Advertisment

Dowry Death in Odisha: ଏ କେମିତିକା ବନ୍ଧନ, ବିବାହର ୩୫ ଦିନ ପରେ ନେଇଗଲା ଜୀବନ ?

ଏମିତି ଦୁଃଖ କାହା ଜୀବନରେ ନଆସୁ, ଏମିତି କଷ୍ଟ ଭଗବାନ କାହାକୁ ବି ନଦିଅନ୍ତୁ । ମାର୍ଚ୍ଚ ୨୬ ତାରିଖରେ ବିବାହ କରିଥିଲେ ପ୍ରତିମା । ହେଲେ ଏବେ ସେ ଯୌତୁକ ଜୁଇରେ ଜଳି ସାରିଥିବା ବାପ ଘରଲୋକେ ଅଭିଯୋଗ କରିଛନ୍ତି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ମାର୍ଚ୍ଚରେ ବହାହେଲା, ମେ’ରେ ମାରିଦେଲା !

ମାର୍ଚ୍ଚରେ ବହାହେଲା, ମେ’ରେ ମାରିଦେଲା !

ମଶାଣୀରେ ମୋ ଜୁଇ ଲିଭି ସାରିଛି...ଏ ଦୁନିଆରୁ ବି ମୁଁ ବିଦାୟ ନେଇସାରିଛି...ମୋ ପାଦରୁ ଅଳତା ଲିଭିନଥିଲା, ହାତରୁ ବି ମେହେନ୍ଦୀ ଛାଡ଼ିନଥିଲା...ହେଲେ ମୋ ମୁହଁରେ ଶେଷ ଅବିର ଲାଗିଲା...ନୂଆ ଶାଢ଼ି ଓ ସିନ୍ଦୂର ପିନ୍ଧି ଅହ୍ୟରାଣୀ ହୋଇଗଲି...ମଶାଣୀର ଜୁଇରେ ଶୋଇ ମାତ୍ର କିଛି ସମୟରେ ପାଲଟିଗଲି ଦୁଇମୁଠା ପାଉଁଶ...ଆଉ ସବୁ କିଛି ଏଇଠି ସରିଗଲା...ଆଗରୁ ଅନେକ ଥର ମରିଛି...ବାହାଘରର ୩୫ ଦିନରେ ତିଳତିଳ ହୋଇ ଜଳିଛି...ଶେଷରେ ସେହି ଯୌତୁକ ମତେ ମାରିଦେଲା...ମୁଁ ମରି ସାରିଛି...ସମସ୍ତଙ୍କ ପାଇଁ ମୋ ଅସ୍ତିତ୍ବ ହଜିସାରିଛି... ତଥାପି ମୁଁ ପ୍ରତିମା କହୁଛି, ମୋ ନିଜ ପାଇଁ ମୁଁ ନ୍ୟାୟ ମାଗୁଛି...

Advertisment

ଅଧିକ ପଢ଼ନ୍ତୁ: ବାହାରକୁ ପାଣି ବୋତଲ ଫ୍ୟାକ୍ଟ୍ରି, ଭିତରେ ଦେଶୀ ମଦ ପ୍ୟାକେଜିଂ

ଏମିତି ଦୁଃଖ କାହା ଜୀବନରେ ନଆସୁ, ଏମିତି କଷ୍ଟ ଭଗବାନ କାହାକୁ ବି ନଦିଅନ୍ତୁ । ମାର୍ଚ୍ଚ ୨୬ ତାରିଖରେ ବିବାହ କରିଥିଲେ ପ୍ରତିମା । ହେଲେ ଏବେ ସେ ଯୌତୁକ ଜୁଇରେ ଜଳି ସାରିଥିବା ବାପ ଘରଲୋକେ ଅଭିଯୋଗ କରିଛନ୍ତି । ବାହାଘରକୁ ୩୫ ଦିନ ବିତିନଥିଲା । ମାର୍ଚ୍ଚରେ ବାହାହୋଇ ମେ’ରେ ସବୁଦିନ ପାଇ ଶୋଇଗଲା ଏ ଝିଅଟା । ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅଞ୍ଚଳର ଏହି ଘଟଣା ।

ଲହଙ୍ଗୀର ଗାଁର ଗୁଣନିଧି ବେଣ୍ଟକାରଙ୍କ ପୁଅ ଧ୍ରୁବ ବେଣ୍ଟକରଙ୍କ ସହ ଯାମପାଲିର ଜଗତରାମ ବରିହାଙ୍କ ଝିଅ ପ୍ରତିମା ବରିହାଙ୍କର ବିବାହ ହୋଇଥିଲା । ହେଲେ ବିବାହର ପରଠାରୁ ଯୌତୁକ ପାଇଁ ବାରମ୍ବାର ଦାବି ପରେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ହେଲେ ଶାଶୁଘର ପକ୍ଷରୁ ଏହା ଆତ୍ମହତ୍ୟା ବୋଲି କୁହାଯାଇଛି ।

Advertisment

ଝିଅକୁ ବାହା ଦେବାବେଳେ ଯଥା ଶକ୍ତି ଅନୁସାରେ ଯୌତୁକ ଦେଇଥିଲେ ପ୍ରତିମାଙ୍କ ବାପଘର ଲୋକେ । ହେଲେ ବିବାହ ପରେ ମଧ୍ୟ ପୁଣି ଯୌତୁକ ପାଇଁ ପରିବାର ପକ୍ଷରୁ ପ୍ରତିମାଙ୍କୁ କୁହାଯାଉଥିଲା । ଗତ ବୁଧବାର ଦିନ ଝିଅ ବାପଘରୁ ଶାଶୁଘରକୁ ଯାଇଥିଲେ । ହେଲେ ଗୁରୁବାର ଦିନ ଝିଅର ମୃତ୍ୟୁ ହୋଇଥିବା ବାପଘର ଲୋକ ଜାଣିବାକୁ ପାଇଥିଲେ । ପରେ ଏନେଇ ଥାନାରେ ଅଭିଯୋଗ କରିବା ପରେ ଜଗଦଲପୁର ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ଅଧିକ ପଢ଼ନ୍ତୁ: ଚାଞ୍ଚଲ୍ୟ ! ସରପଞ୍ଚଙ୍କ ସ୍ୱାମୀ, ଶ୍ୱଶୁରଙ୍କୁ ହାଣି ଫିଙ୍ଗିଦେଲେ...

Odisha Dowry Death
Advertisment
Advertisment