ବୁର୍ଲାରେ ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ପିଟାପିଟି । ‘ୟୁଫୋରିଆ’ ଉତ୍ସବବେଳେ ମୁହାଁମୁହିଁ ଭୀମସାର ଏବଂ ବ୍ରହ୍ମପୁର ଏମକେସିଜି ଛାତ୍ର । ବସ୍ ଭିତରକୁ ଏକ୍ସଟିଂଗୁଇସର୍ ଗ୍ୟାସ୍ ଛାଡ଼ି ଦେବାରୁ ଅନେକ ଛାତ୍ର ଅସୁସ୍ଥ
ଥମୁନି ଜଗନ୍ନାଥଙ୍କ ନାଁରେ ଠକେଇ । ‘ଉତ୍ସବ’ ପରେ ମାତିଛି ‘ଶାଲିଗ୍ରାମ ଶାଳ’ ମୋବାଇଲ୍ ଆପ୍ । ଦିଅଁଙ୍କ ପୂଜା ଓ ବ୍ରାହ୍ମଣ ଭୋଜନ ସେବା ପାଇଁ ଭକ୍ତଙ୍କୁ ଲୁଟ୍ କରୁଥିବା ଅଭିଯୋଗରେ ସିଂହଦ୍ବାର ଥାନାରେ ଏତଲା
ଶୁଭାରମ୍ଭର ମାତ୍ର ୬ ମାସ ନଯାଉଣୁ ରାଉରକେଲାରୁ ବିମାନ ସେବା ବ୍ୟାଘାତ । ଛୋଟ ରନୱେ ଓ ନାଇଟ୍ ଲାଇଟ୍ ଅଭାବରୁ ବିମାନ ଲ୍ୟାଣ୍ଡିଂରେ ସମସ୍ୟା । ନାଗରିକ ସୁରକ୍ଷା କମିଟି ଓ ବଣିକ ସଂଘର ଅସନ୍ତୋଷ
ଫାଇଭ-ଟି ସଚିବଙ୍କ ଗସ୍ତକୁ ନେଇ ତେଜୁଛି ବିରୋଧ । ସୁବର୍ଣ୍ଣପୁରରେ କାରକେଡ୍ ଉପରକୁ ଆପ୍ କର୍ମୀଙ୍କ ଅଣ୍ଡାମାଡ଼, ବିଜେପିର ଧାରଣା । ସିଏମ୍ଓ ଡୋରଷ୍ଟେପରେ ପହଞ୍ଚୁଥିବା କହି ଯୁକ୍ତି ବାଢ଼ିଲା ଶାସକଦଳ
ଭୁଲ୍ ସିଗନାଲିଂ ପାଇଁ ଘଟିଗଲା ଭୟଙ୍କର ବାହାନଗା ଟ୍ରେନ୍ ଟ୍ରାଜେଡି । ରେଲୱେ ସେଫ୍ଟି କମିଶନରଙ୍କ ତଦନ୍ତ ରିପୋର୍ଟରେ ମାନବୀୟ ତ୍ରୁଟିକୁ ଦର୍ଶାଯାଇଛି କାରଣ । ସିଗନାଲିଂ ସହ ଟେଲି କମ୍ୟୁନିକେସନ୍ ବିଭାଗର ତ୍ରୁଟିକୁ ବି ଉଜାଗର କଲା ଇନକ୍ୱାରୀ ତଥ୍ୟ
ପିସି ଲୋଭି ଅଫିସରଙ୍କୁ ପାନେ । ପରିବା ଓ ପ୍ୟାଣ୍ଟ ସାର୍ଟ ଖୋଲି ରାସ୍ତା ନିର୍ମାଣ ପାଇଁ ପ୍ରାଚୀ ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କ ଅଫିସରେ କଂଗ୍ରେସ ନେତା ଓ ହିତାଧିକାରୀଙ୍କ ଅଭିନବ ଦାବି । ୭ ଦିନରେ କାମ ସାରିବାକୁ ହାତଯୋଡ଼ି ଇଂଜିନିୟର ଦେଲେ ପ୍ରତିଶ୍ରୁତି
