ଆଖିକୁ ଜମାରୁ ଦେଖାଯାଉନି। କିନ୍ତୁ ନମ୍ବର ୱାନ ସାଇକେଲ୍ ମେକାନିକ୍। ନୂଆ ହେଉ କି ପୁରୁଣା...ସାଇକେଲ୍ ସଜାଡ଼ିବାରେ ସେ ମାହିର। ଆଉ ୟାଙ୍କ ସାଇକେଲ୍ ଦୋକାନକୁ ଯିଏ ଆସିଛି ସିଏ ସାଇକେଲ୍ ତ ସଜାଡ଼ିଛି ଆଉ ଦିଲ୍ଲୀପଙ୍କ ସୁମଧୁର ଭଜନ ଓ ଜଣାଣ ଶୁଣି ନିଜକୁ ଧନ୍ୟ ମନେ କରୁଛି...ଦେଖନ୍ତୁ କେମିତି ସାଇକେଲ ସଜାଡ଼ିବା ସହ ଗାଉଛନ୍ତି ଗୀତ ।
ଏ ଦୃଶ୍ୟ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଆଉ କହିବେ, ଏଇଟା ବୋଧହୁଏ କୌଣସି ସାଜସଜ୍ଜା ହୋଇଥିବା ଟେଣ୍ଟ ହାଉସ୍। କିନ୍ତୁ ନା...ଇଏ ଜୁଳୁଜୁଳିଆ ପୋକଙ୍କ ବାସସ୍ଥାନ। ସେମାନଙ୍କର ଆଲୋକରେ ଆଲୋକିତ ହେଉଛି ପୂରା ଅଂଚଳ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ
ମୋ ବୋଉଲୋ। ଆଲୋ ଏଇ ରାସ୍ତାରେ ମହାନଦୀ କୁଆଡ଼ୁ ଆଇଲା କିରେ? ଏତେ ଜୋର୍ରେ କ’ଣ ପାଣି ମାଡ଼ି ଆସିଲାଣି? ନାରଣ...ମାରିଦେବୁ କି? ବିନା ଟେନ୍ସନ୍ରେ ବୁଢୀ ମାଉସୀ କିନ୍ତୁ ଅଖା ଧୋଇ ଶୁଖେଇଲାଣି, ଦେଖୁନୁ ଟିକିଏ.....
ପୋଷ୍ଟ ମ୍ୟାନ ହେବ ତ ଏମିତି। କରୋନା କାଳରେ ଗାଁକୁ ଗାଁ ବୁଲି ୪ ହଜାର ୫ ଶହ ଘରେ ୧୫୦ କୋଟିରୁ ଅଧିକ ସରକାରୀ ସହାୟତା ଟଙ୍କା ବାଣ୍ଟିଛନ୍ତି ସୋହନ। ମହାମାରୀକୁ ଡର ନଥିଲା ବରଂ ଲୋକଙ୍କୁ ସାହାଯ୍ୟ କରିବାର ମନୋବୃତ୍ତି ଥିଲା...
ଫେସବୁକ୍ରେ ପ୍ରେମ ହେଲା, ବାହାଘର ପାଇଁ ନିଷ୍ପତ୍ତି ହେଲା.. ଆଉ ବାହାଘର ବେଳେ ଜଣାପଡ଼ିଲା ପ୍ରେମିକା ଝିଅ ନୁହେଁ ବରଂ ପୁଅ.. ହାତରେ ମେହେନ୍ଦୀ ଲଗାଇ ଯୁବକଙ୍କୁ ଏମିତି ପାଗଳ କରିଥିଲେ ଏହି ଯୁବକ...ଏବେ ସବୁ ଜଣାପଡ଼ିବା ପରେ ଦେଖନ୍ତୁ ହେଲା କଣ?
ଏବେ ଖରିଫ ଧାନ ସଂଗ୍ରହ ଚାଲିଥିବା ବେଳେ ମନ୍ଥର ଗତିରେ ଚାଲିଛି ଧାନକିଣା। ବିକ୍ରୀ ପାଇଁ ମଣ୍ଡିକୁ ଧାନ ଆଣିଥିଲେ ହେଁ ମଣ୍ଡିରୁ ଧାନ ଉଠୁ ନ ଥିବା ଦେଖିବାକୁ ମିଳିଛି। ଫଳରେ ଖୋଲା ଆକାଶ ତଳେ ମଣ୍ଡିରେ ଧାନ ପଡି ରହିଛି। ଶୀଘ୍ର ଧାନ ନ ଉଠିଲେ ଆନ୍ଦୋଳନ ଧମକ ଦେଇଛନ୍ତି ଚାଷୀ...
