Advertisment

Jatra Controversy Resumes: ଯାତ୍ରା ବିବାଦ ମଞ୍ଚରେ ନୂଆ ବହି, ନିଆଁ ଲଗାଇଦେଲେ ବାପି ପଣ୍ଡା... !

ଯାତ୍ରା ପେଣ୍ଡାଲ ନୁହେଁ ଯାତ୍ରା ବିବାଦରେ ଏବେ ସବୁ ଦିନ ନୂଆ ନୂଆ ବହି । ଚାଲିବ ଶୀତଳଯୁଦ୍ଧ । ନିଆଁ ଲଗାଇଛନ୍ତି ବାପି ପଣ୍ଡା । ଫଟୋରେ ଫୁଲମାଳ ଦେଖି ଜନ୍ମ ନେବେ ହଜାରେ ।

author-image
Deviprasad Jena
ଅଦ୍ୟତନ ହୋଇଛି
ଥମୁନି ଯାତ୍ରା ପାଲା ।

ଥମୁନି ଯାତ୍ରା ପାଲା ।

ଯାତ୍ରାର ବିବାଦ ମଞ୍ଚରେ ପୁଣି ଆରମ୍ଭ ହେଲା ନୂଆ ବହି । ଗତକାଲି ଯାତ୍ରା ପାର୍ଟି ନାମରେ ଆସିଥିଲା ଦୁଇ ଦୁଇଟି ଅଭିଯୋଗ । ଗୋଟିଏ ଅଭିଯୋଗ ଜଗତସିଂହପୁର ବିରିଡ଼ିରୁ ପାର୍ବତୀ ଗଣନାଟ୍ୟ ବିରୋଧରେ ଏବଂ ଅନ୍ୟଟି କେନ୍ଦ୍ରାପଡ଼ା ଆଳିରୁ ବାଘାଯତୀନ ଗଣନାଟ୍ୟ ବିରୋଧରେ ଆସିଥିଲା ।

Advertisment

ପ୍ରତିଦିନ ନୂଆ ବିବାଦ, ନିଇତି ନୂଆ ନୂଆ ନାଟକ । ଯାତ୍ରା ମଂଚରେ କମ୍, ମଂଚ ବାହାରେ ଏବେ ବେଶି 'ବହି' । ଯେଉଁ ପରିଚାଳକ, ତାଙ୍କ ପାର୍ଟିର କଳାକାରଙ୍କ ପାଉଣା ବାକିଥିବାର ପ୍ରମାଣ ଦେଲେ ଯାତ୍ରା କଳାକାର ସଂଘ ଉପଦେଷ୍ଟା ବାପି ପଣ୍ଡାଙ୍କ ଘରେ ମୂଲିଆ ରହିବେ ବୋଲି ଚ୍ୟାଲେଞ୍ଜ୍ କରିଥିଲେ । ତାଙ୍କ ପାର୍ଟିର ଦୟନୀୟ ସ୍ଥିତିରେ ଥିବା କଳାକାର ଓ କର୍ମଚାରୀଙ୍କୁ ଭେଟି କଳାକାର ସଂଘ ଅଭିଯୋଗର ପ୍ରମାଣ ଦେଇଥିଲେ ନିଜେ ବାପି ପଣ୍ଡା ।ଏହା ଥିଲା ପାର୍ବତୀ ଗଣନାଟ୍ୟର ବହି, କେନ୍ଦ୍ରାପଡ଼ା ନିଆଳିର ସ୍ଥିତି କିନ୍ତୁ ବେଶ୍ ରୋଚକ ରହିଥିଲା ।

ଅଗ୍ରୀମ ଦେଇ ୭ ମାସ ହେଲାଣି ଯାତ୍ରା କମିଟି ଟେଣ୍ଟ ବାନ୍ଧି ବସିଥିଲେ ମଧ୍ୟ ପାର୍ଟି ଗାଏବ୍ । ବାଘାଯତୀନ ଲୋକନାଟ୍ୟ ମାଲିକଙ୍କ ନାଁରେ ଏମିତି ଅଭିଯୋଗ ଆଣି ସ୍ଥାନୀୟ କମିଟି କହିଛି, ଗାଁରେ ଗତ ଦୁର୍ଗାପୂଜା ଅବସରରେ ୩ ରାତି ଯାତ୍ରା ପରିବେଷଣ ପାଇଁ ବାଘାଯତୀନ ଲୋକନାଟ୍ୟକୁ ୪ ଲକ୍ଷ ଟଙ୍କା ଅଗ୍ରୀମ ଦିଆଯାଇଥିଲା ।

