ପିଲାମାନଙ୍କ କିଛି ବ୍ୟତିକ୍ରମ ହେତୁ ମନଟା ଅସ୍ଥିର ରହିପାରେ। ବ୍ୟବସାୟ, ପରିବହନ, ବାଣିଜ୍ୟ ମାନ୍ଦା ହେବ ନାହିଁ । ସୌଭାଗ୍ୟକ୍ରମେ ଆର୍ଥିକ ଉନ୍ନତି ଘଟିବ, କିଛି ବ୍ୟାଙ୍କ ଜମା ମଧ୍ୟ କରିପାରିବ। ଆପଣ ଯେଉଁ କାମରେ ହାତଦେବେ ସେଥିରେ ଅବଶ୍ୟ ସଫଳତା ପାଇବେ।
ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧିହେତୁ ମନରେ ସରସତା ରହିବ ନାହିଁ। ଖାଦ୍ୟପେୟର ଅଜୀର୍ଣ୍ଣ ଓ ଅମାଶୟ ଦେଖାଦେଇପାରେ। କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ। ସକାଳୁ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିନପାରେ। ବିଭିନ୍ନ ନକାରାମତ୍କ ଚିନ୍ତାଧାରା ମନକୁ ବ୍ୟସ୍ତ କରାଇବ। ସଭାସମିତିରେ କିମ୍ବା ଆନୁଷ୍ଠାନିକ କାମରେ ସୁଯୋଗ ପାଇଲେ ମଧ୍ୟ ସଦ୍ୟବହାର କରିବା କାଠିକର ପାଠ ହେବ। ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହିତ ବନ୍ଧୁସମ୍ପର୍କ ବୃଦ୍ଧି ପାଇବ। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା କାରଣରୁ ବ୍ୟସ୍ତତା ଅନୁଭବ କରିପାରନ୍ତି।
ପ୍ରତିକାର – ସୂର୍ଯ୍ୟ ଦେବତାଙ୍କୁ ନାଲି ମନ୍ଦାର ଅର୍ପଣ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