ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି । ଜଷ୍ଟିସ୍ ତାଳପତ୍ରଙ୍କ ନାଁ ସୁପାରିସ୍ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ । ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଅଛନ୍ତି ଜଷ୍ଟିସ୍ ତାଳପତ୍ର । ବର୍ତ୍ତମାନ ହାଇକୋର୍ଟ ମୁଖ୍ୟ ବିଚାରପତି ଥିବା ଏସ୍. ମୁରଲୀଧର ଆସନ୍ତା ମାସରେ ଅବସର ନେବେ ।
ଗ୍ରାହକଙ୍କ ଲାଗି ଖୁସି ଖବର। ଏଣିକି ସାରାରାତି ଖୋଲା ରହିବ ରେଷ୍ଟୁରାଣ୍ଟ...ଯିଏ ଯେତେବେଳେ ଚାହିଁବେ ସିଏ ସେତେବେଳେ ଖାଇ ପାରିବେ, ଜାଣନ୍ତୁ କେଉଁଠି...
ସ୍ୱାମୀ ବଞ୍ଚିଥିବା ବେଳେ ଯାହା ଯେମିତି ପରିବାର ଚଳୁଥିଲା । କରୋନା ହେଲା କାଳ...ସ୍ୱାମୀ ଚାଲିଯିବା ପରେ ୩ ପିଲାଙ୍କ ପେଟରେ ଦାନା ଦେବାକୁ ଛେଳି ଚରାଉଛି ମାଆ। ବାରମ୍ବାର ଗୁହାରି କରିବା ପରେ ବି ମିଳୁନି ସରକାରୀ ସହାୟତା
ପ୍ରକାଶ ପାଇଲା ଚଳିତ ବର୍ଷର +୨ ପ୍ରଥମ କଟ୍ଅଫ୍ ମାର୍କ । କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଜୁନିଅର କଲେଜ ଆଗରେ ରହିଛି । ରେଭେନ୍ସାରେ କଳାରେ ୮୦%, ବିଜ୍ଞାନରେ ୯୧.୬୭ କଟ୍ଅଫ୍ ମାର୍କ ରଖିଛନ୍ତି । ବାଣିଜ୍ୟରେ ୭୯.୨୦% କଟ୍ଅଫ୍ ସହ ରେଭେନ୍ସା ସବୁଠୁ ଆଗରେ ରହିଛି।
ଇଏ କେମିତିକା ସ୍ୱାସ୍ଥ୍ୟସେବା ? ମାସେ କି ବର୍ଷେ ନୁହେଁ ବରଂ ୨୯ ବର୍ଷ ହେଲାଣି ଝୁଲିଲାଣି ତାଲା । ସମସ୍ତେ ଦେଖୁଛନ୍ତି ହେଲେ ସତେ ଯେମିତି ଆଖିବୁଜି ଦେଇଛନ୍ତି...
ଏ ଲୋକଗୁଡ଼ା କିଛି ବୁଝନ୍ତିନି...ଦେଖୁନୁ...ବବି ଭାଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରୁ କରୁ ଇଏ କେମିତି ତାଙ୍କ ବେକରେ ଆଣି ଗେଣ୍ଡୁ ମାଳ ପକାଇ ଦେଲେଣି। ସିଏ କୋଉ କମ୍ ଚାଲାକ୍ ? ସଙ୍ଗେ ସଙ୍ଗେ ମାଳକୁ ବେକରୁ କାଢ଼ି ଦେଲେ...
