Advertisment

Women Entrepreneurs Success Stories: UPSCରେ ବିଫଳ, ଜୀବନରେ ସଫଳ; ଏମିତି କାହାଣୀ ଆପଣଙ୍କ ଆଖିକୁ ଲୁହ ଆସିଯିବ

UPSC ପରୀକ୍ଷାରେ ସଫଳ ହୋଇନଥିଲେ ମଧ୍ୟ ନିଜ ଲକ୍ଷ୍ୟରୁ ଓହରି ନଥିଲେ । ଯାହା ତାଙ୍କୁ ଆଜି ସଫଳତା ଆଣି ଦେଇଛି। ଆସନ୍ତୁ ଜାଣିବା ସେମିତି ୨ ମହିଳାଙ୍କ କାହାଣୀ...

author-image
Sujit kumar Swain
ଅଦ୍ୟତନ ହୋଇଛି
Women Entrepreneurs Success Stories

Women Entrepreneurs Success Stories

ପ୍ରତିବର୍ଷ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ୟୁପିଏସ୍‌ସି (UPSC) ପରୀକ୍ଷା ଦେଇଥାନ୍ତି। ଭାରତୀୟ ପ୍ରଶାସନିକ ସେବା କିମ୍ବା ଭାରତୀୟ ପୋଲିସ ସେବା ଭଳି ଉଚ୍ଚସ୍ତରୀୟ ସେବାରେ ଯୋଗଦେବାକୁ ଇଚ୍ଛା ରଖିଥାନ୍ତି। ଅଧିକାଂଶଙ୍କର ପରିଶ୍ରମ ଓ ନିଷ୍ଠା ସତ୍ତ୍ୱେ, କେବଳ କିଛି ପିଲା ସଫଳତା ପାଆନ୍ତି। ଆପଣ ଅନେକ ସଫଳ କାହାଣୀ ଶୁଣିଥିବେ ବା ପଢିଥିବେ । କିନ୍ତୁ ଆମେ ଆଜି ଆପଣଙ୍କୁ ଏମିତି କାହାଣୀ କହିବୁ ଯାହା କେବେ ଶୁଣିନଥିବେ...UPSC ପରୀକ୍ଷାରେ ସଫଳ ହୋଇନଥିଲେ ମଧ୍ୟ ନିଜ ଲକ୍ଷ୍ୟରୁ ଓହରି ନଥିଲେ । ଯାହା ତାଙ୍କୁ ଆଜି ସଫଳତା ଆଣି ଦେଇଛି। ଆସନ୍ତୁ ଜାଣିବା ସେମିତି ୨ ମହିଳାଙ୍କ କାହାଣୀ...

Advertisment

ସଫଳତାର ଅନ୍ୟନାମ କାଜଲ ଶ୍ରୀବାସ୍ତବ...

'ଆପଣ ତାଙ୍କ ଉପରେ କାହିଁକି ଟଙ୍କା ନଷ୍ଟ କରୁଛନ୍ତି, ସେ କିଛି କରିପାରିବ ନାହିଁ... ଏପର୍ଯ୍ୟନ୍ତ ସେ ଗୋଟିଏ ବି ପରୀକ୍ଷାରେ ସଫଳ ହୋଇପାରିନାହିଁ, ଭବିଷ୍ୟତରେ ସେ କଣ କରିବ?' , ତା’ ବୟସର ଝିଅମାନଙ୍କୁ ଦେଖ, ସେମାନେ କେଉଁଠାରୁ କେଉଁଠାରେ ପହଞ୍ଚି ଗଲେଣି । ଏମିତି ତାଚ୍ଛଲ୍ୟ ସମାଜ ଏବଂ ସମ୍ପର୍କୀୟମାନଙ୍କଠାରୁ କାଜଲ ଶ୍ରୀବାସ୍ତବଙ୍କୁ ଶୁଣିବାକୁ ମିଳୁଥିଲା। ବାରମ୍ବାର ଚେଷ୍ଟା କରି କ୍ଳାନ୍ତ ହୋଇଯାଇଥିଲେ, କାଜଲ ଥରେ ତାଙ୍କ ଫ୍ଲାଟ୍‌ର ବାଲକୋନିରେ ଠିଆ ହୋଇଥିଲେ ଏବଂ ଭାବିବାକୁ ଲାଗିଲେ ଯେ ସେ ସେଠାରୁ ଡେଇଁପଡ଼ିବା ଉଚିତ। କିନ୍ତୁ, ସେହି ସମୟରେ ତାଙ୍କ ସାନ ଭଉଣୀ ପଛରୁ ଆସି କାଜଲକୁ କୁଣ୍ଢେଇ ପକାଇଲେ। ଭଉଣୀ କାଜଲଙ୍କୁ କହିଥିଲେ, ଦିଦି ତୋ ପାଇଁ ଆମେ ବହୁତ ଗର୍ବିତ, ସାହସ ହାରେ ନାହିଁ, ତୁ ଚେଷ୍ଟା କର, ଏବଂ ଆଉ ନିଶ୍ଚୟ ସଫଳ ପାଇବୁ । ସେହି ମୁହୂର୍ତ୍ତରେ କାଜଲ ନିଷ୍ପତ୍ତି ନେଇଥିଲେ ଯେ ଯାହା ହେଉନା କାହିଁକି, ସେ ନିଜକୁ ସଫଳ କରାଇବେ । ତେବେ ସେହିଠାରୁ ଆରମ୍ଭ ତାଙ୍କର ପ୍ରକୃତ ସଂଘର୍ଷ। 