Advertisment

ଅଧିକ ପଢ଼ନ୍ତୁ: ଯାତ୍ରା ବିବାଦରେ ନିଇତି ନୂଆ ନୂଆ ନାଟକ...ଯାତ୍ରା ମଞ୍ଚରେ କମ୍, ମଞ୍ଚ ବାହାରେ ଏବେ ବେଶି 'ବହି'

ଯାତ୍ରା ହେବ ବୋଲି ନିଆଳହାଟ ଦଶରା ପଡ଼ିଆରେ ଟେଣ୍ଟ ବାଉଁଶ ବନ୍ଧା ହେବା ସହ ସବୁ ଯାତ୍ରା ଉପକରଣ ବି ଆସିଥିଲା, ହେଲେ ଆଜିଯାଏଁ ନା ଯାତ୍ରା ହେଲା, ନା ମାଲିକ ଟଙ୍କା ଫେରାଉଛନ୍ତି । ତେବେ ଯାତ୍ରାପାର୍ଟି ଭାଙ୍ଗିଯିବାରୁ ଏଭଳି ସମସ୍ୟା ହୋଇଥିବା କହି ଆସନ୍ତା ୨୫ ତାରିଖ ସୁଦ୍ଧା ସବୁ ଟଙ୍କା ଫେରସ୍ତ କରାଯିବ ବୋଲି କହିଛନ୍ତି ବାଘାଯତୀନ ଲୋକନାଟ୍ୟର ପରିଚାଳକ ।

ତେବେ ଏହା ପରେ ପୁଣି ଆରମ୍ଭ ହୋଇଯାଇଛି ପାର୍ବତୀ ଗଣନାଟ୍ୟର ପରିଚାଳକ ଜଗତଜୀବନ ପଣ୍ଡା ଏବଂ ବାପି ପଣ୍ଡାଙ୍କ ମଧ୍ୟରେ ଯାତ୍ରା କଳି । ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଜଗତଜୀବନ କହିଛନ୍ତି, ‘ମୁଁ ଗଣମାଧ୍ୟମକୁ ଆସିବିନି । ବାପି ପଣ୍ଡା ଓ ମୋ ଭିତରେ ଶୀତଳ ଯୁଦ୍ଧ ଚାଲିବ। ମୁଁ ସ୍ୱର ନରମାଇଥିଲି । କିନ୍ତୁ ବାପି ପଣ୍ଡା ନିଆଁ ଲଗାଇଲେ । ଏଥିରେ କୌଣସି କଳାକାର ଅନ୍ତର୍ଭୁକ୍ତ ନାହାନ୍ତି ।’

ଅପରପକ୍ଷରେ ନିଜର ପ୍ରତିକ୍ରିୟା ରଖି ବାପି ପଣ୍ଡା କହିଛନ୍ତି, ' ଶୀତଳ ଯୁଦ୍ଧ ଆରମ୍ଭ କରିଦେବ, ମତେ ମାରିଦେବ, ମାରିଦିଅ । ତଥାପି ମୋ ଫଟୋ ରହିବ ଫଟୋରେ ଫୁଲ ମାଳ ରହିବ । ସେଇ ଫଟୋ ଦେଖି ହଜାରେ ବାପି ପଣ୍ଡା ତିଆରି ହୋଇଯିବେ । ଶେଷ ରକ୍ତ ବିନ୍ଦୁ ଥିବା ଯାଏଁ ବାପି ପଣ୍ଡା କେବେ ପଛ ଘୁଞ୍ଚା ଦେବ ନାହିଁ ।'

ତେବେ ନିଇତି ନୂଆ ନୂଆ ବିବାଦରେ ଛନ୍ଦି ହେଉଥିବା ଜଲିଉଡ୍, ଏଭଳି ସ୍ଥିତିରୁ କେବେ ଏବଂ କେମିତି ମୁକୁଳୁଛି ଏବେ ତା'ଉପରେ ସବୁ କଳାକାର ଓ ଯାତ୍ରାପ୍ରେମୀଙ୍କ ନଜର ।

ଅଧିକ ପଢ଼ନ୍ତୁ: ଫିଲ୍ମ ନ କରି ମଧ୍ୟ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ ଶିଳ୍ପା ଶେଟ୍ଟୀ

Jollywood Actors Odia Jatra Odia Jatra Artist Bapi Panda Odia Jatra Jollywood Updates
Advertisment
Advertisment