ବୈଷୟିକ ଶିକ୍ଷାରେ ନାମ ଲେଖାଇବାକୁ ପରୀକ୍ଷା ଦେଲେ। ରାଙ୍କ୍ ବି ପାଇଲେ। ହେଲେ ମାସେ ପରେ ବି ଆଡମିଶନ୍ ହୋଇନି। ଅସନ୍ତୋଷ ପ୍ରବଳ ତେଜିବାରୁ ଓଜେଇଇ ପକ୍ଷରୁ ଆସନ୍ତାକାଲି ଠାରୁ କାଉନସେଲିଂ ଆରମ୍ଭ କରାଯାଉଛି।
ଦକ୍ଷିଣ ଭାରତର ସବୁ ପ୍ରମୁଖ ମନ୍ଦିରରେ ନିୟମ ଅଛି, ହେଲେ ଶ୍ରୀମନ୍ଦିରରେ କାହିଁକି ଲାଗୁ ହେଉନି ଡ୍ରେସକୋଡ୍। ଭକ୍ତଙ୍କ ଏକାଗ୍ରତା ଓ ଜଗନ୍ନାଥ ସଂସ୍କୃତିର ମହାନତା ଦୃଷ୍ଟିରୁ କାଳିଆ ଦର୍ଶନପାଇଁ ଆସୁଥିବା ଭକ୍ତଙ୍କ ପାଇଁ ଡ୍ରେସକୋଡ୍ ବ୍ୟବସ୍ଥା ଲାଗୁ କରିବାକୁ ଦାବି ଉଠାଇଛି ଦଇତାପତି ନିଯୋଗ। ଯାହାକୁ ଭକ୍ତ ଓ ସେବକ ସମର୍ଥନ କରିଥିବାବେଳେ ଶ୍ରୀମନ୍ଦିର ପରିଚାଳନା କମିଟିର ମୋହର ବାଜିଲେ ହିଁ ଏହା ଲାଗୁ ହୋଇପାରିବ ବୋଲି ମତ ରଖିଛନ୍ତି ନୀତି ପ୍ରଶାସକ।
ସମସ୍ୟା ଭିତରେ ବୁଡ଼ି ରହିଛି ବ୍ରହ୍ମପୁରର MKCG ମେଡିକାଲ କଲେଜ୍ ଓ ହସ୍ପିଟାଲ । ଦକ୍ଷିଣ ଓଡ଼ିଶାର ସବୁଠୁ ବଡ଼ ଆଉ ନିର୍ଭରଯୋଗ୍ୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଏବେ ୧୭୦ରୁ ଅଧିକ ଡାକ୍ତର ପଦବି ଖାଲି।
ମୁମ୍ବାଇରେ ସିନିୟର ଓ ଜୁନିୟର ପାୱାରଙ୍କ ଶକ୍ତି ପ୍ରଦର୍ଶନ। ନିଜ ନିଜ ସମର୍ଥିତ ବିଧାୟକଙ୍କୁ ମଞ୍ଚରେ ବସାଇ ପରସ୍ପରକୁ ଚ୍ୟାଲେଞ୍ଜ କରିଛନ୍ତି କରିଛନ୍ତି ଶରଦ ଓ ଅଜିତ ପାୱାର। ସେପଟେ ଦଳର ନାଁ ଓ ଚିହ୍ନ ମାମଲା ପହଞ୍ଚିଛି ନିର୍ବାଚନ କମିଶନଙ୍କ ନିକଟରେ।
ଦେଶରେ ୟୁନିଟ୍ ପିଛା ବିଜୁଳିର ହାରାହାରି ମୂଲ୍ୟ ଯେତିକି, ରାଜ୍ୟରେ ସେହି ମୂଲ୍ୟଠୁ ଅଧିକ ୭୯ ପାଇସା ଅଧିକ ଦେଉଛନ୍ତି ଗ୍ରାହକ । ଦେଶର ସମସ୍ତ ୧୧୭ଟି ବିଜୁଳି ବିତରଣ କମ୍ପାନୀ ଗୁଡ଼ିକର ପ୍ରଦର୍ଶନ ଉପରେ କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ଅଧୀନ ପାୱାର ଫାଇନାନ୍ସ କର୍ପୋରେସନ୍ ବା ପିଏଫ୍ସିର ଅଡିଟ୍ ରିପୋର୍ଟରୁ ଏ ତଥ୍ୟ ମିଳିଛି । ବର୍ଷ ୨୦୨୧-୨୨ ପାଇଁ ପିଏଫସିର ଅଡିଟ୍ ରିପୋର୍ଟ ପରେ ଏବେ ରାଜ୍ୟର ବିଜୁଳି ଉପଭୋକ୍ତାଙ୍କଠୁ ନିଆଯାଇଥିବା ଅଧିକ ଟଙ୍କା କେମିତି ଗ୍ରାହକଙ୍କୁ ଫେରାଯିବ, ସେନେଇ ବିଭିନ୍ନ ସଗଂଠନ ପକ୍ଷରୁ ଆରମ୍ଭ ହୋଇଛି ଅଭିଯାନ ।
