• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 5th July 2023: ଏହି ରାଶିର ବ୍ୟକ୍ତିଙ୍କର ଆଜି ଦୂରଯାତ୍ରାର ଯୋଗ ରହିଛି

ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୦୫ ତାରିଖ ବୁଧବାର । ଚନ୍ଦ୍ର – ଧନୁ ଦିବା ୦୧.୪୩ ଗତେ ମକର,ତିଥି – ୨ୟା ଦିବା ୧୦.୦୨ ଗତେ ୩ୟା, ଘାତ ଚନ୍ଦ୍ର – ସିଂହ ଅହୋରାତ୍ର,ଘାତ ବାର – କର୍କଟ,ପୁଷ୍କର ଦୋଷ – ୨ ପାଦ - ପଶୁ ଓ ବଂଶହାନି- ଅନ୍ନ ଓ ତିଳକାଞନ ଦାନ ପ୍ରାତଃ ୦୫.୩୯ ଗତେ ୧ ପାଦ ।

Aquarius

କୁମ୍ଭ

Wednesday 05 Jul 2023

ଧନିଷ୍ଠା- କର୍ମକ୍ଷେତ୍ରରେ ହେଉ କିମ୍ବା ନିଜ ପରିସରରେ କର୍ମଦକ୍ଷତାରୁ ପ୍ରତିଷ୍ଠିତ ହେବେ। ମାଙ୍ଗଳିକ କାର‌୍ୟ୍ୟ କିମ୍ବା ଆନୁଷ୍ଠାନିକ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ ସକାଶେ ଋଣସୂତ୍ରରେ ଅର୍ଥଲାଭ କରିପାରନ୍ତି।

ଶତଭିଷା- ଜମିଜମା, ମାଲି ମକଦ୍ଦମାରେ ରାୟ ଆପଣଙ୍କ ସପକ୍ଷରେ ଯିବ। ମାନସିକ ଦ୍ୱନ୍ଦ୍ୱ ଲାଗି ରହିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ କ’ଣ କରିବେ କିମ୍ବା କ’ଣ ନ କରିବେ ସ୍ଥିର କରିପାରିବେ ନାହିଁ।

ପୂ, ଭାଦ୍ରପଦ- ମନୋରଞ୍ଜନ କାର‌୍ୟ୍ୟରେ ନିଜକୁ ନିୟୋଜିତ କରି ଖୁସି ରହିବାର ସୁଯୋଗ ପାଇବେ। ମାଲିମକଦ୍ଦମାରେ ସଫଳତା ହାସଲର ସୌଭାଗ୍ୟ ଅର୍ଜନ କରିପାରନ୍ତି।

ପ୍ରତିକାର – ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :