• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

businesstoday.in
କାହା ପାଇଁ କଣ ହେବ ବଜେଟ୍‌ର ରୂପ ରେଖ ?

ନୂଆଦିଲ୍ଲୀ: ଆଜି ଚଳିତ ବର୍ଷର ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥିରେ କାହା ପାଇଁ କଣ ରହିବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଏଥରର ବଜେଟ୍ ସାଧାରଣ ଲୋକଙ୍କ ପକେଟ୍ ଉପରେ ଭାରି ପଡ଼ିବ କି ସେମାନଙ୍କୁ ଉଶ୍ୱାସ ମିଳିବ ତା ଉପରେ ସମସ୍ତଙ୍କ...

mahandi
ମହାନଦୀକୁ ନେଇ ପୁଣି ବିବାଦ; ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ବିରୋଧୀ

ଭୁବନେଶ୍ୱର: ମହାନଦୀକୁ ନେଇ ପୁଣି ବିବାଦ। ଦେଖା ଦେଇଛି। ମହାନଦୀ ପାଣିର ଅଭାବ ଯୋଗୁ ଆଗକୁ ଓଡ଼ିଶା ଭୟଙ୍କର ଜଳସଂକଟ ଦେଇ ଗତି କରିବ ବୋଲି ଆଶଙ୍କା କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ ନେତା। ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର...

vagyshree
ମନ୍‌ କି ବାତ୍; ଓଡ଼ିଶାର ଭାଗ୍ୟଶ୍ରୀ ସାହୁଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ୨୦୨୧ ପ୍ରଥମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ଦେଶର ସାମର୍ଥ୍ୟ ଓ ଆତ୍ମନିର୍ଭରତା ସମ୍ପର୍କରେ ସୂଚନା ଦେବା ସହିତ ଟିମ୍‌ ଇଣ୍ଡିଆରେ ଅଷ୍ଟ୍ରେଲିଆ ବିଜୟ ସମ୍ପର୍କରେ ମଧ୍ୟ କହିଛନ୍ତି। ତା ସହିତ ଦେଶର ଅନେକ ପ୍ରତିଭାଶାଳୀ...

unboxing
ଦିନକରେ ୧୩,୦୫୨ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗୋଟିଏପଟେ ଦେଶରେ କରୋନା ଟିକାକରଣ ଜାରି ରହିଛି। ଅନ୍ୟପଟେ ନିୟମିତ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରାଳୟ ଆଜି ଦେଇଥିବା ରିପୋର୍ଟରେ ଦିନକରେ ୧୩,୦୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩,୯୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୧୨୭ ଜଣଙ୍କର ମୃତ୍ୟୁ ହୋଇଛି।...

d
ମୌଳିକ ସୁବିଧା ଯୋଗାଇ ଦେବାରେ ପଛରେ ଓଡ଼ିଶା

ଭୁବନେଶ୍ୱର: ମୌଳିକ ସୁବିଧା ଯୋଗାଇ ଦେବାରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ପଛରେ ରହିଛି ଓଡ଼ିଶା। ଲୋକଙ୍କ ଜରୁରୀ ଆବଶ୍ୟକତା ପୂରଣ କରିବାରେ ଫେଲ୍‌ ମାରିଛି ରାଜ୍ୟ। ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳ ସ୍ଥିତି ଆହୁରି ଉଦ୍‌ବେଗଜନକ ରହିଛି।୨୦୧୨ରେ ଗ୍ରାମାଞ୍ଚଳର ସ୍ଥିତି ଯାହା ଥିଲା, ୨୦୧୮ରେ ବି ଉଣା ଅଧିକ ସେୟା...

delhi
୨୬ ଜାନୁଆରୀ ଟ୍ରାକ୍ଟର ରାଲି ହିଂସାରେ ୮୪ ଗିରଫ, ୩୮ ମାମଲା ରୁଜୁ

ନୂଆଦିଲ୍ଲୀ: ଜାନୁଆରୀ ୨୬ ତାରିଖ କୃଷକଙ୍କ ଟ୍ରାକ୍ଟର ରାଲିରେ ହୋଇଥିବା ହିଂସା ଘଟଣାରେ ମୋଟ ୩୮ଟି ଏଫ୍‌ଆଇଆର୍ ରୁଜୁ କରିଛି ଦିଲ୍ଲୀ ପୋଲିସ। ଏହି ଘଟଣାରେ ସମ୍ପୃକ୍ତ ୮୪ ଜଣଙ୍କୁ ପ୍ରମାଣ ସହିତ ଗିରଫ କରାଯାଇଛି। ଏନେଇ ଦିଲ୍ଲୀ ପୋଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏଥିସହିତ...

