ସୌର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୪ ତାରିଖ ବୁଧବାର । ଚନ୍ଦ୍ର- ଧନୁ ରାତ୍ରି ୧୧.୧୯ ଗତେ ମକର । ତିଥି- ୩ୟା ଦିବା ୦୧.୧୦ ଗତେ ୪ର୍ଥୀ ।
ବିଶାଖା- ପରିସ୍ଥିତି ବଶତଃ କଠୋର ବାକ୍ୟାଳାପରୁ ଦୂରେଇ ରହିବା ଭଲ । ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲାରେ ସମର୍ଥ ହେବେ । ବନ୍ଧୁଙ୍କ ପରୋକ୍ଷ ଶତ୍ରୁତା ପ୍ରତିପଦକ୍ଷେପରେ ବାଧା ସୃଷ୍ଟି କରିପାରେ।
ଅନୁରାଧା- କୌଣସି ଜିନିଷଟି ପାଇଁ ସହକର୍ମୀଙ୍କ ମଧ୍ୟରେ ତର୍କ ଓ ବିବାଦ ବଢ଼ିପାରେ। ଦୀର୍ଘଦିନର ଆଶା ଫଳବତୀ ହେବା ସୂଚନା ପାଇ ମନ ପ୍ରଫୁଲ୍ଲ ହୋଇଯିବ। ଆକସ୍ମିକ ଭାବରେ ଶତ୍ରୁମାନେ ମିତ୍ରଭାବ ପୋଷଣ କରିବାର ଅନୁଭବ କରିବେ।
ଜ୍ୟେଷ୍ଠା- କ୍ୟାରିୟରରେ ସଫଳତା ଆଡକୁ ଅଗ୍ରସର ହେବେ । ବାଦୀୟ ସ୍ଥିତି, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ବିଜୟ ଲାଭ ନିଶ୍ଚିତ। ଦୀର୍ଘଦିନରୁ ଲାଗିରହିଥିବା ମାଲିମକଦ୍ଦମାର ଫଇସଲା ସମ୍ଭାବନା ରହିଛି।
ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯
ସୌର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୪ ତାରିଖ ବୁଧବାର । ଚନ୍ଦ୍ର- ଧନୁ ରାତ୍ରି ୧୧.୧୯ ଗତେ ମକର । ତିଥି- ୩ୟା ଦିବା ୦୧.୧୦ ଗତେ ୪ର୍ଥୀ । ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ରାତ୍ରି ୧୧.୧୯ ଗତେ ସିଂହ ରାଶିର । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ସନ୍ଧ୍ୟା ୦୫.୧୪ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।