ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ବୁଧବାର । ଚନ୍ଦ୍ର- ମେଷ ଅହୋରାତ୍ର । ତିଥି- ୧୦ମୀ ସନ୍ଧ୍ୟା ୦୫.୫୯ ଗତେ ୧୧ଶୀ । ଘାତ ଚନ୍ଦ୍ର- ମେଷ ରାତ୍ରି ୦୧.୫୮ ଗତେ ବିଛା । ଘାତ ବାର – କର୍କଟ, ପୁଷ୍କର ଦୋଷ- ରାତ୍ରି ୦୭.୪୩ ଗତେ ୧ପାଦ- କୁଟୁମ୍ଭହାନୀ- ତିଳକାଞ୍ଚନ ଦାନ
ବିଶାଖା- ନିତ୍ୟ କର୍ମରେ ବ୍ୟତିକ୍ରମ ଘଟିପାରେ । ପରିବେଶ ଆନନ୍ଦ ଦାୟକ ରହିବ । ଧନ ହେତୁ ଶାନ୍ତି ଅନୁଭବ କରିବେ । କର୍ମକ୍ଷେତ୍ରରେ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ।
ଅନୁରାଧା- ମାଲିମକଦ୍ଦମାରେ ବିଜୟୀ, ବ୍ୟବସାୟରେ ଉନ୍ନତି, ରାଜନୀତିରେ ସମ୍ମାନ ପାଇବେ। ଆକସ୍ମିକ ଭାବରେ ଦୂରଯାତ୍ରା କରିବାକୁ ବାଧ୍ୟ ହୋଇପାରନ୍ତି। ଶିକ୍ଷାର୍ଥୀ ମାନଙ୍କର ଶିକ୍ଷାରେ ଦକ୍ଷତା ଓ ଅଭିଜ୍ଞତା ବଢିବ ।
ଜ୍ୟୋଷ୍ଠା- କୌଣସି ନୂତନ କର୍ମାରମ୍ଭ ସକାଶେ ପରିବାରରୁ ପ୍ରତିରୋଧର ସମ୍ଭାବନା ରହିଛି । ପ୍ରିୟ ପରିଜନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ । ଜଣେ ବନ୍ଧୁଙ୍କ ସହଯୋଗରୁ କାମ ହାସଲ କରିବେ ।
ପ୍ରତିକାର – ମା’ ମଙ୍ଗଳାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