ବାଉଁଶ ବେତ ବଞ୍ଚିବାର ଏମାନଙ୍କୁ ଦେଖାଇଛି ବାଟ। ପରିବେଶର ସାମଗ୍ରୀରେ ସ୍ୱାବଲମ୍ବୀ ହେବାର ନିଶା ୟାଙ୍କୁ ଘାରିଛି। ପରିବାର ଚଳାଉଛନ୍ତି, ପିଲାଙ୍କ କଥା ବୁଝୁଛନ୍ତି। ଆଉ ଏହାରି ମଧ୍ୟରେ ଭଲ ଦୁଇ ପଇସା ରୋଜଗାର ବି କରିପାରୁଛନ୍ତି...ଦେଖନ୍ତୁ କେମିତି ତିଆରି ଚାଲିଛି ଏଇ ସୁନ୍ଦର ସୁନ୍ଦର ସାମଗ୍ରୀ
ମୋ ସ୍ୱାମୀ ଜନିପ୍ରିୟ ଥିଲେ କିନ୍ତୁ ଏତେ ଅଧିକ ସମର୍ଥନ ତାଙ୍କର ଥିଲା ମୁଁ ଭାବିନଥିଲି। ନିର୍ବାଚନୀ ସଭାରେ ଲୋକେ ମତେ ଭାବପ୍ରବଣ କରିଦେଉଛନ୍ତି। ଏବେ ପୋଷ୍ଟର ବୟ କିଏ? ନବୀନ ନା କିଶୋର...
ବିଜେଡ଼ିର ବାଜିମାତ୍ର ଟ୍ରେଣ୍ଡକୁ ବ୍ରେକ୍ ଦେଇପାରିବେ କି ରାଧାରାଣୀ ପଣ୍ଡା? ଏଥର ଅନୁଭୂତି ନା ସହାନୁଭୂତି? କାହାକୁ ଭୋଟ୍ ଦେବେ ବ୍ରଜରାଜନଗରବାସୀ? ୩୦ ବର୍ଷ ହେଲାଣି ଲୋକଙ୍କ ସହ ଥିବାରୁ ଏଥର ବିଜୟୀ ହେବେ ବୋଲି କହୁଛନ୍ତି ରାଧାରାଣୀ...
କଂଗ୍ରେସ କେବେ ଥକି ପଡ଼ିନି କି ଥକିବନି। ଶାସକ ଦଳ ବିରୋଧରେ ଏଠାରେ ପ୍ରବଳ ଅସନ୍ତୋଷ। ୨୨ ବର୍ଷରେ କିଛି ହୋଇନି। ବ୍ରଜରାଜନଗରରେ କାହିଁକି ଯୁବକଙ୍କୁ ଦିଆଗଲାନି ଗୁରୁତ୍ୱ?
ଗୋଟିଏ ମାସରେ ସାଙ୍ଗ ହୋଇ ଚାଲିଗଲେ ବାପା-ମାଆ। ଅନାଥ ହୋଇଗଲେ ତିନି ପିଲା। ଖାଇବାକୁ ନାହିଁ କି ପିଇବାକୁ ନାହିଁ। ସ୍କୁଲରେ ଯାଇ ପାଠ ପଢିବାର ଇଚ୍ଛା ଥିଲେ ବି ଅର୍ଥର ଘୋର ଅଭାବ। ତରକାରୀ ତ ମିଳୁନି ବରଂ ଶୁଖିଲା ଭାତ ଖୁଆଇ ପିଲାଙ୍କୁ ଏମିତି ବଂଚାଇ ରଖିଛି ବୁଢୀ ଆଈ...ସାହାଯ୍ୟ ମିଳିବେ ସୁଧୁରିଯାଆନ୍ତା ଏମାନଙ୍କ ଜୀବନ
ଆପଣଙ୍କ ଫୋନ ପେ’ରେ ଅଫର ଅଛି। ଏମିକି କଲେ ମିଳିବ ଏତିକି ଟଙ୍କା। ବାସ୍ ମେସେଜ୍ ଶୁଣୁଶୁଣୁ ସ୍ୱିଚ୍ ଚିପିଦେଲେ। ସେପଟେ ଆକାଉଣ୍ଟରୁ କଟିଗଲା ଟଙ୍କା