ମାଇକ୍ରୋ ଫାଇନାନ୍ସ ସଂସ୍ଥାର ଜୁଲମ ପାଇଁ ଆତ୍ମହତ୍ୟା ବଢୁଥିବା ଅଭିଯୋଗ । ରାଜ୍ୟରେ ୭ଦିନରେ ୫ଜଣ ଜୀବନ ହାରିବା ପରେ ଏଭଳି ଅଭିଯୋଗ ଆସିଛି । ମାଇକ୍ରୋ ଫାଇନାନ୍ସ ସଂସ୍ଥା ଗୁଡ଼ିକ ଲୋଭ ଦେଖାଇ ଋଣ ଦେଉଛନ୍ତି ଆଉ ତାପରେ ଆଦାୟ ବେଳକୁ ସବୁ ସୀମା ପାର କରିଯାଉଛନ୍ତି। ଯାହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ।
ରାଜଧାନୀର ପ୍ରତିଷ୍ଠିତ ବ୍ୟାବସାୟିକ ସାମ୍ରାଜ୍ୟ ଡିଏନ୍ ଗ୍ରୁପରେ ପଶିଲା ଆୟକର ବିଭାଗ । ବଡ଼ ଧରଣର ଚଢ଼ାଉରେ ମିଳିଲା ସୁଟକେଶ୍ ସହ ୩ ଟ୍ରଙ୍କର ପ୍ରାୟ ୩୦କୋଟି ଟଙ୍କା
ଓଡ଼ିଶାରେ କ୍ଷମତା ଦଖଲ ପାଇଁ ଗୌହାଟୀରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛି ବିଜେପି । ୨୦୨୪ରେ କେନ୍ଦ୍ରରେ ମୋଦି ଓ ରାଜ୍ୟରେ ବିଜେପି ସରକାର ଗଠନ ପାଇଁ ଆସନ୍ତାକାଲି ପୂର୍ବାଂଚଳ ରାଜ୍ୟଗୁଡିକୁ ନେଇ ବସିବ ବଡ଼ ବୈଠକ
ରାଜା ସୋମନାଥ ସିଂ ଜଗଦେବଙ୍କ ପ୍ରତିମୂର୍ତ୍ତିକୁ ଅପମାନ। ଶୌର୍ଯ୍ୟର ପ୍ରତୀକ ଖଣ୍ଡାକୁ କେହି ନେଇଯାଇଥିବା ଅଭିଯୋଗ । ଅନୁଗୋଳ ପୌରପାଳିକା କାର୍ଯ୍ୟାଳୟ ସାମ୍ନାରେ ଏହି ପ୍ରତିମୂର୍ତ୍ତି ଥିଲେ ବି କାହାରି ନଜର ନାହିଁ।
5T ସଚିବଙ୍କ ଗସ୍ତବେଳେ ବୌଦ୍ଧ ସହରରେ ପ୍ରଶାସନ ଅଣ୍ଡା ଦୋକାନ ବନ୍ଦ କରିଥିବା ଅଭିଯୋଗ । 'ପର୍ବପର୍ବାଣିରେ ଅଣ୍ଡା ଦୋକାନ ବନ୍ଦ ହେଉନାହିଁ ହେଲେ 5T ସଚିବଙ୍କ ଗସ୍ତବେଳେ ଅଣ୍ଡା ଦୋକାନ ବନ୍ଦ ହୋଇଛି। ଜୀବନ ଜୀବିକା ଉପରେ ପ୍ରଭାବ ପଡୁଛି ।' - ଅଣ୍ଡା ବ୍ୟବସାୟୀ
ଦରଦାମର ମାୟାଜାଲ ଭିତରେ ଛନ୍ଦି ହୋଇ ତ୍ରାହି ତ୍ରାହି ଡାକୁଥିବା ଜନତାଙ୍କୁ ମିଳିବ ଆଶସ୍ତି । ଆଶାତୀତ ଭାବରେ କମ୍ ହୋଇଯିବ କନ୍ଦାଉଥିବା ପେଟ୍ରୋଲ ଦର । ମାତ୍ର ୧୫ ଟଙ୍କାରେ ବିକ୍ରି ହେବ ପେଟ୍ରୋଲ । ଏକଥା ଆମେ କହୁନୁ, ଖୋଦ୍ କେନ୍ଦ୍ରମନ୍ତ୍ରୀ କହିଛନ୍ତି । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଉଦୟପୁର ବିଭାଗର ପ୍ରତାପଗଡ ଜିଲ୍ଲାରେ ଏକ ସାଧାରଣ ସଭାରେ ଏପରି କହିଛନ୍ତି । ସେଠାରେ ସେ ୫୬୦୦ କୋଟି ଟଙ୍କା ମୂଲ୍ୟର ଏକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇଥିଲେ ।
ନିର୍ବାଚନରେ ବିଜୟୀ ହେବା ପାଇଁ, ବିଜେପି ଗୌହଟିରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି । ବୈଠକ ପରେ ଏହା ସ୍ପଷ୍ଟ ହେବ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକମୋହନ ଚରଣ ମାଝୀ....
