ସୌର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୪ ତାରିଖ ବୁଧବାର । ଚନ୍ଦ୍ର- ଧନୁ ରାତ୍ରି ୧୧.୧୯ ଗତେ ମକର । ତିଥି- ୩ୟା ଦିବା ୦୧.୧୦ ଗତେ ୪ର୍ଥୀ ।
ମୃଗଶିରା- ବନ୍ଧୁ ବାନ୍ଧବଙ୍କ ଦ୍ୱାରା ସମସ୍ୟାର ସମାଧାନ ହୋଇଯିବ । ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଉଚ୍ଚାଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ-ସମ୍ପର୍କ ଫଳରେ ପ୍ରଶଂସା ପାଇବେ ।
ଆଦ୍ରା- ଅଫିସ୍ରେ କିମ୍ବା ଆଲୋଚନା କ୍ଷେତ୍ରରେ ମନ ଅସ୍ଥିର ରହିବ। ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ବନ୍ଧୁ ଓ ପରିବାର ଦିଗରୁ ସମୟ ପ୍ରତିକୂଳତାର ଝଲକ ଦେଖିବାକୁ ପାଇବେ।
ପୁନର୍ବସୁ- ନିଜର ଖର୍ଚ୍ଚ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଯାନବାହନ, ବାସଗୃହ କରିବାର ସୁଯୋଗ ପାଇବେ । ଜୀବନରେ କିଛି ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ ।
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧
ସୌର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୪ ତାରିଖ ବୁଧବାର । ଚନ୍ଦ୍ର- ଧନୁ ରାତ୍ରି ୧୧.୧୯ ଗତେ ମକର । ତିଥି- ୩ୟା ଦିବା ୦୧.୧୦ ଗତେ ୪ର୍ଥୀ । ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ରାତ୍ରି ୧୧.୧୯ ଗତେ ସିଂହ ରାଶିର । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ସନ୍ଧ୍ୟା ୦୫.୧୪ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।