ସୌର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୪ ତାରିଖ ବୁଧବାର । ଚନ୍ଦ୍ର- ଧନୁ ରାତ୍ରି ୧୧.୧୯ ଗତେ ମକର । ତିଥି- ୩ୟା ଦିବା ୦୧.୧୦ ଗତେ ୪ର୍ଥୀ ।
ଉ,ଷାଢା- ଉପରିସ୍ଥଙ୍କ ଅନୁକମ୍ପାରୁ କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ପାଇବେ । ଶିଳ୍ପ, ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉନ୍ନତ ଫଳ ପ୍ରାପ୍ତି ହୋଇପାରେ । ଯେ କୌଣସି କ୍ଷେତ୍ରରେ ହେଉନା କାହିଁକି ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।
ଶ୍ରବଣା- ଉପର ମନରେ ମିତ୍ରଭାବ ଦେଖାଉଥିବା ବନ୍ଧୁମାନେ ପଛରେ ସରଳତାର ସୁଯୋଗ ଲାଭରେ ରହିବେ। ସାମାଜିକ ସ୍ତରରେ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତ ହେବେ। ସାଧାରଣ କଥାରେ ପଡ଼ୋଶୀଙ୍କ ସହ ମନାନ୍ତର ଦେଖା ଦେଇପାରେ।
ଧନିଷ୍ଠା- କୌଣସି ଧର୍ମକାର୍ଯ୍ୟ, ଆନୁଷ୍ଠାନିକ କାମ, କଳା, କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ର ସମସ୍ୟାର ସରଳ ସମାଧାନ ହୋଇଯିବ। ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ ସବୁ ଠିକ୍ ହୋଇଯିବ।
ପ୍ରତିକାର – ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮
ସୌର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୪ ତାରିଖ ବୁଧବାର । ଚନ୍ଦ୍ର- ଧନୁ ରାତ୍ରି ୧୧.୧୯ ଗତେ ମକର । ତିଥି- ୩ୟା ଦିବା ୦୧.୧୦ ଗତେ ୪ର୍ଥୀ । ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ରାତ୍ରି ୧୧.୧୯ ଗତେ ସିଂହ ରାଶିର । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ସନ୍ଧ୍ୟା ୦୫.୧୪ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।