ବିଜେଡିକୁ ଘାରିଛି କି ‘ମହାରାଷ୍ଟ୍ର’ ଛନକା ! ଏନସିପିରେ ବିଦ୍ରୋହ ପରେ ଶଙ୍ଖ ଦଳରେ ହେବ କି ସେଭଳି ସ୍ଥିତି । ତାରା କହିଲେ ବିଜେପି ଚାହିଁଲେ ଭାଗ ଭାଗ ହେବ ବିଜେଡି, ଉଭୟ ଦଳ ରଖିଲେ ଜବାବ
ଅଫିସ୍ରେ ଛୋଟିଆ କାମ ପାଇଁ ଆଉ ଦରକାର ପଡ଼ିବେନି HR, ଆଗକୁ ସବୁ କାମ କରିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି
ଶ୍ରାବଣ ମାସ ଆରମ୍ଭ । ବାବା ମହାକାଳଙ୍କ ପାଖରେ ପୂଜାର୍ଚ୍ଚନା କଲେ ଶ୍ରଦ୍ଧାଳୁ । ଲାଗି ରହିଛି ଭିଡ ।
ଦୃଢ ଇଚ୍ଛାଶକ୍ତିରେ ସବୁ ଅସମ୍ଭବ ସମ୍ଭବ । କମାଲ କରିଦେଲେ ଆଠଗଡ଼ର ଦିବ୍ୟାଙ୍ଗ ଝିଅ କଳ୍ପନା । ଆଠଗଡ଼ରୁ ଯାଇ ଜର୍ମାନର ବର୍ଲିନରେ ହେଲେ ପଦକ ବିଜେତା ।
ଗଛର ଚିହ୍ନବର୍ଣ୍ଣ ନାହିଁ, ଫଳକ କହୁଛି ଖର୍ଚ୍ଚ ହୋଇଛି ଲକ୍ଷାଧିକ ଟଙ୍କା । ବଡ଼ଚଣାରେ ଚାରା ରୋପଣରେ ଅନିୟମିତତା ଅଭିଯୋଗ ।
ରାମମୟ ହେଉଛି ରାମନଗରୀ ଅଯୋଧ୍ୟା, ଷ୍ଟ୍ରିଟ୍ ଲାଇଟ୍ ବି ରହିବ ଶ୍ରୀରାମଙ୍କ ଝଲକ୍ । ଧନୁତୀର ଡିଜାଇନରେ ଲାଗୁଛି ଲାଇଟ୍ । ସଜେଇ ହେଉଛି, ଅଯୋଧ୍ୟା। ଭକ୍ତଙ୍କ ମନରେ ସୃଷ୍ଟି ହେବ ତ୍ରେତୟା ଯୁଗର ଭ୍ରମ ।
କାହାପାଇଁ ସରକାରୀ ଯୋଜନା। ସ୍ୱାମୀଙ୍କ ମୃତ୍ୟୁର ୩ ବର୍ଷ ପରେ ବି ମିଳୁନି ବିଧବା ଭତ୍ତା ପାଇବାରୁ ବଞ୍ଚିତ ବରଗଡ଼ର ପୁଷ୍ପା ।
ରାଜଧାନୀରେ IPSଙ୍କ ପରିବାର ବି ଅସୁରକ୍ଷିତ । SP ସାଗରିକା ନାଥଙ୍କ ବାପା-ମାଆଙ୍କଠାରୁ ଲୁଟ୍ । ସ୍ମାର୍ଟ ସିଟି ଭୁବନେଶ୍ୱରରେ ସାଧାରଣ ଜନତା ନୁହେଁ, ଖୋଦ୍ ଆଇପିଏସ୍ଙ୍କ ପରିବାର ହୋଇଛନ୍ତି ଲୁଟ୍ର ଶିକାର। ବାଲେଶ୍ୱର ଏସପି ସାଗରିକା ନାଥଙ୍କ ମାଆଙ୍କଠାରୁ ଲୁଟ୍ କରିଛନ୍ତି ଦୁର୍ବୃତ୍ତ ।
