ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ବୁଧବାର । ଚନ୍ଦ୍ର- ମେଷ ଅହୋରାତ୍ର । ତିଥି- ୧୦ମୀ ସନ୍ଧ୍ୟା ୦୫.୫୯ ଗତେ ୧୧ଶୀ । ଘାତ ଚନ୍ଦ୍ର- ମେଷ ରାତ୍ରି ୦୧.୫୮ ଗତେ ବିଛା । ଘାତ ବାର – କର୍କଟ, ପୁଷ୍କର ଦୋଷ- ରାତ୍ରି ୦୭.୪୩ ଗତେ ୧ପାଦ- କୁଟୁମ୍ଭହାନୀ- ତିଳକାଞ୍ଚନ ଦାନ
ଉ, ଷାଢା- ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବା ହେତୁ ଖୁସି ରହିବେ । ଘରେ ଆରାମ କରିବାକୁ ଆପଣଙ୍କ ପାଖରେ ପ୍ରଚୁର ସମୟ ମିଳିବ । ଜମିଜମା ବିବାଦ ସମାଧାନ ପୂର୍ବକ ସଫଳତା ହାସଲ କରିବେ।
ଶ୍ରବଣା- ସାମାଜିକ ସ୍ତରରେ ପରୋକ୍ଷ ଶତ୍ରୁତା ହେତୁ ମନଟା ଭଲ ଲାଗିବ ନାହିଁ। ଆପଣଙ୍କୁ ଅତିରିକ୍ତ ଖର୍ଚ୍ଚ ମଧ୍ୟ କରିବାକୁ ପଡ଼ିପାରେ । ଛାତ୍ରମାନେ ଅଧିକ ପରିଶ୍ରମ କରି ସେମାନଙ୍କର ଆତ୍ମବିଶ୍ୱାସ ବଢିବ
ଧନିଷ୍ଠା- ସମ୍ପର୍କୀୟଙ୍କ ସାହାଯ୍ୟ ଓ ସହଯୋଗରେ କାମ ହାସଲ କରିବେ । ଅନ୍ୟମାନଙ୍କ ବାରଣ ନ ମାନି କାମ କଲେ କୌଣସି କ୍ଷେତ୍ରରେ ଅପମାନିତ ହେବାକୁ ପଡ଼ିପାରେ ।
ପ୍ରତିକାର – ସୂର୍ଯ୍ୟ ଦେବତାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