ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ବୁଧବାର । ଚନ୍ଦ୍ର- ମେଷ ଅହୋରାତ୍ର । ତିଥି- ୧୦ମୀ ସନ୍ଧ୍ୟା ୦୫.୫୯ ଗତେ ୧୧ଶୀ । ଘାତ ଚନ୍ଦ୍ର- ମେଷ ରାତ୍ରି ୦୧.୫୮ ଗତେ ବିଛା । ଘାତ ବାର – କର୍କଟ, ପୁଷ୍କର ଦୋଷ- ରାତ୍ରି ୦୭.୪୩ ଗତେ ୧ପାଦ- କୁଟୁମ୍ଭହାନୀ- ତିଳକାଞ୍ଚନ ଦାନ
ଉ- ଫାଲ୍ଗୁନୀ- କିଛି ଭଲ ଓ କିଛି ମନ୍ଦର ମିଶ୍ରିତ ଅନୁଭୂତିକୁ ନେଇ ଦିନଟି ଅତିବାହିତ ହେବ। କର୍ମକ୍ଷେତ୍ରରେ ଅତୀତ ଘଟଣା ବିଷୟରେ ଚିନ୍ତା କରି ବ୍ୟସ୍ତ ରହିପାରନ୍ତି । ବନ୍ଧୁମାନଙ୍କ ସହଯୋଗରେ ଆର୍ଥିକ ସ୍ଥିତିରେ ସୁଧାର ଆସିବାର ଆଶା ରହିଛି ।
ହସ୍ତା- ପାରିବାରିକ ସ୍ତରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ । ଅନ୍ୟଙ୍କୁ ମନେଇ କାମ କରିବାର କୌଶଳକୁ ପ୍ରୟୋଗ କରି ସକ୍ଷମ ହେବେ । ସମସ୍ୟା ସମାଧାନ କ୍ଷେତ୍ରରେ ଆନୁଷଙ୍ଗିକ ଅନୁକୂଳ ପରିସ୍ଥିତି ଅବଶ୍ୟ ସୃଷ୍ଟି ହେବ ।
ଚିତ୍ରା- ଫାଇଲ୍ କାମ ବୃଦ୍ଧି କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ । ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି ।
ପ୍ରତିକାର - ନୃସିଂଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