ସୌର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୪ ତାରିଖ ବୁଧବାର । ଚନ୍ଦ୍ର- ଧନୁ ରାତ୍ରି ୧୧.୧୯ ଗତେ ମକର । ତିଥି- ୩ୟା ଦିବା ୦୧.୧୦ ଗତେ ୪ର୍ଥୀ ।
କୃତିକା- ସ୍ବାସ୍ଥ୍ୟ ପାଇଁ ପ୍ରତିକୂଳ ପ୍ରଭାବ ସୃଷ୍ଟି କରିପାରେ । ଦୁର୍ବଳତା ଯୋଗୁ କାମ କରିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ । ପାରିବାରିକ କ୍ଷେତ୍ରରେ ସହମତି ଭିତ୍ତିରେ କାମ କରିବା ଭଲ।
ରୋହିଣୀ- ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ । ଅଫିସ୍ କାମରେ ଅବହେଳା ଦେବାକୁ ପଡ଼ିପାରେ । କ୍ୟାରିୟର ପ୍ରତି ସଚେତନ ହେବେ ।
ମୃଗଶିରା- ଅପୂରଣୀୟ ଆଶା, ସଙ୍ଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ୟ୍ୟରେ ନିୟୋଜିତ ହୋଇପାରନ୍ତି। ସବୁ କିଛି ଭୁଲି ଅନ୍ୟମାନଙ୍କୁ ଆପଣେଇନେବେ। କଥା ଓ କାମରେ ଫରକ ରହିଲେ ମଧ୍ୟ ମୁହଁ ସାମ୍ନାରେ କହିପାରିବେ ନାହିଁ।
ପ୍ରତିକାର – ଶ୍ୱେତଚନ୍ଦନ କର୍ପୂର ମିଶେଇ ମସ୍ତକରେ ଧାରଣ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬
ସୌର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୪ ତାରିଖ ବୁଧବାର । ଚନ୍ଦ୍ର- ଧନୁ ରାତ୍ରି ୧୧.୧୯ ଗତେ ମକର । ତିଥି- ୩ୟା ଦିବା ୦୧.୧୦ ଗତେ ୪ର୍ଥୀ । ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ରାତ୍ରି ୧୧.୧୯ ଗତେ ସିଂହ ରାଶିର । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ସନ୍ଧ୍ୟା ୦୫.୧୪ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।