ଜୁଲାଇ ୧୩ରେ ଲଞ୍ଚ ହେବ ବହୁ ପ୍ରତିକ୍ଷୀତ ଚନ୍ଦ୍ରୟାନ-୩। ଏଥର ଜହ୍ନ ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ ହେବ କହିଲେ ଇସ୍ରୋ ଚେୟାରମ୍ୟାନ ଏସ୍. ସୋମନାଥ। ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ GSLV-ମାର୍କ ଥ୍ରୀ ରକେଟ୍ ଦ୍ୱାରା କରାଯିବ ଉତକ୍ଷେପଣ।
କୌଣସି ରାସ୍ତା ଦୁର୍ଘଟଣାରେ ଗୁରୁତର ଆହତଙ୍କ ଜୀବନ ବଞ୍ଚାଇବାକୁ ହେଲେ ପ୍ରଥମ ଘଣ୍ଟାଟେ ବା ଗୋଲଡେନ ଆୱାରର ସଦୁପଯୋଗ ନିହାତି ଦରକାର। ଯାହାକୁ କାମରେ ଲଗାଇ ମରଣ ମୁହଁରୁ ଜଣଙ୍କୁ ବଞ୍ଚାଇବାରେ ସଫଳ ହୋଇଛନ୍ତି ଓଲିଉଡ଼ ଅଭିନେତା ସିଦ୍ଧାନ୍ତ ମହାପାତ୍ର। ସେଥିପାଇଁ ତାଙ୍କୁ ଏବେ ଚାରିଆଡୁ ସାଧୁବାଦ ମିଳୁଛି।
ନିର୍ମାଣାଧୀନ କୋଠା, ଅସ୍ୱାସ୍ଥ୍ୟକର ପରିବେଶ। ପୁରୀ ରଥ ଡ୍ୟୁଟିରେ ନିୟୋଜିତ ସୁରକ୍ଷାକର୍ମୀଙ୍କ ପାଇଁ ଅବହେଳିତ ରହଣୀ ବ୍ୟବସ୍ଥାର ଭିଡିଓ ଭାଇରାଲ ପରେ ଉଦବେଗ। ଯବାନଙ୍କ ଆକୋମୋଡେସନ ପାଇଁ କିଏ ବାଛିଥିଲେ ଏଭଳି ସ୍ଥାନ ଉଠିଲା ପ୍ରଶ୍ନ।
ଧାରା ଶ୍ରାବଣରେ ମୌସୁମୀ ଉଭାନ। କେଉଁଠି ଜମିରେ ହଳ ପଶିନି ତ କେଉଁଠି ଧାନ ତଳି ବଞ୍ଚାଇବାକୁ ଚାଷୀର ପ୍ରାଣମୂର୍ଛା ଉଦ୍ୟମ। ଜୁନରୁ ଏଯାଏଁ ସ୍ୱାଭାବିକଠାରୁ ୨୯ ପ୍ରତିଶତ କମ୍ ବୃଷ୍ଟିପାତ। ଘୂର୍ଣ୍ଣିବଳୟ ହେଲେ ୪ରୁ ବର୍ଷା ବଢ଼ିବା ଅନୁମାନ।
ବିଜେଡିକୁ ଟେନସନ୍ ଗୋଷ୍ଠୀ କନ୍ଦଳ। ନବୀନ ନିବାସରେ ବୁଝାସୁଝା, ହେଲେ ଗ୍ରାଉଣ୍ଡରେ ଛକାପଞ୍ଝା। ସମ୍ବଲପୁରରେ ଫାଟ ଜଳଜଳ, ବବିଙ୍କ ଗସ୍ତବେଳେ ବାହାର ନେତାଙ୍କ ସ୍ୱାଗତକୁ ନେଇ ଚର୍ଚ୍ଚା। କବିସୂର୍ଯ୍ୟନଗରରେ ଲତିକାଙ୍କ ବିରୋଧରେ ଅସନ୍ତୁଷ୍ଟଙ୍କ ମେଳି
ଆଜି ଇଣ୍ଟରନାସନାଲ ପ୍ଲାଷ୍ଟିକ ବ୍ୟାଗ୍ ଫ୍ରି ଡେ। ପ୍ଲାଷ୍ଟିକ ବ୍ୟାଗ ମୁକ୍ତ ଦିବସ। ଆଜିର ଦିନରେ କେତେ କଣ କାର୍ଯ୍ୟକ୍ରମ, କେତେ କଣ ଯୋଜନା। ହେଲେ ସତ ଏହା ଯେ, ପ୍ଲାଷ୍ଟିକ ବ୍ୟାଗ୍ ବିନା ମଣିଷ ଯେମିତି ବଂଚିବା କଷ୍ଟକର..