ସେ ମଦର୍ ଇଣ୍ଡିଆ। ପିଠିରେ ଝୁଲେଇଛି କଅଁଳା ଛୁଆ, ଆଉ ହାତରେ ଝାଡୁ ଧରି ମ୍ୟୁନିସିପାଲିଟିର ଝାଡୁଦାର ଡ୍ୟୁଟି କରୁଛି। ମଝିରେ ମଝିରେ ସମୟ ପାଇଲେ ପୁଅକୁ ଖାଇବାକୁ ଦେଉଛି ଓ ତା ସହ ଖେଳୁଛି। ଦୃଶ୍ୟ ଦେଖିଲେ ଆପଣ ବି କହିବେ, ଏମିତି ମାଆକୁ ଶହେ ସଲାମ୍। ଆସନ୍ତୁ ଭେଟିବା ଏହି ମାଆ ଲକ୍ଷ୍ମୀଙ୍କୁ।
ଏ କଳିଙ୍ଗା ଘାଟି ଆଉ କେତେ ଜୀବନ ନେବ? କେତେ ଛୁଆଙ୍କଠାରୁ ମାଆକୁ ଛଡ଼େଇ ନେବ? ଏଇ କୁନି ଝିଅଟି ଜାଣି ନାହିଁ ଯେ, ତା ମାଆ ଆଉ ଏ ଦୁନିଆରେ ନାହିଁ। ଦୁର୍ଘଟଣା ତା ମାଆକୁ ସବୁଦିନ ପାଇଁ ଛଡ଼େଇ ନେଇଛି।
ପିସିସି ସଭାପତି ଚୌକି ପଦ ତ ଗଲା.. କିନ୍ତୁ ଇଏ କୋଉ ଖୁସିରେ ଏତେ ମିଠା ଆଉ ଚା’ ଦେଉଛନ୍ତି କିରେ ନିରଞ୍ଜନ ବାବୁ? ଦେଖୁନ...କେମିତି ଗୁରୁକୁ ଡାକି ମିଠା ଆଉ ଚା’ ପାଇଁ ଅର୍ଡର ଦେଉଛନ୍ତି ପଟ୍ଟନାୟକ ସାର୍
ଅଧିଆ ଭାଇ ତୁମେ ଏମିତି ହେଉଛ କାହିଁ ପାଇଁ? ତୁମେ ସେକ ନେବ ଯେ ହେଲେ ହୋଇଛି କଣ? କାହିଁକି ଏମିତି ଟେକି ହେଉଛ? ବିକଳ ଟିଭିରେ ସତ କୁହ...
ବର୍ଷା ଆସିଲେ ମୋ ଡଙ୍ଗା ଭୁବନେଶ୍ୱରରେ ଗଡ଼ିବ। ରସୁଲଗଡ଼ରୁ ଯାଇ ରାମ ମନ୍ଦିର ଅଫିସ ପରେ ମାଷ୍ଟର କ୍ୟାଣ୍ଟିନ୍ରେ ମାରିବ ଷ୍ଟପେଜ୍....ଆରେ ଆରେ....ଇଏ କେମିତିକା ଡଙ୍ଗା?
ପୂର୍ବରୁ ଦୁଇ ପୁଅଙ୍କୁ ହରାଇଛନ୍ତି ବାପା-ମାଆ। ଏବେ ପୁଣି ତୃତୀୟ ପୁଅ ଆଭାସ୍ର ସାଙ୍ଘାତିକ ଦେହ ଖରାପ। ଡାକ୍ତର କହୁଛନ୍ତି ଦରକାର ଅପରେସନ୍। ହେଲେ ପରିବାର ପାଖରେ ପଇସା ନଥିବାରୁ ୧୫ ଲକ୍ଷ ଟଙ୍କା ଏମାନଙ୍କ ପାଇଁ ସ୍ୱପ୍ନ। କୁନି ପୁଅର ଜୀବନ ବଞ୍ଚାଇବାକୁ ଏମିତି କାନ୍ଦି କାନ୍ଦି ସାହାଯ୍ୟ ମାଗୁଛନ୍ତି ମାଆ-ବାପା
ମାତ୍ର ୬ ମାସ ଭିତରେ ମୁଁ ହେବି କୋଟିପତି। ଗୋଟିଏ କୋଟିପତି ଝିଅର ମନ ଚୋରି କରିଦେଲେ କାମ ଶହେ ଶହେରେ ଜମିବ...ଆଉ ରାତିରେ ତା’ ନିଦରେ ପସିକି...
