ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ବୁଧବାର । ଚନ୍ଦ୍ର- ମେଷ ଅହୋରାତ୍ର । ତିଥି- ୧୦ମୀ ସନ୍ଧ୍ୟା ୦୫.୫୯ ଗତେ ୧୧ଶୀ । ଘାତ ଚନ୍ଦ୍ର- ମେଷ ରାତ୍ରି ୦୧.୫୮ ଗତେ ବିଛା । ଘାତ ବାର – କର୍କଟ, ପୁଷ୍କର ଦୋଷ- ରାତ୍ରି ୦୭.୪୩ ଗତେ ୧ପାଦ- କୁଟୁମ୍ଭହାନୀ- ତିଳକାଞ୍ଚନ ଦାନ
ଧନିଷ୍ଠା- ପାରିବାରିକ କ୍ଷେତ୍ର ଓ ଆନୁଷ୍ଠାନିକ କାମରେ କୌଣସି ଅସୁବିଧା ରହିବ ନାହିଁ । କେତେକ ସାମାନ୍ୟ ଭୁଲରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ । ଦରକାରୀ କାଗଜପତ୍ର ହଜାଇ ଦେଇପାରନ୍ତି ।
ଶତଭିଷା- ଉପରିସ୍ଥଙ୍କ ନିକଟରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ। ସଭାସମିତିରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି । ପ୍ରତ୍ୟୁଷ କାଳରେ ଆରମ୍ଭ କରିଥିବା କାମଟି ଯଥା ସମୟରେ ସମ୍ପନ୍ନ କରିପାରିବେ ।
ପୂ, ଭାଦ୍ରପଦ- ଅତୀତ ଘଟଣା, ସ୍ୱାସ୍ଥ୍ୟହାନୀ କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ । କଚେରି ମାମଲା କିମ୍ବା ଆକସ୍ମିକ କଳହଜନିତ ଦୁଶ୍ଚିନ୍ତା ବୃଦ୍ଧି ପାଇବ । ସ୍ଥିର ମନନେଇ କାମକଲେ ସମସ୍ୟାର ସମାଧାନ ହୋଇଯିବ ।
ପ୍ରତିକାର – ଦକ୍ଷିଣ କାଳୀଙ୍କ ମହାକବଚ ଧାରଣ କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