ଦିଲ୍ଲୀ କଂଗ୍ରେସ ନିର୍ଦ୍ଦେଶରେ ଚାଲୁଛି ବିଜେଡି । ଆଉ ବିଜେଡି ଇସାରାରେ ଚାଲୁଛି ରାଜ୍ୟ କଂଗ୍ରେସ । ବିଜେଡିର ବି-ଟିମ୍ ହେଉଛି କଂଗ୍ରେସ । ଆଜି ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ବରଗଡ଼ର ବିଜେପି ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ। ଖାଲି ବୟାନ ଦେଇନାହାନ୍ତି, ବିଜେଡି ଓ କଂଗ୍ରେସ କିପରି ମିଳିତ ଭାବେ ଅଛନ୍ତି ତାର ତଥ୍ୟ ଭିତ୍ତିକ ପ୍ରମାଣ ବି ରଖିଛନ୍ତି।
Published By: Satyendu Shekher Mishra
Last updated: 07 October 2024, 10:45 PM IST
ରାଜ୍ୟସଭା 'ବିବେକ ଖେଳ'କୁ ନେଇ ବଳଶାଳୀ ହେବାରେ ଲାଗିଛି ବିଜେଡି ଝଡ଼। କାଲି ଦେବାଶିଷଙ୍କ ପରେ ଆଜି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଓ ବରିଷ୍ଠ ନେତା ଭୂପିନ୍ଦିର ସିଂ ବି ନବୀନ-ପାଣ୍ଡିଆନ୍ ଯୋଡ଼ିକୁ ଜୋରଦାର ନିଶାନା କରିଛନ୍ତି। ଏଭଳି ସ୍ଥିତିରେ ନବୀନ ବାବୁ ଏବେ ମୁଖ୍ୟ ପରାମର୍ଶଦାତାଙ୍କ ଦ୍ବାରା ଗୃହବନ୍ଦୀ ବୋଲି ଚାଞ୍ଚଲ୍ୟକରଣ ବୟାନ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର।