ପିଲାମାନଙ୍କ କିଛି ବ୍ୟତିକ୍ରମ ହେତୁ ମନଟା ଅସ୍ଥିର ରହିପାରେ। ବ୍ୟବସାୟ, ପରିବହନ, ବାଣିଜ୍ୟ ମାନ୍ଦା ହେବ ନାହିଁ । ସୌଭାଗ୍ୟକ୍ରମେ ଆର୍ଥିକ ଉନ୍ନତି ଘଟିବ, କିଛି ବ୍ୟାଙ୍କ ଜମା ମଧ୍ୟ କରିପାରିବ। ଆପଣ ଯେଉଁ କାମରେ ହାତଦେବେ ସେଥିରେ ଅବଶ୍ୟ ସଫଳତା ପାଇବେ।
ପୂର୍ବ ଶତ୍ରୁତାକୁ ନେଇ ବନ୍ଧୁଙ୍କ ସଦଭାବ, ସହକର୍ମୀଙ୍କ ସହଯୋଗ ପାଇବେ ନାହିଁ। ସମ୍ପର୍କୀୟଙ୍କ ସାହାଯ୍ୟରୁ ଅଟକିଥିବା କାମଟି ହଠାତ୍ ହୋଇଯିବ। ଅର୍ଥ ଲାଭ ସାଙ୍ଗକୁ ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ ଏବଂ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ଆଲୋଚନା କାଳରେ ଅପ୍ରିୟ ସତ୍ୟ କହି ବନ୍ଧୁଙ୍କ ଚକ୍ଷୁଶୀଳ ହେବେ। ବ୍ୟବସାୟ ଓ ପରିବହନରେ ଲାଭବାନ ହେବା ସହିତ ନିଜ ପରିସରରେ ପ୍ରତିଷ୍ଠିତ ହେବେ। ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ। ଶିଳ୍ପ, ବାଣିଜ୍ୟ, ପ୍ରଶାସନ, ସାମ୍ବାଦିକତା, ଚୁକ୍ତିପତ୍ର, ସଭାସମିତି ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ସଫଳତା ହାସଲ କରିବେ।
ପ୍ରତିକାର – ନୀଳ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