ସୈାର ଧନୁମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୧୨ ତାରିଖ ଶୁକ୍ରବାର ଚନ୍ଦ୍ର- ମକର ଅହୋରାତ୍ର। ତିଥି- ପ୍ରତିପଦ ଦିବା ୦୨.୨୩ ଗତେ ୨ୟା। ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର ଘାତବାର- ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ।
ଧନିଷ୍ଠା-ପାରିସ୍ପରିକ ଆଲୋଚନା କ୍ରମେ ପାରିବାରିକ ସମସ୍ୟାର ସରଳ ସମାଧାନ କରିବେ । ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ କିମ୍ବା ଚକ୍ଷୁକର୍ଣ୍ଣ ପୀଡାରୁ କଷ୍ଟ ପାଇବେ । ବୈବାହିକ ଜୀବନ ସୁଖମୟ ହେବ ।
ଶତଭିଷା- ଚାକିରିରେ ପଦୋନ୍ନତି ମିଳିବ ଏବଂ ଉଚ୍ଚାଧିକାରୀଙ୍କ ସହ ସମ୍ପର୍କ ଘନିଷ୍ଠତା ବଢିବ । ପ୍ରେମିକ ପ୍ରେମିକା ମାନଙ୍କ ସମ୍ପର୍କ ସ୍ଥିର ଓ ମଧୁର ହେବା ନେଇ ସମସ୍ୟା ରହିବ । ଛାତ୍ରଛାତ୍ରୀ ମାନେ ଶିକ୍ଷାରେ ଚମତ୍କାର ଫଳାଫଳ କରିବେ ।
ପୂ,ଭାଦ୍ରପଦ- ଆନୁଷ୍ଠାନିକ କାର୍ୟ୍ୟରେ ନିଜକୁ ନିୟୋଜିତ କରି ଖୁସି ହେବେ । ଘରଭଡ଼ାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବେ । ସାମାଜିକ ସ୍ତରରେ ଅନ୍ୟମାନଙ୍କ ଭୁଲ୍ ଧାରଣା ଯୋଗୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ।
ପ୍ରତିକାର – ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