ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ ଅନେକ କଠୋର ପଦକ୍ଷେପ ନେଇଛି । ପାକିସ୍ତାନ ବିରୋଧରେ ବଡ଼ ଆକ୍ସନ ନେଉଛି ଭାରତ ସରକାର । ଯାହାର ରିଆକ୍ସନ ଏବେ ପାକିସ୍ତାନରୁ ମଧ୍ୟ ଦେଖିବାକୁ ମିଳୁଛି । ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଥିଲେ । ଏହା ପଛରେ ଲସ୍କର-ଇ-ତୋଇବାର ସିନିୟର କମାଣ୍ଡର ସୈଫୁଲ୍ଲା କସୁରୀର ହାତ ଥିବା କୁହାଯାଉଛି । ପାକିସ୍ତାନ ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନ ପରେ କସୁରୀ ଏକ ଭିଡିଓ ଜାରି କରିଛି । ଏଥିରେ ସେ ଆକ୍ରମଣକୁ ନିନ୍ଦା କରିଛି ଏବଂ କହିଛି ଯେ ସେ ଏଥିପାଇଁ ଦାୟୀ ନୁହେଁ ।
Also Read
ଅଧିକ ପଢ଼ନ୍ତୁ: ଭାରତ କଲା ଡିଜିଟାଲ ଷ୍ଟ୍ରାଇକ୍, ପାକିସ୍ତାନର ସରକାରୀ ‘X’ ଆକାଉଣ୍ଟକୁ କଲା ବ୍ୟାନ୍
ବୁଧବାର ରାତିରେ CCS ବୈଠକରେ ଭାରତ ପାଞ୍ଚଟି ପ୍ରମୁଖ ନିଷ୍ପତ୍ତି ନେଇଥିଲା । ଏଥିରେ ସିନ୍ଧୁ ଜଳ ଚୁକ୍ତିନାମାକୁ ବନ୍ଦ କରିବା ସହିତ ଅନେକ କଠୋର ପଦକ୍ଷେପ ନିଆଯାଇଥିଲା । ଏହା ପରେ, ଲସ୍କର-ଏ-ତୋଇବାର ଡେପୁଟି କମାଣ୍ଡର ସୈଫୁଲ୍ଲାହ କସୁରୀ ଏକ ବୟାନ ଜାରି କରିଛି । ସେ କହିଛି ଯେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ । ଏହା ଭାରତର ଏକ ଷଡ଼ଯନ୍ତ୍ର ବୋଲି ସେ ଭିଡିଓ ମାଧ୍ୟମରେ କହିଛି ।
#Pahalgam terror attack mastermind, Deputy commander of terrorist organisation, Lashkar e Taiba, Saifullah Kasuri giving his clarification, under Pak Army-ISI pressure!!
— Gautam Debroy (@gautam_debroy) April 24, 2025
Credit: OsinTV pic.twitter.com/TL2uVuy0DK
ଭିଡିଓରେ କସୁରୀ କହିଛି, ‘ଜାମ୍ମୁ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଆମେ ନିନ୍ଦା କରୁଛୁ । ଏହି ଆକ୍ରମଣ ବାହାନାରେ ଭାରତୀୟ ଗଣମାଧ୍ୟମ ମୋତେ ଦାୟୀ କରିଛି । ପାକିସ୍ତାନକୁ ମଧ୍ୟ ଅଭିଯୁକ୍ତ ବୋଲି ଦର୍ଶାଉଛି । ଏହା ଏକ ଦୁଃଖଦ କଥା । ଭାରତ ପାକିସ୍ତାନକୁ ଧ୍ୱଂସ କରିବାକୁ ଚାହୁଁଛି । ସେ କାଶ୍ମୀରକୁ ୧୦ ଲକ୍ଷ ସେନା ପଠାଇ ଯୁଦ୍ଧର ପରିବେଶ ସୃଷ୍ଟି କରିଛି ବୋଲି କସୁରୀ ଭିଡିଓରେ କହିଛି ।
କସୁରୀ କହିଛି ଯେ ଭାରତ ନିଜେ ପହଲଗାମରେ ଆକ୍ରମଣ କରିଛି ଏବଂ ଏଥିପାଇଁ ସେ ଦାୟୀ । ଏହା ତାଙ୍କର ଷଡ଼ଯନ୍ତ୍ର । ଏଥିରେ ପାକିସ୍ତାନର କୌଣସି ସମ୍ପର୍କ ନାହିଁ ।
ବୁଧବାର ସନ୍ଧ୍ୟାରେ ଭାରତ ପାକିସ୍ତାନ ବିରୁଦ୍ଧରେ ପାଞ୍ଚଟି ବଡ଼ ନିଷ୍ପତ୍ତି ନେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି CCS ବୈଠକରେ ଅଂଶଗ୍ରହଣ କରିଥିଲେ। ଏହା ପରେ, ଅଟାରୀ ସୀମା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହା ସହିତ, ଭାରତ ସିନ୍ଧୁ ଜଳ ଚୁକ୍ତିନାମା ଉପରେ ରୋକ ଲଗାଇଛି ।