ବେପାର ପାଇଁ ମାଲେସିଆରୁ ଚାନ୍ଦବାଲି ଆସିଥିଲେ। ମାଛ ଚାଷ ପାଇଁ ଟଙ୍କା ବି ଯୋଗାଡ଼ କରୁଥିଲେ। ଏତିକି ବେଳେ ଫୋନ୍ ପେ’ ହେଡ୍ ଅଫିସରୁ କଲ ଆସିଲା...ଏମିତି କରନ୍ତୁ କ୍ୟାସବ୍ୟାକ୍ ପାଇବେ। ବାସ୍ ଏତିକିରେ ଆକାଉଣ୍ଟରୁ କଟିଗଲା ୩୮ ହଜାର ଟଙ୍କା...ସତ ଜାଣିଲା ବେଳକୁ ଆଉ କିଛି ନାହିଁ
ସିଦ୍ଧୁଙ୍କ ଭାଗ୍ୟ ଖରାପ !! ଦିନେ ରାଜଉଆସରେ ରହୁଥିଲେ..ମନଇଚ୍ଛା କାମ କରୁଥିଲେ। ବେଶ୍ ସୌଖିନ ମଧ୍ୟ କରୁଥିଲେ। ହେଲେ ଏବେ ଜେଲରେ ତାଙ୍କୁ କରିବାକୁ ପଡ଼ୁଛି କିରାଣୀ କାମ। ଆଉ ଦିନକୁ ମିଳିବ ମାତ୍ର ୯୦ ଟଙ୍କା ବେତନ...
ବାରମ୍ବାର ଗୁହାରି ପରେ ବି ଶୁଣିଲାନି ପ୍ରଶାସନ। ନିଜସ୍ୱ ଖର୍ଚ୍ଚରୁ ସଞ୍ଚୟ କରି ପିଲାଙ୍କ ପାଇଁ ପାଇଖାନା ତିଆରି କରିଦେଲେ ରଞ୍ଜନ। ପିଲା କହିଲେ ଦୀର୍ଘଦିନର ସ୍ୱପ୍ନ ହେଲା ପୂରଣ...ସ୍ୱତନ୍ତ୍ର ଉତ୍ସବରେ ପୁରସ୍କୃତ ହେବେ ରଞ୍ଜନ
ଆଲୋ ଆଲୋ ଇଏ କଣ ହେଲା? ଷ୍ଟେଜ୍ ଉପରେ ଧନୁର୍ଦ୍ଧରଙ୍କ ପ୍ୟାଣ୍ଟ ଖୋଲିଗଲା। ଇଏ ଚିତ୍ରାଳୟ ବାଲା ବୋଧହୁଏ ପ୍ୟାଣ୍ଟ ଡୋରକୁ ଭଲରେ ଟାଇଟ୍ କରିନାହାନ୍ତି...ନାରଣ ତୁ କଣ ଦେଖିଲୁରେ?
ଗ୍ରାଣ୍ଟ କମିଶନ, ୟୁଜିସି ମେ ୨୦ରୁ ସୁପ୍ରିମକୋର୍ଟ ରହିତା ଦେଶ ଲଗାଇଥିଲେ ମଧ୍ୟ ସୋସିଓଲୋଜି ଓ କମର୍ସ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ପଦ ଲାଗି ଓପିଏସପି ନିଯୁକ୍ତି ପ୍ରକ୍ରିୟା ଜାରି ରଖିଛନ୍ତି ।
ଏ ବୟସରେ ଥକି ଯାଇନି ଶରୀର କି କମିଯାଇନି ଜଗନ୍ନାଥଙ୍କ ପ୍ରତି ଉତ୍ସର୍ଗୀକୃତ ମନୋଭାବ। ଏକ ମନ ଏକ ପ୍ରାଣରେ ଓ ଦୃଢ଼ ଏକାଗ୍ରତା ସହ ଚରଖାରୁ କାଟୁଛନ୍ତି ସୂତା। ଏ ବୃଦ୍ଧାଙ୍କ ନାଁ ହେଉଛି ଆସେଲି ଦାସ।