ଭୁବନେଶ୍ୱର: ବିଧାନସଭାରେ ପୁଣି ଉଠିଲା ଗାନ୍ଧୀ-ଗଡ୍ସେ ପ୍ରସଙ୍ଗ। ଏହି ବିଷୟକୁ ନେଇ ଆଜି ଗୃହରେ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ। ନରସିଂହ ମିଶ୍ର, କଂଗ୍ରେସ ବିରୋଧରେ ବିଷ୍ଣୁ ସେଠୀ ଦେଇଥିବା ମନ୍ତବ୍ୟ କଥା...
ଭୁବନେଶ୍ୱର: ରାଜ୍ୟରେ ଖାଲି ପଡ଼ିଥିବା ମେଡିକାଲ୍ ଓ ଡେଣ୍ଟାଲ୍ କଲେଜ ସିଟ୍ ପାଇଁ ଆଡମିଶନ୍ ଆରମ୍ଭ ହେବ। ଆସନ୍ତାକାଲିଠାରୁ ତିନି ଦିନ ଯାଏ ସ୍ପଟ୍ ଆଡମିଶନ୍ କରାଯିବ। ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରିଛି ଓଜେଇଇ। ଆସନ୍ତାକାଲି ସକାଳ ୧୦ଟାରୁ ଭୁବନେଶ୍ୱରରେ ଏନେଇ ସ୍ୱତନ୍ତ୍ର ଆଡମିଶନ୍ ହବ୍...
ଭଦ୍ରକ: ଜଣେ ଅନ୍ତସତ୍ତ୍ୱା ନାବାଳିକା ଓ ତାଙ୍କ ପରିବାର ସଦସ୍ୟ ଭଦ୍ରକ ଏସ୍ପିଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି। ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ନାବାଳିକାଙ୍କ ପରିବାର ଧାରଣା ଦେଇଛନ୍ତି। ଖବର ଅନୁସାରେ, ତିହିଡ଼ି ଅଞ୍ଚଳର ଜଣେ ଯୁବକ ନାବାଳିକାଙ୍କୁ ପ୍ରେମ କରିବା ସହ ବିବାହର ପ୍ରଲୋଭନ...
ଭୁବନେଶ୍ୱର: କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଚୀନ୍ର ଚଙ୍ଗ୍ଚିନ୍ ସହରରେ। ଏକ ଆପାର୍ଟମେଣ୍ଟର ଛଅ ମହଲା ଉପରୁ ଖସିପଡ଼ିଲା ୩ ବର୍ଷର ଶିଶୁ। କିନ୍ତୁ ତଳେ ଥିବା ଲୋକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଶିଶୁଟିକୁ ସୁରକ୍ଷିତ...
କଟକ: ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣ ଦୁଷ୍କର୍ମ ଅଭିଯୋଗ ଓ ଆତ୍ମହତ୍ୟା ମାମଲାରେ ୪ ସପ୍ତାହ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏଥିସହ ଘଟଣାର ସ୍ପେଶାଲ୍ ଇନ୍ଭେଷ୍ଟିଗେସନ୍ ଟିମ୍-SIT ତଦନ୍ତ ଲାଗି କହିବା ସହିତ ଏଥିରେ କେନ୍ଦ୍ର ଓ ରାଜ୍ୟସ୍ତରୀୟ...
ନୂଆଦିଲ୍ଲୀ: ଲୋକପ୍ରିୟ ସାମ୍ୱାଦିକ ରବୀଶ କୁମାରଙ୍କୁ ମିଳିବ ‘ରେମନ ମ୍ୟାଗସେସେ ଆଓ୍ୱାର୍ଡ୍’। ୨୦୧୯ ବର୍ଷ ପାଇଁ ଏହି ସମ୍ମାନରେ ସମ୍ମାନିତ ହେବେ ଏନଡିଟିଭି ଇଣ୍ଡିଆର ମ୍ୟାନେଜିଂ ଏଡିଟର। ହିନ୍ଦୀ ସାମ୍ୱାଦିକତା କ୍ଷେତ୍ରରେ ତାଙ୍କର ପ୍ରଭାବୀ ଯୋଗଦାନ ପାଇଁ ତାଙ୍କୁ ଚୟନ କରାଯାଇଛି। ଏହି ସମ୍ମାନ ଜଣେ ସାମ୍ୱାଦିକଙ୍କ ପାଇଁ...
ଭୁବନେଶ୍ୱର: ବିଧାନସଭାରେ ନିଜ ବିବାଦୀୟ ବୟାନକୁ ନେଇ ଗୃହରେ ଦୁଃଖ ପ୍ରକାଶ କରିଛନ୍ତି ବିରୋଧୀ ଦଳ ଉପ ନେତା ବିଷ୍ଣୁ ସେଠୀ। ଏପରି ମନ୍ତବ୍ୟ ସେ ଉଦ୍ଦେଶ୍ୟମୂଳକ ଭାବେ ଦେଇ ନଥିବା କହିଛନ୍ତି ବିଷ୍ଣୁ। ଏଥିସହିତ ଗୃହର ବିବରଣୀରୁ ତାଙ୍କ ମନ୍ତବ୍ୟକୁ ବାଦ୍ ଦେବାକୁ ବାଚସ୍ପତିଙ୍କୁ ସେ ଅନୁରୋଧ...