ଅଧିକ ପଢ଼ନ୍ତୁ: ବାରିକ୍‌ ସାର୍‌ଙ୍କ ଯବାନ ତିଆରି କାରଖାନା, ପାଦ ପଡ଼ିଲେ ଚାକିରି ଥୁଆ !

Advertisment

୨୦୧୭ ମସିହାରେ ସେ ଏକ ପ୍ରାଚୀନ ଭାରତୀୟ ସାମରିକ କଳା କଲାରିପାୟଟ୍ଟୁ ଆବିଷ୍କାର କରିବା ପରେ ତାଙ୍କ ଜୀବନରେ ନୂଆ ମୋଡ଼ ଆସିଥିଲା। ଏହି କଳା ଅଭ୍ୟାସ କରିବା ଦ୍ୱାରା ତାଙ୍କ ଜୀବନରେ ନୂଆ ଆଶା ସଂଚାର ହୋଇଥିଲା। ଯାହା ତାଙ୍କ ପାଇଁ ଏହା ଚମତ୍କାର ଥିଲା ବୋଲି ସେ କୁହନ୍ତି। ପ୍ରାଚୀନ ଭାରତୀୟ ସାମରିକ କଳା ମାଧ୍ୟମରେ ୨୦୦୦ରୁ ଅଧିକ ଲୋକଙ୍କୁ ଓ ମାନସିକ ଚାପରେ ବଞ୍ଚୁଥିବା ଲୋକଙ୍କୁ ସାନ୍ତ୍ୱନା ଦେବାରେ ସାହାଯ୍ୟ କରିଛନ୍ତି। ଏହା ସହିତ, ସେ ଉଦ୍ୟୋଗ କ୍ଷେତ୍ରରେ ପ୍ରବେଶ କଲେ ଏବଂ ସ୍ୱଦେଶୀ ସ୍ପୋର୍ଟସ୍ ୱେର୍ ପ୍ରତିଷ୍ଠା କଲେ, ଯାହା ପ୍ରାକୃତିକ ପୋଷାକ ଉପରେ କେନ୍ଦ୍ରିତ ଏକ ଘରୋଇ ବ୍ରାଣ୍ଡ। ଏହି ନୂଆ ପଥ କାଜଲଙ୍କ ଜୀବନରେ ପରିପୂର୍ଣ୍ଣତା ଏବଂ ଉଦ୍ଦେଶ୍ୟର ଏକ ନୂତନ ଭାବନା ଆଣିଥିଲା। ଯାହାଫଳରେ ସେ ଆଜି ଜଣେ ସଫଳ ଉଦ୍ୟୋଗୀ ଭାବରେ ଜଣାଶୁଣା ।

‘ନିଷ୍ଠାପର ପ୍ରୟାସ ସଫଳତା ଦେଲା’

