ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ବୁଧବାର । ଚନ୍ଦ୍ର- ମେଷ ଅହୋରାତ୍ର । ତିଥି- ୧୦ମୀ ସନ୍ଧ୍ୟା ୦୫.୫୯ ଗତେ ୧୧ଶୀ । ଘାତ ଚନ୍ଦ୍ର- ମେଷ ରାତ୍ରି ୦୧.୫୮ ଗତେ ବିଛା । ଘାତ ବାର – କର୍କଟ, ପୁଷ୍କର ଦୋଷ- ରାତ୍ରି ୦୭.୪୩ ଗତେ ୧ପାଦ- କୁଟୁମ୍ଭହାନୀ- ତିଳକାଞ୍ଚନ ଦାନ
ପୁନର୍ବସୁ- ଛୋଟ ଛୋଟ କଥାକୁ ମନ ଭିତରେ ରଖି ଅଶାନ୍ତରେ ରହିପାରନ୍ତି । ସ୍ୱାସ୍ଥ୍ୟ ପ୍ରତି ଅବହେଳା କରି ହଇରାଣ ହେବାକୁ ପଡ଼ିପାରେ । କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ ।
ପୁଷ୍ୟା- ପାରିବାରିକ କ୍ଷେତ୍ରରେ ଆବଶ୍ୟକତା ଅନୁଭବ କରି ଅର୍ଥ ସଂଗ୍ରହ କରିବାରେ ତପତ୍ରତା ପ୍ରକାଶ କରିବେ । ପ୍ରତ୍ୟେକ କାର୍ଯ୍ୟ ଶୃଙ୍ଖଳିତ ଭିତ୍ତିରେ ସମାଧାନ ହୋଇପାରିବ । ଆଇନ ଓ ପ୍ରଶାସନିକ ସ୍ତରରେ ପ୍ରତିବନ୍ଧକ ଦେଖାଦେଇପାରେ ।
ଅଶ୍ଳେଷା- ସାମାଜିକ ସ୍ତରରେ ପତିଆରା ବୃଦ୍ଧି ପାଇଁ ଚେଷ୍ଟିତ ହେବେ । ଛାତ୍ରଛାତ୍ରୀ ମାନେ ପଢାରେ ଅବେହଳା କରିପାରନ୍ତି । ମହିଳା ମାନଙ୍କ ମନୋବଳ ବୃଦ୍ଧି ଘଟିବ ।
ପ୍ରତିକାର – ମା’ ଭୁବନେଶ୍ୱରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୨