ଭିଜିଲାନ୍ସ ଜାଲରେ ଆରଆଇ । ଲାଞ୍ଚ ନେବାବେଳେ ଧରାପଡ଼ିଲେ ମାଲକାନଗିରି ସିନ୍ଦ୍ରିମାଳ ଆରଆଇ ସୀମାଞ୍ଚଳ ସାହୁ । ଜଣେ ହିତାଧିକାରୀଙ୍କଠାରୁ ୨୫ ହଜାର ଟଙ୍କା ନେଉଥିବାବେଳେ ଧରିଲା ଭିଜିଲାନ୍ସ ....
ସମ୍ବଲପୁର ବିଶ୍ୱବିଦ୍ୟାଳୟର ଫୁଡ୍ ଓ ନ୍ୟୁଟ୍ରିସନ ଏବଂ ଜିଲ୍ଲା ବନବିଭାଗ ସହଯୋଗରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ୪ ଦିନିଆ କର୍ମଶାଳା । ଏଥିରେ ଖାଦ୍ୟ ପ୍ରସ୍ତୁତି ନେଇ ପ୍ରଶିକ୍ଷଣ ଦିଆଯାଇଥିଲା । ଏଥିରେ ମହୁଲ, ସଜନା ପତ୍ର ଓ ଆମ୍ବରୁ ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରିବାର କଳା କୌଶଳ ଶିକ୍ଷା ଦିଆଯାଇଥିଲା । ଜିଲ୍ଲାର ଗ୍ରାମାଞ୍ଚଳରୁ ମହିଳାମାନେ ଏଥିରେ ସାମିଲ ହୋଇଥିଲେ...
ବୌଦ ଗସ୍ତରେ ଯାଇଥିବା 5T ସଚିବ ଭି.କେ. ପାଣ୍ଡିଆନଙ୍କୁ ବିରୋଧ । କଚେରୀ ଛକ ନିକଟରେ ବିରୋଧୀଙ୍କ ପକ୍ଷରୁ ତାଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଥିବା ସୂଚନା ମିଳିଛି । ଫଳରେ ତାଙ୍କ ଗାଡିରେ ଚିହ୍ନ ଥିବା ଦେଖିବାକୁ ମିଳିଛି । ବିରୋଧୀ ପକ୍ଷରୁ ଜଣେ କର୍ମୀଙ୍କୁ ଉଠାଇ ନେଇ ପୋଲିସ ପଚରାଉଚରା କରୁଛି ।
ହାର୍ ମାନିଛି ବୟସ । ୫୦ ବର୍ଷୀୟ ଷ୍ଟଣ୍ଟମ୍ୟାନ ପ୍ରଶାନ୍ତ । ଦୁଇ ଆଙ୍ଗୁଠି ସାହାଯ୍ୟରେ ୪୫ ସେକେଣ୍ଡରେ ୫୨ ଥର ପୁସଅପ୍ କରି ଚର୍ଚ୍ଚାରେ..
ଉପହାର ଦେଖି ସାର୍ କାବା । ବିଦ୍ୟାଳୟରୁ ବିଦାୟ ନେଲେ ଶିକ୍ଷକ, ସୁନା ମୁଦି, ବାଇକ୍ ଉପହାର ଦେଲେ ଛାତ୍ରଛାତ୍ରୀ..
ଖେଳକୁଦ ବୟସରେ ପରଘରେ ମୂଲ ଲାଗୁଛି ଝିଅ । ମାସେ ହେଲାଣି ନିଖୋଜ ବାପା । ଖୋଜି ଖୋଜି ନିରାଶ ଭାଇଭଉଣୀ..