wheelchair fencer
୫ମାସ ବୟସରେ ଯେତେବେଳେ ପୋଲିଓରେ ଗୋଟିଏ ଗୋଡ଼ ଅଚଳ ହୋଇଗଲା, ଲୋକେ ଭାବିଥିଲେ ତାଙ୍କ ହାତ ପାଇଁ ହୁଏତ ଏଇ ଯୋଡ଼ିଏ ବୈଶାଖୀ ହିଁ ଲେଖିଦେଇଛି ବିଧାତା। ୟାକୁ ହିଁ ଧରି ତାଙ୍କୁ ଚାଲିବାକୁ ପଡ଼ିବ ଜୀବନଯାକର ବାଟ। ହେଲେ ନିଜ ସାହସ ଓ ପ୍ରତିଭା ବଳରେ ଏହାକୁ ଭୁଲ୍ ପ୍ରମାଣିତ କରିଛନ୍ତି ଏକ ନିପଟ ଗାଁର ଗରିବ ପରିବାରରେ ଜନ୍ମିତ ଝିଅ ମଧୁସ୍ମିତା ।
Advertisment
ସାରା ଦୁନିଆକୁ ଦେଖାଇ ଦେଇଛନ୍ତି, ତାଙ୍କ ହାତକୁ ବୈଶାଖୀ ଜମାବି ମାନୁନି । ସେ ଜନ୍ମିଛନ୍ତି ବୀରାଙ୍ଗନାଙ୍କ ଭଳି ତରବାରୀ ଧରିବାକୁ। ଯୁଦ୍ଧଭୂଇଁରେ ନୁହେଁ, ଫେନ୍ସିଂ ପିଷ୍ଟରେ ଦୁନିଆ ଜିତିବାକୁ। ଇଏ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଦଳାଙ୍ଗ ରାମେଶ୍ୱରପୁରର ସୁନାଝିଅ ମଧୁସ୍ମିତା ସାହୁ। ହ୍ୱିଲ ଚେୟାର୍ ଫେନ୍ସିଂ ଖେଳାଳି। ଗତମାସ ହରିୟାଣାରେ ଜାତୀୟ ସ୍ତରର ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିବା ପରେ, ଏବେ ତାଙ୍କ ଆଖିରେ ଆଖିଏ ସ୍ୱପ୍ନ। ସ୍ୱପ୍ନ ବିଦେଶ ଯିବାର, ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର। ହେଲେ ବିଡ଼ମ୍ବନା, ବାଧକ ସାଜିଛି ଅର୍ଥ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)