Advertisment

Pakistan Celebrates Pahalgam Attack: ଆତଙ୍କୀ ହମଲାର ସେଲିବ୍ରେସନ କରୁଛି କି ପାକିସ୍ତାନ ? ହାଇ କମିଶନ କାର୍ଯ୍ୟାଳୟ ଗଲା କେକ୍‌

ପହଲଗାମ୍ ଆତଙ୍କୀ ଆକ୍ରମଣର ଦୁଇ ଦିନ ମଧ୍ୟରେ ପାକିସ୍ତାନ ହାଇ କମିଶନ କାର୍ଯ୍ୟାଳୟକୁ ଏ କେକ୍ ଯିବା ନେଇ ସାଧାରଣରେ ପ୍ରଶ୍ନ ଉଠିଛି। କେକ୍ ନେଇ ଯାଉଥିବା ବ୍ୟକ୍ତି ଜଣଙ୍କ ପାକିସ୍ତାନ ହାଇ କମିଶନ କାର୍ଯ୍ୟାଳୟର ଜଣେ କର୍ମଚାରୀ ବୋଲି ଜଣାଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
celebration

celebration

ଜାମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କୀ ହମଲାର ସେଲିବ୍ରେସନ କରୁଛି କି ପାକିସ୍ତାନ? ନରସଂହାର ପରେ ପାକିସ୍ତାନ ମନାଉଛି କି ଖୁସି? ଆତଙ୍କୀ ହମଲା ପରେ ଏଭଳି  ଅନେକ ପ୍ରଶ୍ନ ଏବେ ସଭିଙ୍କ ମନକୁ ଆନ୍ଦୋଳିତ କରୁଛି। ଏହି ସବୁ ଭିତରେ ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ବିଚଳିତ କରିଛି।  କାହିଁକି ନା ଭାରତସ୍ଥିତ ପାକିସ୍ତାନ ହାଇକମିଶନ କାର୍ଯ୍ୟାଳୟକୁ ଆଜି ଏକ କେକ୍ ନିଆଯାଉଥିବା ଦେଖିବାକୁ ମିଳିଛି। ଏ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

Advertisment

ଅଧିକ ପଢ଼ନ୍ତୁ: ଭାରତର ବଡ଼ ଆକ୍ସନ, ୪୮ ଘଣ୍ଟାରେ ଭାରତ ଛାଡ଼ିବେ ପାକିସ୍ତାନ ନାଗରିକ

ପହଲଗାମ୍ ଆତଙ୍କୀ ଆକ୍ରମଣର ଦୁଇ ଦିନ ମଧ୍ୟରେ ପାକିସ୍ତାନ ହାଇ କମିଶନ କାର୍ଯ୍ୟାଳୟକୁ ଏ କେକ୍ ଯିବା ନେଇ ସାଧାରଣରେ ପ୍ରଶ୍ନ ଉଠିଛି। କେକ୍ ନେଇ ଯାଉଥିବା ବ୍ୟକ୍ତି ଜଣଙ୍କ ପାକିସ୍ତାନ ହାଇ କମିଶନ କାର୍ଯ୍ୟାଳୟର ଜଣେ କର୍ମଚାରୀ ବୋଲି ଜଣାଯାଇଛି। ବ୍ୟକ୍ତି ଜଣଙ୍କ ଆଜି କେକ୍ ନେଇ ଯାଉଥିବା ବେଳେ କିଛି ମିଡିଆ ଘେରି ଅନେକ ପ୍ରଶ୍ନ କରିଥିଲେ। ହେଲେ ବ୍ୟକ୍ତି ଜଣଙ୍କ କୌଣସି ଉତ୍ତର ନ ଦେଇ ପାକିସ୍ତାନ ହାଇ କମିଶନ କାର୍ଯ୍ୟାଳୟକୁ ଚାଲିଯାଇଥିଲେ।।

ସୂଚନାଯୋଗ୍ୟ, ମଙ୍ଗଳବାର ପହଲଗାମର ବୈସରନ ଭ୍ୟାଲିରେ ରକ୍ତର ହୋଲି ଖେଳିଥିଲେ ଆତଙ୍କବାଦୀ । ଜାମ୍ମୁ କାଶ୍ମୀର ପହଲଗାମରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ୨୮ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। ଆକ୍ରମଣରେ ଅନ୍ୟ ୧୦ ଜଣ ଆହତ ହୋଇଥିଲେ।

Advertisment

ଅଧିକ ପଢ଼ନ୍ତୁ: ପହଲଗାମର ପରିଣତି ୱାଟର ଷ୍ଟ୍ରାଇକ: କ’ଣ ଏହି ସିନ୍ଧୁ ଜଳ ଚୁକ୍ତିନାମା, ପାକିସ୍ତାନକୁ କେମିତି ଲାଗିବ ଝଟ୍‌କା ?

Pakistan Terrorist Attack Pahalgam Terrorist Attack
Advertisment
Advertisment