ପିଲାମାନଙ୍କ କିଛି ବ୍ୟତିକ୍ରମ ହେତୁ ମନଟା ଅସ୍ଥିର ରହିପାରେ। ବ୍ୟବସାୟ, ପରିବହନ, ବାଣିଜ୍ୟ ମାନ୍ଦା ହେବ ନାହିଁ । ସୌଭାଗ୍ୟକ୍ରମେ ଆର୍ଥିକ ଉନ୍ନତି ଘଟିବ, କିଛି ବ୍ୟାଙ୍କ ଜମା ମଧ୍ୟ କରିପାରିବ। ଆପଣ ଯେଉଁ କାମରେ ହାତଦେବେ ସେଥିରେ ଅବଶ୍ୟ ସଫଳତା ପାଇବେ।
ସାମଗ୍ରିକ ଦୃଷ୍ଟିକୋଣରୁ ଆପଣଙ୍କ ସକାଶେ ବହୁତ ଭଲ। ହାତକୁ ନେଇଥିବା କାମଗୁଡିକ ସହଜ ଓ ସୁବିଧାରେ ହୋଇଯିବ। ଅବଶ୍ୟ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ସାମାନ୍ୟ ମନ୍ଥର କରିପାରେ। ଆର୍ଥିକ ପରିସ୍ଥିତି ଓ କିଛି କରିବା ସକାଶେ ମନବଳାଇ କର୍ମମୁଖର ହେବେ। ପ୍ରତ୍ୟେକ କ୍ଷେତ୍ରରେ ଆଜଚେଷ୍ଟ କରି ଚଳିପାରିବା ହେତୁ କିଛି ଅସୁବିଧା ହେବନାହିଁ। ପରିସ୍ଥିତିକୁ ଯେତେଟା ଜଟିଳ ମନେ କରୁଛନ୍ତି ବାସ୍ତବରେ ସେମିତି କିଛି ହେବନାହିଁ। ପ୍ରତିଦ୍ୱନ୍ଦ୍ୱିତା ବଢ଼ିଚାଲିବା କାରଣରୁ ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ପରିସ୍ଥିତିରେ ପଡି କେତେକ କାମ ଇଚ୍ଛା ନ ଥିଲେ ମଧ୍ୟ କରିବାକୁ ବାଧ୍ୟ ହେବେ।
ପ୍ରତିକାର - ହନୁମାନଙ୍କର ପୂଜା ସହିତ ଚାଳିଶା ପାଠ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