ସେମିତି ବେଦ ଗୋଗିନେନିଙ୍କ କାହାଣୀ...ବେଦ ଗୋଗିନେନି ମୁମ୍ବାଇର ବଡ଼ ବ୍ୟାଙ୍କରେ ଭଲ ପଦବୀରେ କାମ କରୁଥିଲେ, ଏମିତିକି ତାଙ୍କୁ ଲଣ୍ଡନ ଯିବାର ସୁଯୋଗ ଥିଲା। ତଥାପି, ୨୦୧୫ରେ, ସେ ଜୀବନର ବଡ଼ ନିଷ୍ପତ୍ତି ନେଲେ। UPSC ସ୍ୱପ୍ନକୁ ପୂରଣ କରିବା ପାଇଁ ଚାକିରି ଛାଡ଼ି ଦେଲେ। ଏମିତିକି ହାଇଦ୍ରାବାଦରୁ ଦିଲ୍ଲୀ ଚାଲିଗଲେ । ସମ୍ପୂର୍ଣ୍ଣ ଆନ୍ତରିକତାର ସହିତ UPSC ସ୍ୱପ୍ନକୁ ପୂରଣ କରିବା ପ୍ରସ୍ତୁତି ଆରମ୍ଭ କଲେ।

ଚାରିଥର ନିଷ୍ଠାପର ପ୍ରୟାସ ଏବଂ ସାଢ଼େ ତିନି ବର୍ଷ ପ୍ରସ୍ତୁତି ସତ୍ତ୍ୱେ, ବେଦ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିଲେ ନାହିଁ। କେତେକ ସମୟରେ, କେବଳ ଗୋଟିଏ ମାର୍କ ପାଇଁ କଟଅଫ୍ ହାତଛଡ଼ା କରିଛନ୍ତି ବେଦ। ଯାହାଫଳରେ ପ୍ରସ୍ତୁତି, ବିଫଳତା ଏବଂ ପୁନଃଆରମ୍ଭ କରିବାର ସମ୍ପୂର୍ଣ୍ଣ ପକ୍ରିୟା ଭିତରେ କ୍ଳାନ୍ତ ହୋଇପଡ଼ିଥିଲେ। ଏମିତି ତାଙ୍କ ଶରୀର ଅସୁସ୍ଥ ହେବାକୁ ଲାଗିଲା । UPSC ସ୍ୱପ୍ନକୁ ଅଧା ବାଟରେ ତାଙ୍କୁ ଛାଡ଼ିବାକୁ ପଡ଼ିଥିଲା। 

୨୦୧୯ ମସିହାରେ, ବେଦ ଉଦ୍ୟୋଗୀତା ଆଡ଼କୁ ମୁହାଁଇଲେ ଏବଂ ତାଙ୍କ ଭଉଣୀ ସୁଧାଙ୍କ ସହ ଏକ ଉଦ୍ଭିଦ-ଭିତ୍ତିକ ସପ୍ଲିମେଣ୍ଟ୍ କମ୍ପାନୀ 'ଆର୍ଥଫୁଲ୍' ପ୍ରତିଷ୍ଠା କଲେ। ଷ୍ଟାର୍ଟଅପ୍ ଶାର୍କ ଟ୍ୟାଙ୍କ୍ ଇଣ୍ଡିଆରେ ଉଲ୍ଲେଖନୀୟ ସ୍ୱୀକୃତି ପାଇଲା, ଯେଉଁଠାରେ ଏହା ୭୫ ଲକ୍ଷ ଟଙ୍କାର ନିବେଶ ମିଳିଥିଲା । ଏହା ତାଙ୍କ ସହ-ପ୍ରତିଷ୍ଠାତା ଭାବରେ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବରେ ପରିଚୟ ପାଇଲେ। 

ତେବେ କାଜଲ ଓ ବେଦ UPSCରେ ବିଫଳ ହୋଇଥିଲେ ମଧ୍ୟ ଭାଙ୍ଗି ନଥିଲେ। ନିଜର ସଫଳତାର କାହାଣୀ ୨ ଜଣ ନିଜେ ହିଁ ଲେଖିଛନ୍ତି । ଯାହା ଆଜି ଦୁନିଆରେ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି ।

UPSC Kalaripayattu
Advertisment
Advertisment