Advertisment

Poet Banchhanidhi Jayanti: ବାଞ୍ଛାନିଧି ଥିଲେ ଜନଚେତନା ଓ ଗଣ ସଂଗ୍ରାମର ଚାରଣ କବି

ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଜାତୀୟ କବି ବାଞ୍ଛାନିଧିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଛି। ଏଠାରେ ବିଶିଷ୍ଟ କବି ନିରାକାର ଦାସଙ୍କୁ ପୁରସ୍କୃତ କରାଯାଇଥିଲା।

author-image
Santosh Kumar Sahoo
କବି ବାଞ୍ଛାନିଧି

କବି ବାଞ୍ଛାନିଧି

କବି ସବୁଠି ଓ ସବୁବେଳେ ପୂଜା ପାଏ। ନିଜ ଲେଖା ମାଧ୍ୟମରେ ସେ ସାମାଜିକ ଚେତନା ସୃଷ୍ଟି କରନ୍ତି। ସମାଜକୁ ସୁଧାରିବାକୁ ଚେଷ୍ଟା କରନ୍ତି। ଏହା ହିଁ ସେମାନଙ୍କୁ ବଡ଼ କରିଦିଏ। ଆମ ଓଡ଼ିଆ ସାହିତ୍ୟରେ ଏମିତି ଅନେକ ଲେଖକ ଥିଲେ ଯେଉଁମାନେ ଆଗାମୀ ଦିନ ପାଇଁ ଆମକୁ ଦିଗ ଦେଖାଇ ଯାଇଛନ୍ତି। ସେହିପରି ଜଣେ କବି ଥିଲେ ଜାତୀୟ କବି ବାଞ୍ଛାନିଧି।

Advertisment

ଅଧିକ ପଢ଼ନ୍ତୁ: ଶହେ ପୁଅର ଆଶାରେ ଏକମାତ୍ର ପୁଅକୁ ଯଜ୍ଞ କୁଣ୍ଡରେ ପକାଇ ଦେଇଥିବା ରାଜାଙ୍କ କଥା

ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଜାତୀୟ କବି ବାଞ୍ଛାନିଧି ସ୍ମୃତି ପରିଷଦ, ଭଦ୍ରକଙ୍କ ସହଯୋଗରେ ଜିଲ୍ଲା ସଂସ୍କୃତି ଭବନଠାରେ ସାହିତ୍ୟିକ ଡାକ୍ତର ଦୁର୍ଯ୍ୟୋଧନ ଦାସଙ୍କ ପୌରୋହିତ୍ୟରେ କବି ବାଞ୍ଛାନିଧିଙ୍କ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ଏକ ସ୍ବତନ୍ତ୍ର ସଭାର ଆୟୋଜନ କରାଯାଇଥିଲା।

Advertisment

ମହାନ୍ ସ୍ୱାଧୀନତା ସଂଗ୍ରାମୀ ବାଞ୍ଛାନିଧିଙ୍କ ସଂଗୀତ ସାଧାରଣ ଲୋକଙ୍କୁ ଜାତୀୟତା ମନ୍ତ୍ରରେ ଉଦବୁଦ୍ଧ କରି ବିପ୍ଳବ ପାଇଁ ସଂଗଠିତ କରୁଥିଲା। ତାଙ୍କ ସଂଗୀତ ଥିଲା ଆତ୍ମାର ସଂଗୀତ, ଆଗାମୀ ନୂଆ ସକାଳର ଆବାହନୀ ମନ୍ତ୍ର। ସେ ଥିଲେ ଜନଚେତନା ଓ ଗଣସଂଗ୍ରାମର ଚାରଣ କବି ବୋଲି ସଭାରେ ଉପସ୍ଥିତ ଅତିଥିମାନେ ମତପ୍ରକାଶ କରିଛନ୍ତି l

ଏହି ଉତ୍ସବରେ ସାହିତ୍ୟିକ ଡ. ଶଶଧର ଦାସ ବରେଣ୍ୟ ଅତିଥି, ଡ. ରବୀନ୍ଦ୍ର ବିହାରୀ ସମ୍ମାନୀୟ ଅତିଥି, ବିଶିଷ୍ଟ କଥାକାର ପବିତ୍ର ପାଣିଗ୍ରାହୀ ମୁଖ୍ୟବକ୍ତା ଓ ବିଶିଷ୍ଟ ସାମ୍ୟବାଦୀ କବି ନିରାକାର ଦାସ ସମ୍ମାନନୀୟ ବକ୍ତା ଭାବେ ଯୋଗଦାନ କରିଥିଲେ। କବି ପୂର୍ଣଚନ୍ଦ୍ର ବହଳୀ ସ୍ୱାଗତ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଶିଷ୍ଟ ପ୍ରଗତିଶୀଳ କବି ଓ ସ୍ତମ୍ଭକାର ନିରାକାର ଦାସଙ୍କୁ ବାଞ୍ଛାନିଧି ସ୍ମୃତି ପରିଷଦ ପକ୍ଷରୁ ବାଞ୍ଛାନିଧି ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା।

କାଦମ୍ବିନୀର ସହସଂପାଦକ ଅମିତାଭ ଖିଲାର ମାନପତ୍ର ପାଠ କରିଥିବା ବେଳେ ଶେଷସ୍ପର୍ଶ ଦେଇଥିଲେ ଅନୁଷ୍ଠାନର ସହସମ୍ପାଦକ କୃଷ୍ଣଚନ୍ଦ୍ର ମହାନ୍ତି l ଭଦ୍ରକ ସଂଗୀତ ମହାବିଦ୍ୟାଳୟ ପକ୍ଷରୁ କବିଙ୍କ ରଚିତ ଦେଶ ପ୍ରେମ ସଂଗୀତ ଗାନ କରାଯାଇଥିଲା l ବହୁ ବୁଦ୍ଧିଜୀବୀ ଓ ସାହିତ୍ୟିକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l

ଅଧିକ ପଢ଼ନ୍ତୁ: ବୁଢ଼ା ଋଷିଙ୍କୁ ଅନ୍ଧ କରିଥିବା ରାଜକୁମାରୀଙ୍କ କାହାଣୀ

Odisha
Advertisment
Advertisment