କହି କହି କେହି ଶୁଣିଲେନି । ଏଣିକି ଯିଏ ଗାଁକୁ ଆସିବ ତାକୁ ଜୋତାମାଳ ସହିତ ଦିଆଯିବ ଝାଡୁ ପାହାର । କିଛି ଏମିତି କହୁଛନ୍ତି କେନ୍ଦ୍ରପଡା ଆଳିର ଏଇ ଗାଁ ଲୋକେ...
ଇଏ କେମିତିକା ପ୍ରେମ? ଭଲପାଇଲେ...ବାହା ହେଲେ....ଝିଅ ଜନ୍ମ ହେବା ପରେ ସ୍ତ୍ରୀକୁ ଛାଡିଦେଲେ । ଏବେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ପୁଷ୍ପଲତା । ସ୍ୱାମୀ ଫୋନ୍ କରୁନାହାନ୍ତି...ମାଆ କୋଳରେ ବଞ୍ଚିବାକୁ ଗେଂଜିଛନ୍ତି ମୁଣ୍ଡ
ଇଏ ଡାକ୍ତର ନୁହେଁ ଯମ । ଗୋଡରେ ଲଗାଇଦେଲେ କଟା ହାତ...ସତ ଜାଣିବା ପରେ ପୁଣି ଥରେ ଗୋଡରୁ ହାତ କାଟି କଲେ ଅପରେସନ୍ । ଯିଏ ଶୁଣୁଛି, ସିଏ ସମାଲୋଚନା କରୁଛି
ଭୟଙ୍କର ତ୍ରୁଟି । ଦଶମ ପିଲାଙ୍କ ବହିରେ ମାଳମାଳ ଭୁଲ୍ ତଥ୍ୟ...ସେହି ଭୁଲକୁ ପଢି ପିଲାଏ ଶିଖିବେ କଣ?
ଆଉ କେହି ଖସିପାରିବେନି । ସହର ସାରା ଲାଗିଲାଣି ସିସିଟିଭି...ଟିକିଏ ଏପଟ ସେପଟେ ହେବ ତ ସିଧା ଯାଇ ଥାନାରେ ପହଞ୍ଚିବ
ମାସକ ତଳେ ଥିଲା ମାତ୍ର ୨୦। ସପ୍ତାହେ ତଳେ ୫୦। ଆଉ ଆଜି ସିଧା ସେଞ୍ଚୁରୀ ପାର୍। ରୋଷେଇ ଶାଳରେ ତରକାରୀ ହାଣ୍ଡିର ସୁଆଦ ବଢ଼ାଉଥିବା ଟମାଟୋ ଏବେ ଅମୂଲ ମୂଲ। ଇଏ ଭଦ୍ରକ ଏକତା ବଜାରର ସ୍ଥିତି, ଏଠି ଭଲ ଟମାଟୋ କିଲୋ ପିଛା ଭାଉ ୧୧୦ ଟଙ୍କା।
ରାଜ୍ୟରେ ପାଖାପାଖି ୧୬ ହଜାର ବସ୍ ଚଳାଚଳ କରୁଛି । ସେଥିମଧ୍ୟରୁ ୨ ହଜାର ସରକାରୀ ବସ୍ ହୋଇଥିବା ବେଳେ ପ୍ରାୟ ୧୪ ହଜାର ଘରୋଇ ବସ୍ । ଏହି ୧୪ ହଜାର ଘରୋଇ ବସ୍ ମଧ୍ୟରୁ ୨୫ ଭାଗ ବା ପ୍ରାୟ ୩ ହଜାର ୫ଶହ ବସ୍ ୧୫ ବର୍ଷରୁ ଅଧିକ ପୁରୁଣା ।
ଶ୍ରୀଜିଉଙ୍କୁ ବାହୁଡ଼ାଇ ନେବାକୁ ଦଣ୍ଡାୟମାନ ୩ ରଥ । କାଲି ଦିନ ୧୨ଟାରେ ପହଣ୍ଡି, ଅପରାହ୍ନ ୪ଟାରେ ରଥଟଣା ସୂଚନା ।
ହଙ୍ଗାମା, ହୋହଲ୍ଲା, ହାଇଡ୍ରାମା । ପରିସ୍ଥିତି ସମ୍ପୂର୍ଣ୍ଣ ଅଣାୟତ୍ତ... ସିଏମସିରେ ଏକାଧିକ ଦୁର୍ନୀତି ପ୍ରସଙ୍ଗକୁ କେନ୍ଦ୍ରକରି ଆଜି ବସିଥିବା କାଉନସିଲ ବୈଠକରେ ବିରୋଧୀ ବିଜେପି ଏବଂ କଂଗ୍ରେସର କର୍ପୋରେଟରମାନେ ମେୟର ସୁବାସ ସିଂଙ୍କୁ ଏମିତି ଘେରିଲେ ଯେ, ଶେଷରେ ବାଧ୍ୟ ହୋଇ ଅଧାରୁ ବୈଠକ ଛାଡ଼ି ପଳାଇଲେ ଉଭୟ ମେୟର ଏବଂ କମିଶନର ।
ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିଲା ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ଆନ୍ଦୋଳନ । ତେବେ ମାସ ମାସ ଧରି ଆନ୍ଦୋଳନ ସତ୍ତ୍ୱେ ବି ତାଙ୍କ କଥା କେହି ଶୁଣୁନଥିବାରୁ ଆଜି ହଠାତ୍ ଗାନ୍ଧିମାର୍ଗରେ କରିଥିଲେ ଗର୍ଜନ । ପୋଲିସର ବାରିକେଡ୍ ଭାଙ୍ଗି ବିଧାନସଭା ଆଡେ ମାଡିଚାଲିଲେ ଆନ୍ଦୋଳନକାରୀ ଅଧ୍ୟାପକ ।
ଶ୍ରୀକ୍ଷେତ୍ର ପୁରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଧର୍ମପତ୍ନୀ । ମୋଦିଙ୍କ ଧର୍ମପତ୍ନୀ ଯଶୋଦା ବେନ୍ ମୋଦି ପୁରୀ ଆସି ସକାଳେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ସକାଳ ପ୍ରାୟ ୧୦ଟାରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବା ସହ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଆଡପ ମଣ୍ଡପରେ ଦର୍ଶନ କରିଛନ୍ତି ଯଶୋଦା ବେନ୍ ମୋଦି ।
ଲଘୁଚାପ ବର୍ଷା ପ୍ରଭାବରେ ଅସହ୍ୟ ଗରମରୁ ତ୍ରାହି ମିଳିଛି ସତ ହେଲେ ବନ୍ଦ ହୋଇନି ବିଜୁଳି ଯନ୍ତ୍ରଣା। ଏବେବି ରାଜ୍ୟର ବିଭିନ୍ନ ସ୍ଥାନରେ ଘନ ଘନ ବିଜୁଳି କଟୁଛି। ଏହା ପ୍ରତିବାଦରେ ଆଜି ସାରା ରାଜ୍ୟରେ କଂଗ୍ରେସ କରିଛି ବିକ୍ଷୋଭ। ଉତ୍ତ୍ୟକ୍ତ କର୍ମୀ ଟାଟା ପାୱାର ଅଫିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ ବି କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଅଡ଼ିଓକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା। ଜନତାଙ୍କ ସୁଖଦୁଃଖ ବୁଝିବା ପାଇଁ 5T ସଚିବ ପାଣ୍ଡିଆନଙ୍କୁ ପଠାଇବା ଏବଂ ତାଙ୍କ ହାତରେ ରେକର୍ଡିଂ ଅଡ଼ିଓ ଜାରି କରିବା ପରେ ତେଜିଲା ରାଜନୀତି। ଅଡ଼ିଓର ସତ୍ୟତାକୁ ନେଇ ବିରୋଧୀ କେବଳ ପ୍ରଶ୍ନ ଉଠାଇନାହାଁନ୍ତି, ମୁଖ୍ୟମନ୍ତ୍ରୀଙ୍କ ଉତ୍ତରଦାୟିତ୍ୱ, ପ୍ରଶାସନିକ ଅଧିକାରୀଙ୍କ ଲକ୍ଷ୍ମଣରେଖା କଥା କହି ନିଶାନା କରିଛନ୍ତି।
ଫାଇଭ୍ ଟି ସଚିବ ଭି.କେ. ପାଣ୍ଡିଆନଙ୍କ ନାଁରେ ଗୁରୁତର ଅଭିଯୋଗ। ଆଇଏଏସ୍ କ୍ୟାଡର ନିୟମର କରୁଛନ୍ତି ଖୋଲାଖୋଲି ଉଲ୍ଲଂଘନ। ବାରମ୍ବାର ଆଇନ ଉଲ୍ଲ୍ଂଘନ ନେଇ ଡିଓପିଟିରେ କଂପ୍ଳେନ୍। ମୁଖ୍ୟ ସଚିବଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ମନ୍ତ୍ରାଳୟର ନିର୍ଦ୍ଦେଶ।
