟମିତତା ଅଭିଯୋଗ ପ୍ରତିବାଦରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।    ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସ୍ମୃତିରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ ଶତାଧିକ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର...

khani
କ୍ରାଇମବ୍ରାଞ୍ଚ ଏସଟିଏଫ୍ କବ୍‌ଜାରେ ଆଉ ଜଣେ ଖଣି ମାଫିଆ

ଖୋର୍ଦ୍ଧା: କ୍ରାଇମବ୍ରାଞ୍ଚ ଏସଟିଏଫ୍ କବ୍‌ଜାରେ ଆଉ ଜଣେ ଖଣି ମାଫିଆ। ଖୋର୍ଦ୍ଧା ବେଗୁନିଆ ଥାନା ଦଳକ ଗାଁର ବାଦଲ ବଡ଼ଜେନା ବର୍ତ୍ତମାନ ଏସଟିଏଫ୍ କବଜାରେ। ଖୋର୍ଦ୍ଧା ଅଞ୍ଚଳରୁ ତାକୁ ଗିରଫ କରାଯିବାପରେ ଏସଟିଏଫ୍ କାର୍ଯ୍ୟାଳୟକୁ ଅଣାଯାଇଛି। ବେଆଇନ ପଥର ଖଣି ମାମଲାରେ ସେ ଜଡ଼ିତ ଥିଲା। ତା’ ନାଁରେ...

IAS
ଆଇଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଆଇଏଏସ୍‌ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। କୋରାପୁଟ ଓ ନୟାଗଡ଼ ଜିଲ୍ଲାର ଜିଲ୍ଲାପାଳଙ୍କୁ ମଧ୍ୟ ପରିବର୍ତ୍ତନ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ନିରଞ୍ଜନ ସାହୁଙ୍କୁ ଶ୍ରମ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି।...

kunduli-victim-1-640x367
କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ବିଚାର ବିଭାଗୀୟ ତଦନ୍ତ ରିପୋର୍ଟ ଦେଲେ ସରକାର

ଭୁବନେଶ୍ୱର: ବହୁତର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ବିଚାର ବିଭାଗୀୟ ତଦନ୍ତ ରିପୋର୍ଟ ଆଜି ବିଧାନସଭାରେ ଉପସ୍ଥାପନ କରିଛନ୍ତି ରାଜ୍ୟ ସରକାର। ଘଟଣା ଏବେ ସୁଦ୍ଧା ଏକ ରହସ୍ୟ ହୋଇ ରହିଛି ଏବଂ ଅଧିକ ତଦନ୍ତ ହେଲେ ଏହି ରହସ୍ୟ ଉପରୁ ପରଦା ହଟିବ ବୋଲି ଏହି...

08THFANI-EFFECT
ପୁନରୁଦ୍ଧାର ଦିଗରେ ବାଲୁଖଣ୍ଡ ଅଭୟାରଣ୍ୟ

ପୁରୀ: ‘ଫୋନି’ ବାତ୍ୟାର ତାଣ୍ଡବରେ ଉଜୁଡ଼ି ଯାଇଥିଲା ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭରେ ଥିବା ପୁରୀ ବାଲୁଖଣ୍ଡ ଅଭୟାରଣ୍ୟ। ବାତ୍ୟାରେ ଲକ୍ଷ ଲକ୍ଷ ବୃହତକାୟ ଓ ପୁରାତନ ଗଛ ଉପୁଡ଼ି ପଡ଼ିଥିଲା। ତେବେ ବାତ୍ୟାକୁ ୩ ମାସ ପୂରିଥିବା ବେଳେ ପୂର୍ବ ଅବସ୍ଥା ଫେରାଇ ଆଣିବାକୁ ବନବିଭାଗ ପକ୍ଷରୁ ଉଦ୍ୟମ...

crocodile
ନଦୀରେ ଅଛି କୁମ୍ଭୀର; ଗାଁରେ କୋକୁଆ ଭୟ

ଆଳି(ବନମାଳି ସାହୁ): ନଦୀରେ କୁମ୍ଭୀର ଭୟ। କେନ୍ଦ୍ରାପଡ଼ା ଦେଇ ପ୍ରବାହିତ ଯେକୌଣସି ନଦୀକୁ ପଶିଲା ମାତ୍ରେ ଲୋକଙ୍କୁ କୁମ୍ଭୀର ଭୟ ଘାରୁଛି। ଏଥିପାଇଁ ବ୍ରାହ୍ମଣୀ, ଖରସ୍ରୋତା ଓ ବୈତରଣୀ ନଦୀ କୂଳବର୍ତ୍ତୀ ଅଞ୍ଚଳରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। କେତେବେଳେ କୁମ୍ଭୀର ଆକ୍ରମଣରେ ମଣିଷର ଜୀବନ ଯାଉଛି ତ...

beer
୩ଟି ଭାଲୁ ଛୁଆ ଉଦ୍ଧାର

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୟପାଟଣା ସହରର ଚଥରାପଡ଼ାରୁ ୩ଟି ଭାଲୁ ଛୁଆ ଉଦ୍ଧାର କରାଯାଇଛି। ଗାଁ ମୁଣ୍ଡରେ ଥିବା ଗୋଟିଏ ଖଜୁରୀ ଗଛ ମୂଳରେ ସକାଳେ ୩ଟି ଭାଲୁ ଛୁଆ ଖେଳୁଥିବା ଗାଁ ଲୋକେ ଦେଖିଥିଲେ। ଏହାପରେ ଜୟପାଟଣା ବନ ବିଭାଗକୁ ଖବର ଦିଆଯାଇଥିଲା। ବନ କର୍ମଚାରୀ ଘଟଣା...

elephant
ରାତୀ ହେଲେ ହାତୀ ଆସେ, ଗାଁ ଲୋକଙ୍କର ନିଦ ହଜେ

ମୟୂରଭଞ୍ଜ: ମୟୂରଭଞ୍ଜ କରଞ୍ଜିଆରେ ହାତୀ ଆତଙ୍କ। କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ରରୁଆଁ ଓ ସୁକ୍ରୁଳୀ ବ୍ଲକର ୭ରୁ ୮ଟି ଗାଁରେ ଝାଡ଼ଖଣ୍ଡୀ ହାତୀ ଉପଦ୍ରବ ଚଳାଇଛନ୍ତି। ଗତ ୩ ଦିନ ହେଲା ୨୩ଟି ହାତୀ ଗାଁଗୁଡ଼ିକରେ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ରରୁଆଁର ଜାମୁଡ଼ିରେ ୫ଟି, ଝୁମକାପାଲରେ ୨ଟି ଓ...

ThinkstockPhotos-183991278-1024x683
ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ଥାନା ବେହେରା ଗାଁରେ ଥିବା ଦନ୍ତେଶ୍ୱରୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଠାକୁରଙ୍କ ସୁନାଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି। ସବୁଦିନ ଭଳି ଆଜି ଭୋରରୁ ପୂଜକ ମନ୍ଦିରକୁ ପୂଜା କରିବାକୁ ଆସିଥିଲେ। ଏହି ସମୟରେ ମନ୍ଦିର କବାଟ ତାଲା ଭଙ୍ଗା ଯାଇଥିବା ଦେଖି...

savevv
କୁକୁଡ଼ା ଫାର୍ମକୁ ନେଇ ଧାରଣାରେ ବସିଲେ ଗ୍ରାମବାସୀ

ନୟାଗଡ଼: କୁକୁଡ଼ା ଫାର୍ମକୁ ନେଇ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍‌ ବାଲିଆ ଗାଁରେ ଗାଁରେ ଉତେଜନା ସୃଷ୍ଟି ହୋଇଛି। ସରକାରୀ ଜାଗାରେ ଏକ କୁକୁଡ଼ା ଫାର୍ମକୁ ଉଚ୍ଛେଜ ଦାବିରେ ଆଜି ତହସିଲଦାର ଅଫିସ ସାମ୍ନାରେ ଧାରଣା ଦେଇଛନ୍ତି ବାଲିଆ ଗ୍ରାମବାସୀ। ତେବେ ଖୁବ୍‌ଶୀଘ୍ର ଏନେଇ ଏକ ନୋଟିସ୍ ଦେଇ...

cv
ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ଓବିସି ବିଜେପି ମୋର୍ଚ୍ଚା

ଭୁବନେଶ୍ୱର: ରାଜ୍ୟରେ ଓବିସି କମିଶନ୍ ନିଯୁକ୍ତି ଦାବି ନେଇ ଓବିସି ବିଜେପି ମୋର୍ଚ୍ଚା ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି। ଓବିସି ଛାତ୍ରଛାତ୍ରୀଙ୍କ ପାଇଁ ପ୍ରୋତ୍ସାହନ ରାଶୀ, ଚାକିରୀରେ ୨୭ ପ୍ରତିଶତ ସଂରକ୍ଷଣ ଭଳି ୫ଟି ଦାବି ନେଇ ରାଜ୍ୟପାଳଙ୍କୁ ସାକ୍ଷାତ କରିଛି ବିଜେପି ମୋର୍ଚ୍ଚା। ସଭାପତି କୃଷ୍ଣଚନ୍ଦ୍ର ପାତ୍ରଙ୍କ...

Sarala Temple
ତୁଟିଲା ଶାରଳା ମନ୍ଦିର ବଡ଼ପଣ୍ଡା ବିବାଦ

ଜଗତସିଂହପୁର: ଶାରଳା ମନ୍ଦିର ବଡ଼ପଣ୍ଡା ବିବାଦର ସମାଧାନ ହୋଇଛି। ଜିଲ୍ଳାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ହସ୍ତକ୍ଷେପ ପରେ ସାମୟିକ ଭାବେ ଏହି ବିବାଦରେ ପୂର୍ଣ୍ଣଛେଦ ଲାଗିଛି। ପାଳି ଅନୁଯାୟୀ ସେବାପୂଜା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଦେବୋତ୍ତର ଅତିରିକ୍ତ କମିଶନଙ୍କ ଯାହା ନିର୍ଦ୍ଦେଶ ରହିଛି ତାକୁ ମାନିବାକୁ ଜିଲ୍ଲାପାଳ...