ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୦୫ ତାରିଖ ବୁଧବାର । ଚନ୍ଦ୍ର – ଧନୁ ଦିବା ୦୧.୪୩ ଗତେ ମକର,ତିଥି – ୨ୟା ଦିବା ୧୦.୦୨ ଗତେ ୩ୟା, ଘାତ ଚନ୍ଦ୍ର – ସିଂହ ଅହୋରାତ୍ର,ଘାତ ବାର – କର୍କଟ,ପୁଷ୍କର ଦୋଷ – ୨ ପାଦ - ପଶୁ ଓ ବଂଶହାନି- ଅନ୍ନ ଓ ତିଳକାଞନ ଦାନ ପ୍ରାତଃ ୦୫.୩୯ ଗତେ ୧ ପାଦ ।
ମୃଗଶିରା- ଦୁର୍ବଳତା ହେତୁ ପାରିବାରିକ ସମସ୍ୟା କ୍ରମଶଃ ଜଟିଳ ହେବା କାରଣରୁ ମନ ଭଲ ରହିବ ନାହିଁ । ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ ଏବଂ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି
ଆଦ୍ରା- ଜିବିକା ଅର୍ଜନରେ ସଫଳତା ଲାଭ ପାଇବେ । ସାମାଜିକ ମାନସମ୍ମାନ ବୃଦ୍ଧି ପାଇବା ପାଇଁ ବ୍ୟକ୍ତିତ୍ୱର ବିକାଶ ଘଟିବ । ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ ସହଯୋଗରୁ ଉପକୃତ ହେବେ।
ପୁନର୍ବସୁ- ଶତ୍ରୁ ଉପଦ୍ରବ ସମ୍ପୂର୍ଣ୍ଣ ଭାବେ କମିଯିବାର ଅନୁଭବ କରିବେ। ସ୍ବାସ୍ଥ୍ୟହାନି କାରଣରୁ କାମ ପାଇଁ ନିଃସ୍ପୃହତା ଦେଖାଯିବ। ବଳହୀନତାରୁ ସମ୍ପର୍କୀୟମାନେ ଈର୍ଷାପରାୟଣ ହୋଇ ପଛରୁ ଗୋଡ ଟାଣିପାରନ୍ତି।
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