ଅଧ୍ୟାଦେଶ ନେଇ ଆଇନ ବିଭାଗ ଗେଜେଟ ନୋଟିଫିକେସନ ଜାରି କରିଛି। ସବୁ ନୂଆ ଓ ପୁରୁଣା ଆପାର୍ଟମେଣ୍ଟ ପାଇଁ ଲାଗୁ ହେବ ଏହି ଅଧ୍ୟାଦେଶ। ଏହା ଉଭୟ ଫ୍ରି’ ଓ ଲିଜ୍ ହୋଲ୍ଡ ଜମିରେ ନିର୍ମିତ ଆପାର୍ଟମେଣ୍ଟ ପାଇଁ ଲାଗୁ ହେବ। ପ୍ରକଳ୍ପର ୫୦% କିମ୍ବା ୭ ଟି ଘର ବୁକ୍ ହୋଇଥିଲେ ଆସୋସିଏସନ ଗଠନ ହୋଇପାରିବ।
ଲଗାତାର ଭାବେ ବଢିଚାଲିଛି ପରିବା ଦର। ବଜାରରୁ ଘର, ଘରଠୁ ହୋଟେଲ ସବୁଠି ପରିବା ଚର୍ଚ୍ଚା। ବର୍ଦ୍ଧିତ ଦର ରେ କେବେ ଲାଗିବ ରୋକ୍ ସେନେଇ ଚିନ୍ତାରେ ଖାଉଟି। ଏପଟେ ଆମଦାନୀ ସ୍ବାଭାବିକ ହୋଇପାରିଲେ ଦରଦାମରେ ପରିବର୍ତ୍ତନ ଆସିବା ନେଇ ଆଶାବାଦୀ ବ୍ୟବସାୟୀ।
କେନ୍ଦ୍ର ସରକାରଙ୍କ ନାନୋ ୟୁରିଆ ଯୋଜନାକୁ ଓଡ଼ିଶାର ବିରୋଧ। ଓଡ଼ିଶାରେ ଏହି ନୂଆ ଟେକ୍ନୋଲୋଜି ଲାଗୁ ହେଲେ ଚାଷୀଙ୍କ ଆୟ ହଠାତ୍ ହ୍ରାସ ହେବ ବୋଲି କହି ରାଜ୍ୟ କୃଷିମନ୍ତ୍ରୀ ଯୁକ୍ତି ବାଢ଼ିଥିବାବେଳେ ବିଜେପି କିନ୍ତୁ ଏହାକୁ ନେଇ ମାରିଛି ତେରଛା ବାଣ ।
ଜଘନ୍ୟ...ବୀଭତ୍ସ...ଭୟଙ୍କର। ଦାଦନ ଖଟିବାକୁ ଯାଇ ମୁମ୍ବାଇରେ ହାତ ହରାଇଲେ ଓଡ଼ିଆ ଶ୍ରମିକ। କନ୍ଧମାଳର ଜଣେ ଯୁବକଙ୍କୁ ନିର୍ମମ ଭାବେ ଦୁର୍ବୃତ୍ତ ଆକ୍ରମଣ କରି ହାତ କାଟିଦେଇଛନ୍ତି । ଫଳରେ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିଲେ ବି ଆଜୀବନ ପଙ୍ଗୁ ହୋଇଯାଇଛନ୍ତି ଯୁବକ ଜଣକ ।
ଅସହ୍ୟ ହେଲା ଘରୋଇ ଫାଇନାନ୍ସ କମ୍ପାନୀର ଜୁଲମ: ଋଣ ଟଙ୍କା ଶୀଘ୍ର ପୈଠ ପାଇଁ ଜୁଲମ୍ ସହି ନପାରି ପୁରୀ ଅଁଳାଯୋଡ଼ି ଗାଁରେ ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା, ବିଡିଓ କହିଲେ ଘଟଣାର ତଦନ୍ତ କରି ଜିଲ୍ଲା ପ୍ରଶାସନକୁ ଜଣାଇବୁ...
ଜୁଲାଇ ୬ରେ ନଡ୍ଡାଙ୍କ ସହ ୨୪ ଷ୍ଟ୍ରାଟେଜି ତିଆରି କରିବେ ଶାହ...ଯୋଗଦେବ ମନମୋହନ ଓ ବଂଶଲ...ବିଜେଡି-କଂଗ୍ରେସ କହିଲେ, କିଛି ପ୍ରଭାବ ପଡ଼ିବନି..
ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ ସହ ଆଜି ସାରା ଓଡ଼ିଶାରେ ପାଳିତ ହୋଇଛି ରସଗୋଲା ଦିବସ। ଜିଆଇ ଟ୍ୟାଗ୍ ମିଳିବା ପରେ ରସଗୋଲା ଆମର କହି ଗର୍ବ କରୁଛି ପ୍ରତିଟି ଓଡ଼ିଆ । ହେଲେ ଦୁଃଖର ବିଷୟ ହେଉଛି ଯେ, ପଶ୍ଚିମବଙ୍ଗ ସହ ବର୍ଷ ଧରି ଲଢ଼ି ଜିଆଇ ମାନ୍ୟତା ପାଇବା ପରେ ବି ସରକାରୀ ସ୍ତରରେ ରସଗୋଲାର ଯେଭଳି ପ୍ରଚାର ପ୍ରସାର ହେବା କଥା, ତାହା ଆଦୌ ଦେଖିବାକୁ ମିଳୁନି ।
କେବଳ ଭୁବନେଶ୍ୱରରେ ୮୦ରୁ ଅଧିକ ଆକ୍ରାନ୍ତ । ହଟସ୍ପଟ ପାଲଟିଛି ରାଜଧାନୀର ସାଲିଆସାହି ।
ସିଗନାଲିଂ ଓ ଟେଲି କମ୍ୟୁନିକେସନ୍ ବିଭାଗରେ ଷ୍ଟାଫ୍ଙ୍କ ତ୍ରୁଟି । ରେଲୱେ ସେଫ୍ଟି କମିଶନଙ୍କ ରିପୋର୍ଟକୁ ନେଇ ଚର୍ଚ୍ଚା ।
ସମସ୍ତଙ୍କ ବିରୋଧରେ NBW ଜାରି କଲେ ପାରଳାଖେମୁଣ୍ଡି କୋର୍ଟ । ସୌମ୍ୟଙ୍କ ପରିବାର କହିଲେ, ଆମକୁ କୋର୍ଟରୁ ହିଁ ନ୍ୟାୟ ମିଳିବ ।
ପରିବା ବଜାରରେ ସଙ୍ଗୀନ ପରିସ୍ଥିତି । ଚିନ୍ତା ବଢ଼ାଉଛି ହୁ ହୁ ବଢ଼ିଚାଲିଥିବା ପରିବା ଦର ।
କେନାଲକୁ ପୋତି ତାହା ଉପରେ କୋଠା ତିଆରି କରାଯାଉଛି। ରାତାରାତି ବଦଳି ଯାଉଛି ଜମିର କିସମ। ଚାଷୀ ବାରମ୍ବାର ଅଭିଯୋଗ କଲାପରେ ବି ଶୁଣୁନି ପ୍ରଶାସନ।
ଯେଉଁ ହାତ ପ୍ରଭୁ ଜଗନ୍ନାଥଙ୍କ ବସ୍ତ୍ର ପରିବର୍ତ୍ତନ କରୁଥିଲା ଏବଂ ନବଯୌବନ ବେଳେ ଚିତ୍ର ଅଙ୍କୁଥିଲା ସେହି ଚିତ୍ରକରଙ୍କୁ ଘାରିଛି ଭୋକର ଚିନ୍ତା। ପୁଅର ଅକସ୍ମାତ ବିୟୋଗ ପରେ ପରିଣତି ବୟସରେ ମୁଣ୍ଡ ଉପରେ ଏବେ ପରିବାର ବୋଝ। ହେଲେ ମୃତ୍ୟୁ ପୂର୍ବେ ଦୁଇ ନାତୁଣୀଙ୍କ ଭବିଷ୍ୟତ ଗଢିବାକୁ ସ୍ୱପ୍ନ ଦେଖୁଛନ୍ତି ସୁରେନ୍ଦ୍ର ମହାପାତ୍ର।
କାଳିଆ ଠାକୁରଙ୍କ ରଙ୍ଗିଲା ଭକ୍ତ । ରଥଯାତ୍ରାରେ ହେଲା ଆଇଟମ୍ ନାଚ। ଟାର୍ଗେଟ୍ ଦେଖି ନନା ଫିଙ୍କିଲେ କଦଳୀ ଭୋଗ।
ଝଡାଫୁଙ୍କାରେ ଚାଲିଛି ହାଡ ଭଙ୍ଗା ଚିକିତ୍ସା । ଡାକ୍ତର ବଦଳରେ ଦିସାରୀକୁ ଲୋକେ କରୁଛନ୍ତି ଅଧିକ ଭରସା ।