corona-vaccine
ଦେଶକୁ ମିଳିବ ଆଉ ଏକ କରୋନା ଟିକା, ଜୁନ୍‌ରେ ହୋଇପାରେ ଲଞ୍ଚ୍

ମୁମ୍ବାଇ: ଦେଶକୁ ମିଳିବ ପୁଣି ଏକ କରୋନା ଟିକା। କୋଭିଶିଲ୍ଡ ଓ କୋଭାକ୍ସିନ ପରେ ଏବେ କୋଭୋଭାକ୍ସ ଟିକା ଆସିବ। ଏନେଇ ଘୋଷଣା କରିଛନ୍ତି ସେରମ ଇନଷ୍ଟିଟ୍ୟୁଟ୍‌ ଅଫ୍ ଇଣ୍ଡିଆ (ଏସ୍‌ଆଇଆଇ) ଅଧ୍ୟକ୍ଷ ଅଦର ପୁନାୱାଲା। ଚଳିତ ବର୍ଷ ଜୁନ ମାସ ଆଡ଼କୁ କମ୍ପାନୀ ଆଉ ଏକ କରୋନା...

mp
ବୟସ୍କ ବ୍ୟକ୍ତିଙ୍କୁ ଟ୍ରକ୍‌ରେ ଲଦି ସହର ବାହାରେ ଛାଡ଼ିଦେଉଥିଲା ପ୍ରଶାସନ, ଭିଡିଓ ଭାଇରାଲ୍‌ ପରେ ହେଲା ଏମିତି ଅବସ୍ଥା

ଇନ୍ଦୋର: ପଶୁ ଓ ପକ୍ଷୀଙ୍କ କ୍ଷେତ୍ରରେ ଦେଖାଯାଏ ଯେ ପିଲା ଅଧିକ ହେଲେ ପଶୁ ଓ ପକ୍ଷୀମାନେ ଭରଣପୋଷଣ ନକରିପାରି ନିଜ ପିଲାଙ୍କୁ ଗିଳି ଦିଅନ୍ତି ନହେଲେ ମାରିଦିଅନ୍ତି। ଏବେ ତାହା ମଣିଷ କ୍ଷେତ୍ରରେ ଦେଖା ଗଲାଣି। ସାଧାରଣ ମଣିଷ ଅଭାବ ଅନଟନରେ ପଡ଼ି ଘରର ବୃଦ୍ଧବୃଦ୍ଧା ସଦସ୍ୟଙ୍କ...

pm-modi
କୃଷି ଆଇନ୍ ନେଇ ପ୍ରଧାନମନ୍ତ୍ରୀ କହିଲେ, ଏବେବି ଫୋନ୍ କଲ୍ ଅପେକ୍ଷାରେ

ନୂଆଦିଲ୍ଲୀ: ନୂଆ କୃଷି ଆଇନ୍‌କୁ ନେଇ ଦୀର୍ଘଦିନ ହେଲା ଚାଲିଥିବା ଚାଷୀ ଆନ୍ଦୋଳନ ଉପରେ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ କଥାକୁ ପୁଣିଥରେ ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ। କୃଷକ ସଂଗଠନକୁ ଦେଇଥିବା ପ୍ରସ୍ତାବ ଏବେ ବି ରହିଛି। ୧୮ ମାସ...

rail sway
ରେଳ ପ୍ରକଳ୍ପ ପାଇଁ ଟଙ୍କା ଆସୁଛି କିନ୍ତୁ ଆରମ୍ଭ ହୋଇପାରୁନି କାମ

ଭୁବନେଶ୍ୱର: ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ ପାଇଁ ୨୦୧୬ ବଜେଟରେ କେନ୍ଦ୍ର ସରକାର ଅର୍ଥ ବରାଦ କରିବାର ୫ ବର୍ଷ ପୂରିଥିଲେ ବି ଏଯାଏଁ ଏ ଦିଗରେ କାମ ଆରମ୍ଭ ହୋଇପାରିଲା ନାହିଁ। କାରଣ ଜମି ଅଧିଗ୍ରହଣ ଏ ଦିଗରେ ବାଧକ ସାଜିଛି। ଆଉ ଏବେ ନୂଆ ବଜେଟ ପୂର୍ବରୁ...