କଟକ ମହାନଗର ନିଗମରେ କେମିତି ଚାଲିଛି ଦୁର୍ନୀତି, ଏଇ ଭିଡିଓଟି ଦେଖିଲେ ବୁଝିଯିବେ । ମେୟର୍ ହାତ ଯୋଡୁଛନ୍ତି
କେନ୍ଦ୍ର ନିକଟରେ ଏଇ ସବୁ ଅଭିଯୋଗ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଏହା ପରେ 5ଟି ସଚିବଙ୍କ ବିରୋଧରେ ଆକ୍ସନ ନେବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର
ଶହେ ଉପରେ ଟମାଟୋ ଦର। କଟକ ରେ ଟମାଟୋ କିଲୋ ପିଛା ଶହେରୁ ୧୨୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ବାଲେଶ୍ୱର ରେ କେଜି ପ୍ରତି ଶହେ ଟଙ୍କା ରହିଛି ଟମାଟୋ ଦର। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ରେ ମଧ୍ୟ ବିଭିନ୍ନ ବଜାରରେ ଟମାଟୋ କେଜି ଶହେ ଟଙ୍କାରେ ବିକ୍ରି ହେଉଛି।
ଦୁଇ ଦିନ ହେଲା ଉପାସରେ ପ୍ରଭୁ ଗୋପାଳଜୀଉ । ସାକ୍ଷୀଗୋପାଳର ଗୋପାଳଜୀଉ ମନ୍ଦିରର ନୀତିକାନ୍ତି ଗତକାଲିଠାରୁ ବନ୍ଦ ରଖିଛନ୍ତି ମନ୍ଦିରର ସେବାୟତ। ଏଥିସହିତ ସିଂହଦ୍ୱାରକୁ ମଧ୍ୟ ବନ୍ଦ ରଖିଛନ୍ତି । ମନ୍ଦିରର ସେବାୟତଙ୍କ ପାଇଁ ଉଦ୍ଦିଷ୍ଟ ଶ୍ମଶାନ ଜମିରେ ଥିବା ନିର୍ମାଣ ଭଙ୍ଗାକୁ ବିରୋଧ କରି ନୀତିକାନ୍ତି ବନ୍ଦ ରଖିଛନ୍ତି ସେବାୟତ ।
ପୁଣି ବିଶ୍ୱକପ୍ରେ ସାମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ଭାରତ-ପାକିସ୍ତାନ । ବିଶ୍ୱକପ୍ ୨୦୨୩ ପାଇଁ ଜାରି ହୋଇଛି କାର୍ଯ୍ୟସୂଚୀ । ଅକ୍ଟୋବର ୧୫ରେ ଖେଳାଯିବ ଏହି ହାଇଭୋଲଟେଜ୍ ମ୍ୟାଚ୍ । ଅହମ୍ମଦାବାଦରେ ପାକିସ୍ତାନକୁ ଭେଟିବ ଭାରତ । ଅକ୍ଟୋବର ୫ରୁ ବିଶ୍ବକପ୍ କ୍ରିକେଟ ଆରମ୍ଭ ହେବ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଅହମ୍ମଦାବାଦରେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଅକ୍ଟୋବର ୮ରେ ଚେନ୍ନାଇରେ ପ୍ରଥମ ମ୍ୟାଚ ଖେଳିବ ଭାରତ । ପ୍ରଥମ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ଭେଟିବ । ପାକିସ୍ତାନ ଟିମ୍ ଭାରତ ଆସିବା ନେଇ ଅନିଶ୍ଚିତତା ରହିଛି ।