ହସ୍ପିଟାଲରେ ପଚୁଛି ଶବ, ନିଜ ଲୋକଙ୍କୁ ପାଉନାହାନ୍ତି ପରିବାର । ୨୯ ଦିନ ପରେ ବାହାନଗା ଟ୍ରେନ ଟ୍ରାଜେଡିର ଆଉ ୨୯ ମୃତକଙ୍କ ପରିଚୟ ମିଳିଛି । କିନ୍ତୁ ଏବେ ବି ଅନେକ ଲୋକ ନିଜ ନିଜ ସମ୍ପର୍କୀୟଙ୍କୁ ହସ୍ପିଟାଲରେ ଖୋଜୁଛନ୍ତି।
ପନିପରିବା ଦର ଆକାଶ ଛୁଆଁ ହେବା ପାଇଁ ଚିନ୍ତାରେ ଖାଉଟି । କାଲି ଯେଉଁଠି ୮୦ରୁ ଶହେ ଟଙ୍କା ଭିତରେ ଟମାଟୋ ବିକ୍ରି ହେଉଥିଲେ, ସ୍ଥାନେ ସ୍ଥାନେ ଆଜି ତାହା ୧୨୦ ଛୁଇଁଛି। କେବଳ ଟମାଟୋ ନୁହେଁ, ଅନ୍ୟ ସବୁ ପନିପରିବା ଦର ବି ୮୦ ଉପରେ।
ବିରୋଧୀଙ୍କ ଷଣ୍ଢୁଆସୀ ଆକ୍ରମଣ ପରେ 5T ସଚିବଙ୍କ ପାଇଁ ବିଜେଡି ଢାଲ ସାଜିବାକୁ ନେଇ ତେଜିଲା ରାଜନୀତି। ପ୍ରସଙ୍ଗରେ ଆଜି ବିଜେପି ପୁଣି ହମଲା କରି ଓଡ଼ିଶା ସରକାର ମୁଣ୍ଡବିହୀନ ହୋଇଯାଇଛି ବୋଲି ଅଭିଯୋଗ କରିଥିଲା ବେଳେ କଂଗ୍ରେସ ବି ତୀବ୍ର କଟାକ୍ଷ କରିଛି। ଏସବୁ ଭିତରେ ବିଜେଡି ସାଂସଦ ଭର୍ତ୍ତୃହରିଙ୍କ ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।
ମହାପ୍ରଭୁଙ୍କ ରତ୍ନଭଣ୍ଡାରର ସ୍ଥିତି ଓ ସୁରକ୍ଷାକୁ ନେଇ ନାନା ଆଶଙ୍କା, ନାନା ଉଦବେଗ। ରତ୍ନଭଣ୍ଡାର ଖୋଲି ଶ୍ରୀଜୀଉଙ୍କ ଅଳଙ୍କାର ସହ ଆଭୂଷଣର ସ୍ଥିତି ଯାଞ୍ଚ କରିବାକୁ ଦାବି ଉଠୁଥିଲେ ବି କାହିଁକି ଓ କେଉଁ ଉଦ୍ଦେଶ୍ୟ ରଖି ନୀରବ ରହୁଛନ୍ତି ରାଜ୍ୟ ସରକାର ? ସେନେଇ ନାନା ପ୍ରଶ୍ନ ଛିଡ଼ା ହୋଇଛି।
ବାହାନଗା ଟ୍ରେନ୍ ଟ୍ରାଜେଡିର ୨୯ ଦିନ ପରେ ୨୯ଟି ମୃତଦେହର ମିଳିଲା ପରିଚୟ । ଏମ୍ସରେ ସଂରକ୍ଷିତ ଥିବା ୮୧ ମୃତଦେହ ଭିତରୁ ପ୍ରଥମ ପର୍ଯ୍ୟାୟରେ ୨୯ଟିର ଡିଏନ୍ଏ ମ୍ୟାଚିଂ ରିପୋର୍ଟ ମିଳିବା ପରେ ସେମାନଙ୍କ ମୃତଦେହ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ସେପଟେ ଆଉ ୫୨ଟି ମୃତଦେହର ଚିହ୍ନଟ ନେଇ ଡିଏନଏ ରିପୋର୍ଟ ଆସିନଥିବାରୁ ମରଶରୀର ପାଇଁ ଏବେ ବି ଅପେକ୍ଷା କରିଛନ୍ତି ନିକଟ ସମ୍ପର୍କୀୟ।
