/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745233474.jpg)
ମାଛ ଦେଲା ୫୦ ହଜାର ।
ମାଛ କରିଦେଲା ମାଲାମାଲ । ହଜାରେ କି ଦୁଇ ହଜାର ନୁହେଁ ଏକାଥରକେ ଦେଲା ୫୦ ହଜାର । ତେଲିଆ ବୋରେଇ ମାଛ ଦେଲା ୫୦ ହଜାର ଟଙ୍କା। ତେଲିଆ ବୋରେଇ ମାଛ ଦେଖିବାକୁ ଯେତିକି ବଡ଼ ଏହାର ଦାମ୍ ମଧ୍ୟ ସେତେ ଅଧିକା । ଏହି ମାଛର ମାଂସ ଠାରୁ ଏହାର ପୁଟିର ଢ଼େର୍ ଚାହିଦା ରହିଛି।
ଏଥିପାଇଁ ଲୋକେ ଏହାକୁ ନେବାକୁ ଚାହିଁ ରହିଥା'ନ୍ତି । ଗୁରୁବାର ପରାଦୀପରେ ଜଣେ ମତ୍ସଜୀବୀଙ୍କ ଜାଲରେ ପଡିଥିଲା ତିନୋଟି ତେଲିଆ ବୋରେଇ ମାଛ । ଯାହାକୁ ବିକ୍ରି କରି ଏବେ ସେ ଚର୍ଚ୍ଚାରେ ରହିଛନ୍ତି । ସମୁଦ୍ରକୁ ଯିବା ବେଳେ ପ୍ରତ୍ୟେକ ଟ୍ରଲର ମାଲିକ ଏବଂ ମତ୍ସ୍ୟଜୀବୀ ଚାହିଁଥା'ନ୍ତି ଯେ ସେମାନଙ୍କ ଜାଲରେ ତେଲିଆ ବୋରେଇ ପଡନ୍ତୁ ।
ଏହି ମାଛ ଯେଉଁ ମତ୍ସ୍ୟଜୀବୀଙ୍କ ଜାଲରେ ପଡିଥାଏ । ସେ ନିଜକୁ ଅତ୍ୟନ୍ତ ଭାଗ୍ୟଶାଳୀ ବୋଲି ଭାବନ୍ତି । ଏହି ମାଛର ପୁଟି ଔଷଧୀୟ ସାମଗ୍ରୀ ପ୍ରସ୍ତୁତିରେ ଦରକାର ହେଉଥିବାରୁ ଏହାର ଦାମ୍ ଅଧିକ । ବିଦେଶକୁ ଏହି ମାଛର ପୁଟି ଅଧିକ ରପ୍ତାନି କରାଯାଇଥାଏ । କୋଲକାତାରୁ ବ୍ୟବସାୟୀମାନେ ଆସି ଏହାକୁ ନେଉଛନ୍ତି ।
୫ କିଲୋରୁ ଅଧିକ ଓଜନର ତେଲିଆ ବୋରେଇ ପୁଟି କିଲୋ ପିଛା ୫୦ ହଜାର ଟଙ୍କା । ସେହିପରି ଛୋଟ ଓ ବଡ଼ ମାଛର ପୁଟି ପାଇଁ ଅଲଗା ଦର ରହିଛି। ଭେକ୍ଟି, ମାଛ ପୁଟି ମଧ୍ୟ ଅଧିକ ମୂଲ୍ୟରେ ବିକ୍ରି ହେଉଛି ।
କେବଳ କଞ୍ଚା ନୁହେଁ ଶୁଖିଲା ପୁଟି ମଧ୍ୟ ବେଶ୍ ଅଧିକା ଦାମ୍ରେ ବିକ୍ରି କରୁଛନ୍ତି ବ୍ୟବସାୟୀ । ଏହି ମାଛ ପୁଟି ସବୁ ଔଷଧୀୟ କାମରେ ଲାଗୁଛି। ଯେଉଁଥିପାଇଁ ଜାତୀୟ ଏବଂ ଅନ୍ତର୍ଜାତୀୟ ବଜାରରେ ଏହି ମାଛର ଚାହିଦା ଢ଼େର ଅଧିକା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)