ସୌର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୪ ତାରିଖ ବୁଧବାର । ଚନ୍ଦ୍ର- ଧନୁ ରାତ୍ରି ୧୧.୧୯ ଗତେ ମକର । ତିଥି- ୩ୟା ଦିବା ୦୧.୧୦ ଗତେ ୪ର୍ଥୀ ।
କନ୍ୟା-ଉ,ଫଳଗୁନି- ପରିବାରରେ ନୂତନ ସଦସ୍ୟଙ୍କର ଆଗମନ ହୋଇପାରେ । ବିଭିନ୍ନ ପ୍ରକାର ସୁଖ ଓ ବିଳାସବ୍ୟସନ ଦିଗକୁ ମନ ଚାହିଁବ। ନୂତନ ଗୃହ, ଯାନବାହନ, ଯାନ୍ତ୍ରିକ ଜିନିଷ, ଧାତୁ ଅଳଙ୍କାର ପ୍ରଭୃତି ମୂଲ୍ୟବାନ ଜିନିଷ ପାଇଁ ମନ ବଳାଇବେ।
ହସ୍ତା- ବିଳମ୍ବିତ ସମୟରେ ଅପେକ୍ଷା କରିଥିବା ଖବରଟି ପାଇବେ। ଅର୍ଥ ସମ୍ପର୍କ ଓ ଜମିବାଡ଼ିକୁ ନେଇ ଭ୍ରାତୃ ବିବାଦ ଦେଖାଦେଇପାରେ। ପ୍ରତିଯୋଗିତା, ବ୍ୟବସାୟ ବାଣିଜ୍ୟ, ମକଦ୍ଦମା ଓ ଯାତ୍ରା ସମ୍ପର୍କରେ ଚିନ୍ତା ବଢିବ ।
ଚିତ୍ରା- ହଠାତ୍ କୌଣସି କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ । ଲେଖାପଢ଼ା ତଥା ପ୍ରକାଶନ ଓ ପ୍ରଶାସନ କ୍ଷେତ୍ରରେ ଶୁଭଫଳ ପାଇବେ । ସମାଜ କଲ୍ୟାଣ, ମନ୍ଦିର ମାନଙ୍କରେ ଯୋଗଦାନ କରି ପ୍ରଂଶସିତ ହେବେ ।
ପ୍ରତିକାର - ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫
ସୌର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୪ ତାରିଖ ବୁଧବାର । ଚନ୍ଦ୍ର- ଧନୁ ରାତ୍ରି ୧୧.୧୯ ଗତେ ମକର । ତିଥି- ୩ୟା ଦିବା ୦୧.୧୦ ଗତେ ୪ର୍ଥୀ । ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ରାତ୍ରି ୧୧.୧୯ ଗତେ ସିଂହ ରାଶିର । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ସନ୍ଧ୍ୟା ୦୫.୧୪ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।