corona-virus
ଫେବ୍ରୁଆରୀ ପ୍ରଥମ ସପ୍ତାହରୁ କରୋନା ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ ଟିକା

ନୂଆଦିଲ୍ଲୀ: ଫେବ୍ରୁଆରୀ ପ୍ରଥମ ସପ୍ତାହରୁ ଟିକା ନେବେ କରୋନା ସମ୍ମୁଖ ଯୋଦ୍ଧା। ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା ଟିକାକରଣ କାର୍ଯ୍ୟକ୍ରମ ପୂର୍ବପରି ଜାରି ରହିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରାଳୟ ଚିଠି...

farmer
୧୪ ଜିଲ୍ଲାରେ ତୁରନ୍ତ ଇଣ୍ଟର୍‌ନେଟ୍ ବନ୍ଦ କରିବାକୁ ଘୋଷଣା କଲେ ହରିଆଣା ସରକାର

ନୂଆଦିଲ୍ଲୀ: କୃଷି ଆନ୍ଦୋଳନରେ ହୋଇଥିବା ହିଂସାକୁ ଆଖି ଆଗରେ ରଖି ହରିଆଣାର ୧୪ଟି ଜିଲ୍ଲାରେ ଆସନ୍ତାକାଲୀ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଇଣ୍ଟର୍‌ନେଟ୍ ସେବାକୁ ବନ୍ଦ କରାଯାଇଛି। ଏନେଇ ଘୋଷଣା କରିଛନ୍ତି ହରିଆଣା ସରକାର। ଏହାକୁ ମିଶାଇ ମୋଟ ୧୭ଟି ଜିଲ୍ଲାରେ ଇଣ୍ଟରେନଟ୍ ବନ୍ଦ କରାଯାଇଛି। ତୁରନ୍ତ ଏହି ନିର୍ଦ୍ଦେଶର...

blast-in-delhi
ଦିଲ୍ଲୀରେ ଆଇଇଡି ବିସ୍ଫୋରଣ

ନୂଆଦିଲ୍ଲୀ: ଗୋଟିଏ ପଟେ କୃଷକ ଆନ୍ଦୋଳନ, ଅନ୍ୟପଟେ ବିସ୍ଫୋରଣ। ଦିଲ୍ଲୀରେ ଥିବା ଇସ୍ରାଏଲ ଦୂତାବାସ ନିକଟରେ ଆଇଇଡି ବିସ୍ଫୋରଣ ହୋଇଛି। ଦୂତାବାସ ଠାରୁ ମାତ୍ର ୧୫୦ ମିଟର ଦୂରରେ ଆଜି ଅପରାହ୍ନ ୫.୫ ମିନିଟ ସମୟରେ ଏହି ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ୪-୫ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ସୂଚନା...

kapil
ଇଏ ଆଜିର ଜଣେ‌ ସୁପରଷ୍ଟାରଙ୍କର ଫଟୋ; ଚିହ୍ନିଲେ କିଏ ?

ମୁମ୍ବାଇ: କମେଡି ଷ୍ଟାର କପିଲ ଶର୍ମା ଉଭୟ ପର୍ସନାଲ ଓ ପ୍ରଫେସନ୍‌ଲାନ ଲାଇଫ୍‌କୁ ନେଇ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଗୋଟାଏ ପଟେ ତାଙ୍କ ଶୋ ‘ଦି କପିଲ ଶର୍ମା ଶୋ’ ବନ୍ଦ ହେବାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଅନ୍ୟପଟେ ପତ୍ନୀ ଗିନ୍ନି ଚତରଥ ପୁଣିଥରେ ମାଆ...