ଅଡ଼ୁଆରେ 5T ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ! ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ସାରା ରାଜ୍ୟରେ ବୁଲିବା ପରେ ବିରୋଧୀଙ୍କ ଟାର୍ଗେଟ୍ରେ ଥିଲେ ସଚିବ । ଆଉ ଏବେ ଏହା ଉଗ୍ର ରୂପ ନେବାରେ ଲାଗିଛି । ଅପରାଜିତାଙ୍କ ପ୍ରେସ୍ମିଟ୍ ପରେ ସାରା ରାଜ୍ୟରେ ସଚିବଙ୍କ ବିରୋଧରେ ଗୁଞ୍ଜରଣ ଆରମ୍ଭ ହୋଇଥିଲା । ଧିରେ ଧିରେ ସମସ୍ତେ ମୁହଁ ଖୋଲିଥିଲେ । କଂଗ୍ରେସ ବି ବ୍ୟାକ୍ ଟୁ ବ୍ୟାକ୍ ଆଟାକ୍ କରିଥିଲା ବିଜେଡି ଓ 5T ସଚିବଙ୍କୁ । ଅପରାଜିତାଙ୍କ ପରେ ବିଜେପିର ଅନ୍ୟ ବରିଷ୍ଠ ନେତା ବି ଆଟାକିଂ ମୋଡ୍କୁ ଆସିଥିଲେ । ଆଉ ଏବେ ଏହାର ପ୍ରଭାବ ଦେଖିବାକୁ ମିଳିଛି ।
ଆସନ୍ତାକାଲି ଶ୍ରୀଜୀଉଙ୍କ ବାହୁଡ଼ାଯାତ୍ରା। ଏନେଇ ବ୍ୟାପକ ପ୍ରସ୍ତୁତି ହୋଇଛି । ଏପଟେ ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂରତୀଙ୍କୁ ସପରିବାର ଦର୍ଶନ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଗଜପତି ଦିବ୍ୟସିଂହ ଦେବଙ୍କ ସହ ମହାରାଣୀ ଲୀଳାବତୀ ପାଟ ମହାଦେଇ ଓ ତାଙ୍କ ପରିବାର ସଦସ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଆସନ୍ତାକାଲି ବାହୁଡ଼ାରେ ରଥଉପରେ ଗଜପତି ମହାରାଜାଙ୍କ ଛେରାପହଁରା ନୀତି ରହିଛି।
ପତ୍ନୀଙ୍କୁ ହତ୍ୟା ମାମଲାରେ ପୂର୍ବତନ ଗୁଣପୁର ବିଧାୟକ ରାମମୂର୍ତ୍ତି ଗମାଙ୍ଗକୁ ଆଜୀବନ ସଜା। ଗର୍ଭବତୀ ପତ୍ନୀକୁ ହତ୍ୟା ଅଭିଯୋଗରେ ଦଫା ୩୦୨ରେ ଆଜୀବନ ସଜା ସହ ୫୦ ହଜାର ଫାଇନ ମଧ୍ୟ କରାଯାଇଛି । ଜରିମାନା ଅନାଦେୟ ହେଲେ ୬ ମାସ ଅଧିକ ସଜା ନେଇ ନିର୍ଦ୍ଦେଶ ରହିଛି । ପ୍ରମାଣ ନଷ୍ଟ ଅଭିଯୋଗରେ ୩ ବର୍ଷ ସଜା ସହ ୧୦ ହଜାର ଫାଇନ ମଧ୍ୟ ହୋଇଛି। ଏହି ଜରିମାନା ଅନାଦେୟ ହେଲେ ପୁଣି ୩ ମାସ ସଜା ନିର୍ଦ୍ଦେଶ ରହିଛି।
ପୋଖରୀ ନଥାଇ ଗୋଚର ଜମିକୁ ପୋଖରୀ ଦର୍ଶାଇ, ପୋଖରୀ ପୁନରୁଦ୍ଧାର ଟଙ୍କା ଚଳୁ.. ବାଃ ବାଃରେ ଦୁର୍ନୀତି.. କିଏ କେମିତି ଟଙ୍କା ମଞ୍ଜୁର କଲା ?
ମୁଖ୍ୟମନ୍ତ୍ରୀ ନିଜେ ଉଦଘାଟନ କରିଥିଲେ.. ୟା ଭିତରେ ବିତିଗଲାଣି ସାତ ବର୍ଷ.. ଆଉ କେବେ କାର୍ଯ୍ୟକାରୀ ହେବ ନୂଆ ବସଷ୍ଟାଣ୍ଡ ?
ଲୋକେ ନାକ ଟେକି ଚାଲିଯାଆନ୍ତି.. ହେଲେ ଏମାନଙ୍କ ପାଇଁ ଏହା ରୋଜଗାରର ମାଧ୍ୟମ.. ମାତ୍ର ଟଙ୍କା ୫୦୦ ପାଇଁ ଜୀବନକୁ ବାଜି ଲଗାଇ ନାଳରେ ପଶି ପଙ୍କ କାଢୁଛନ୍ତି ସଫେଇ କର୍ମଚାରୀ, ତାପୁଣି କୌଣସି ସୁରକ୍ଷା କିଟ୍ ବିନା.. ଅଘଟଣ ଘଟିଲେ କିଏ ଦାୟୀ ?