ସୋରୋଡାରେ ସୀମା ଟପିଲା ଶୋଷଣ, ବିନା କାମରେ ଲକ୍ଷ ଲକ୍ଷ ଟଙ୍କା ହଡପ । ଆଖିକୁ କାମ ଦିଶୁନି କିନ୍ତୁ ଲକ୍ଷ ଲକ୍ଷ ଟଙ୍କା ବିଲ୍ ପାସ ହେଇଯାଉଛି । ମଣିଷ ବଦଳରେ ମେସିନରେ ମନରେଗା କାମ ହେଉଛି । ପୋଖରୀ ଖୋଳା ହେଉଛି କିନ୍ତୁ କାଗଜ କଲମରେ।
ଜନ୍ମ ଦେଇନାହାନ୍ତି ସତ କିନ୍ତୁ ନିଜ ପିଲା ଭଳି ବଢାଇଛନ୍ତି । ସକାଳ ହେଲେ ନିଜର ଘର କାମ ସାରି, ହାତରେ ଛାଡୁ-କାତି ଧରି ଗଛ ଦେଖିବାକୁ ଜଙ୍ଗଲକୁ ବାହାରି ଯାଆନ୍ତି । କେବଳ ସରକାରୀ ଜମି ନୁହଁ ନିଜେ ମଧ୍ୟ ଯାଗା କିଣି ଗଛ ଲଗାଇଛନ୍ତି । ସରକାରୀ ଜମିରେ ଶ୍ରୀନାଥ ପ୍ରାୟ ୨୦ ହଜାର ଗଛର ରକ୍ଷଣାବେକ୍ଷଣ କରୁଛନ୍ତି ।
ଜଙ୍ଗଲରେ ଜୀବନ କାଟୁଛନ୍ତି ରାମଙ୍କ ପରିବାର, ଅନ୍ଧାରରେ ପିଲାଙ୍କ ଭବିଷ୍ୟତ ରହିବାକୁ ଘର ଖଣ୍ଡେ ନାହିଁ କି ପେଟକୁ ଦାନା ନାହିଁ । ଶେଷରେ ବାଧ୍ୟ ହୋଇ ଗାଁ ଛାଡ଼ି ଜଙ୍ଗଲରେ କନ୍ଦା ଖାଇ ଜୀବନ କାଟୁଛନ୍ତି ନଅ ପ୍ରାଣୀ କୁଟୁମ୍ବ ।
ଗଛମୂଳେ ବିତୁଛି ମାଆର ଜୀବନ । ମାଆକୁ ମିଳିଲା ଦଶ ମାସ ଦଶ ଦିନ ଗର୍ଭରେ ରଖି ଜନ୍ମ ଦେବା ଆଉ ପେଟ କାଟି ପେଟ ପୁରାଇବାର ପୁରସ୍କାର । ବଳ ସରିଗଲା ବୋଲି ପଦାକୁ କାଢିଦେଲେ ନିଜ ପରିବାର । ପାଞ୍ଚ ପୁଅ ଝିଅ ଥିବା ସତ୍ତ୍ୱେ ଗଛତଳେ ଜୀବନ କାଟୁଛନ୍ତି ବୃଦ୍ଧା।
ମହାରାଷ୍ଟ୍ର ରାଜନୀତିରେ ଆଉ ଏକ ମହାନାଟକ। ଶିବସେନା ଭଳି ଏନ୍ସିପି ଦୁଇଫାଳ। ଦଳୀୟ ସୁପ୍ରିମୋ ଶରଦ ପାୱାରଙ୍କ ସହିତ କୌଣସି ଆଲୋଚନା ନକରି, ମହାରାଷ୍ଟ୍ର ଏନଡିଏ ସରକାରରେ ସାମିଲ ହୋଇଛନ୍ତି ଅଜିତ ପାୱାରଙ୍କ ସମେତ ଏନ୍ସିପିର ବହୁ ବିଧାୟକ।