mk-bulidieng
ଭୁବନେଶ୍ୱରର ସବୁ ହାଟ ହେବ ସ୍ମାର୍ଟ ହାଟ

ଭୁବନେଶ୍ୱର: ଭୁବନେଶ୍ୱରର ସବୁ ହାଟକୁ ସ୍ମାର୍ଟ ହାଟରେ ପରିଣତ କରାଯିବା ସହିତ ରାଜ୍ୟ ସ୍ତରୀୟ ମଡେଲ୍‌ ହାଟ ବି କରାଯିବ। ଏନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ତା ସହିତ ରାଜଧାନୀରେ ସ୍ୱତନ୍ତ୍ର ଓ ଶୀତତାପ ନିୟନ୍ତ୍ରିତ ମାଛ ମାର୍କେଟ ଓ ପାର୍କିଂ ସ୍ଥଳ ନିର୍ମାଣ ପାଇଁ ନିଷ୍ପତ୍ତି...

jharafula
ସ୍କୁଟିରେ ମୃତଦେହ ନେଇଥିବା ବ୍ୟକ୍ତି କିଏ ?

ଭୁବନେଶ୍ୱର: ରମାଦେବୀ ୟୁନିଭର୍ସିଟି ଛାତ୍ରୀଙ୍କୁ ଯାଜପୁରରେ ହତ୍ୟା ଅଭିଯୋଗ ହୋଇଛି। ରହସ୍ୟଜନକ ଭାବେ ରାସ୍ତାକଡ଼ରୁ ମୃତଦେହ ମିଳିବା ପରେ ସନ୍ଦେହ ଆହୁରି ବଢ଼ିଛି। ଛାତ୍ରୀଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ଆଶଙ୍କା କରାଯାଉଛି। ଛାତ୍ରୀଙ୍କୁ ଫିଙ୍ଗି ଦେବା ଘଟଣା ସିସିଟିଭିରେ କଏଦ ହୋଇଛି। କଏଦ ହୋଇଥିବା ଭିଡିଓରେ ୨...

cp
ଚାଷୀ ଆନ୍ଦୋଳନରେ ହିଂସା ନେଇ ଦିଲ୍ଲୀ ପୋଲିସ କମିଶନର କହିଲେ, ଚାଷୀ ନେତା ହିଁ ଦାୟୀ

ନୁଆଦିଲ୍ଲୀ: ଗତକାଲି ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡ ନେଇ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ପୋଲିସ କମିଶନର ଏସ୍‌ଏନ ଶ୍ରୀବାସ୍ତବ। ଏଥିପାଇଁ ଚାଷୀ ନେତାମାନେ ଦାୟୀ ବୋଲି ପୋଲିସ କମିଶନର କହିଛନ୍ତି। ଏନେଇ ସେ କହିଛନ୍ତି ଯେ ଜାନୁଆରୀ ୨୬ରେ ଟ୍ରାକ୍ଟର ରାଲି ନ କରିବା ପାଇଁ...

odia
ଅତିବଡ଼ୀ ଜଗନ୍ନାଥ ପୁରସ୍କାର ଘୋଷଣା

ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସର୍ବୋଚ୍ଚ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଘୋଷଣା ହୋଇଛି। ଚଳିତ ଥର କଥାକାର ରାମଚନ୍ଦ୍ର ବେହେରାଙ୍କୁ ଏହି ପୁରସ୍କାର ଦିଆଯିବ ବୋଲି ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି। ଅତିବଡ଼ୀ ପୁରସ୍କାର ସହିତ ଅନ୍ୟ ୧୫ ବରିଷ୍ଠ ସାହିତ୍ୟିକଙ୍କୁ ମଧ୍ୟ...

death-1-1
ବହୁ ଚର୍ଚ୍ଚିତ IFS ଅଭୟକାନ୍ତ ପାଠକ ଓ ପୁଅଙ୍କୁ ମିଳିଲା ଜାମିନ୍

ଭୁବନେଶ୍ୱର: ବହୁ ଚର୍ଚ୍ଚିତ IFS ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କ ଗିରଫ ମାମଲାରେ ଉଭୟ ବାପ, ପୁଅଙ୍କୁ ଜାମିନ ମିଳିଛି। ଭିଜିଲାନ୍ସ କୋର୍ଟ ଉଭୟ ବାପା ପୁଅଙ୍କ ଜାମିନ ମଂଜୁର କିରଛନ୍ତି। ୬୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ ହୋଇ ନପାରିବାରୁ ଜାମିନ କୋର୍ଟ ଦେଇଛନ୍ତି।...