କରୋନା ମହାମାରୀ ବେଳେ ଓଟିଭି ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏକ ଖବରକୁ ନେଇ ଓଟିଭି ଇନପୁଟ ଏଡିଟରଙ୍କ ବିରୋଧରେ ଦାଏର ଅପରାଧିକ ମାମଲା ହାଇକୋର୍ଟରେ ଖାରଜ। ଏଭଳି ମାମଲା ପ୍ରେସ୍ ସ୍ବାଧିନତା ଉପରେ ନକାରାତ୍ମକ ପ୍ରଭାବ ପକାଇବ କହିଛନ୍ତି ହାଇକୋର୍ଟ । ଏପଟେ ହାଇକୋର୍ଟଙ୍କ ଏ ନିଷ୍ପତ୍ତିକୁ ଗଣମାଧ୍ୟମର ବିଜୟ ବୋଲି ମତ ରଖିଛନ୍ତି ବରିଷ୍ଠ ସାମ୍ବାଦିକ।
ଯୋଡ଼ା ହେଲା କଟା ହାତ। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। କଟକ SCB ମେଡିକାଲ୍ରେ ଏହି ସଫଳ ଅପରେସନ୍ ହୋଇଛି। ରଥଯାତ୍ରା ବେଳେ ରେଲ୍ୱେ ଷ୍ଟେସନରୁ ଘରକୁ ଫେରୁଥିବା ବେଳେ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଥିଲେ। ଏପରିକି ଯୁବକଙ୍କ ହାତକୁ ହାଣି ଦେଇଥିଲେ।
ଇଏ ବିଶ୍ୱାସର କଥା । ଆଜିକା ସମୟରେ ବି ଲୋକମାନେ ଡାକ୍ତରଖାନା ଯାଉନାହାନ୍ତି ବରଂ ଚେରମୂଳି ଉପରେ ନିର୍ଭର କରୁଛନ୍ତି । ହେଲେ ସେଇଠି ଭଲ ହେଲେ ନାହିଁ...ବରଂ ଏଇଠି ଚେରମୂଳି ଖାଇବା ପରେ ଭଲ ହେଉଥିବା କୁହାଯାଉଛି । ମାଲକାନଗିରିରୁ ଆସିଛି ଏମିତି ଦୃଶ୍ୟ
ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ ପକ୍ଷରୁ ପ୍ରଫେସର ଘନଶ୍ୟାମ ଦାଶ ବୃତ୍ତି ପାଇଁ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି । ଇଞ୍ଜିନିଅରିଂ, ମେଡିସିନ୍ ଏବଂ ଉଦାରବାଦୀ କଳା କ୍ଷେତ୍ରରେ ପେସାଦାର ଡିଗ୍ରୀ ହାସଲ କରିବା ପାଇଁ ପ୍ରତିବର୍ଷ ୬ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି ପ୍ରଦାନ କରାଯାଏ । ଏହି ବୃତ୍ତି ଅନ୍ତର୍ଗତ ଏକାଡେମିକ୍ ଫି’ର ୯୦ ପ୍ରତିଶତ ଓ ୪ ବର୍ଷ ମଧ୍ୟରେ ହେବାକୁ ଥିବା ଅନ୍ୟ ଖର୍ଚ୍ଚକୁ ମିଶାଇ ପ୍ରତି ବୃତ୍ତିଧାରୀଙ୍କୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଏ ।
ଦଳ କେମିତି ମଜବୁତ ହେବ ସେନେଇ ରଣନୀତି ପ୍ରସ୍ତୁତ ହେଉଛି । ୩୧୪ ବ୍ଲକରେ କର୍ମୀ ଓ ନେତାଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯିବ । ବିଜେପି ଓ ବିଜେଡ଼ିର ଅସଫଳତା ସମ୍ପର୍କରେ କୁହାଯିବ : ପିସିସି ସଭାପତି