• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 12th Jan 2024: ଏହି ରାଶିର ବ୍ୟକ୍ତିଙ୍କ ପାରିବାରିକ ସମସ୍ୟା ସମାଧାନ ହେବ ...

ସୈାର ଧନୁମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୧୨ ତାରିଖ ଶୁକ୍ରବାର ଚନ୍ଦ୍ର- ମକର ଅହୋରାତ୍ର। ତିଥି- ପ୍ରତିପଦ ଦିବା ୦୨.୨୩ ଗତେ ୨ୟା। ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର ଘାତବାର- ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ।

Leo

ସିଂହ

Friday 12 Jan 2024

ମଘା- ବ୍ୟବସାୟ କରୁଥିବା ଲୋକଙ୍କୁ ଋଣ ନେବା ପାଇଁ ପଡିପାରେ । ପାରିବାରିକ କ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟ ସାମୟିକ ମନୋବଳ ବୃଦ୍ଧିକରିବ। କର୍ମକ୍ଷେତ୍ରରେ ମାନସିକ ଚାପର ବଶବର୍ତ୍ତୀ ହୋଇ କେତେକ କାମ କରିବାକୁ ବାଧ୍ୟ ହେବେ।

ପୂ,ଫାଲଗୁନି- କାର୍ଯ୍ୟ କ୍ଷେତ୍ରରେ କିଛିଟା ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହେବାର ସୂଚନା ରହିଛି। ବହୁତ ସମୟ ଧରି ଭ୍ରମଣ କାରଣରୁ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ । ଆବଶ୍ୟକତା ଉପଲବ୍ଧି କରି ଗୃହୋପକରଣ ସାମଗ୍ରୀ କ୍ରୟ କରିପାରନ୍ତି।

ଉ,ଫାଲଗୁନି- ସଭାସମିତିରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇ ପଡିବେ । କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍ ଆଦୃତ ହେବେ । କଚେରି ମାମଲାରେ ପ୍ରତିପକ୍ଷ ପ୍ରତିଶ୍ରୁତି ରକ୍ଷା ନ କରି ଠିକ୍ ସମୟରେ ଆସି ନ ପାରନ୍ତି।

ପ୍ରତିକାର – ମାତଙ୍ଗିଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :