ରାଜଧାନୀ ଉପକଣ୍ଠ ରଘୁନାଥପୁରରେ ପରିବାର ଲୋକଙ୍କ ଆଖିରେ ଧୂଳି ଦେଇ ୫ଲକ୍ଷ ଟଙ୍କାର ସୁନା ଚେନ୍ ଧରି ଚମ୍ପଟ ନକଲି ନାଗା ସାଧୁ... କେଉଁଠୁ ଆସିଥିଲେ, କୁଆଡ଼େ ଗଲେ ଫଟୋ ଧରି ପୋଲିସ୍ ର ତନାଘନା...
ମକରାବାଗ ଅଞ୍ଚଳରେ ଜାଇକାର ଅସରନ୍ତି ବକ୍ସ ଡ୍ରେନ୍ କାମ ଯୋଗୁଁ ଲୋକେ ରାତି ଅନିଦ୍ରା...ଏଣେ ସାହି ଗଳିରେ ଲହଡି ଭାଙ୍ଗୁଛି ଆଣ୍ଠୁଏ ପାଣି, ଶୁଣୁନି ସିଏମସି...
ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସେପଟେ ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ଟ୍ୱିନ୍ ସିଟିରେ ବର୍ଷା ଲାଗି ରହିବ।
ଘର ଖୋଜୁଥିଲେ....ସାଇବର ଲୁଟେରାଙ୍କ ହାବୁଡରେ ପଡିଗଲେ । ପୁଣି ଠକେଇ ହେଲା ଆର୍ମି ନାଁରେ । ଦେଖନ୍ତୁ କଣ ଥିଲା ପୂରା ଷ୍ଟୋରୀ ?
ଏଇଟା ବିରଳ ଦୃଶ୍ୟ । ଆଲୋ ଆଲୋ...ଇଏ କଣ ? ନେତା ଧରୁ ଧରୁ ରଥ ରହିଗଲା ଯେ ? ମଲା ଆଉ କଣ ସେ ପାୱାର ଅଛି ଯେ ଧରୁ ଧରୁ ସବୁ ଘିଡିଘିଡି ହୋଇ ଗଡିବ ।
ମାତ୍ର ବର୍ଷେ ଭିତରେ କାମ ସରିଲା...୭୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେଲା । ହେଲେ ଶେଷରେ ଅଫିସ୍ ନୁହେଁ ବରଂ ମଦୁଆଙ୍କର ହେଲା ଆଡ୍ଡାସ୍ଥଳ । ବିଧାୟକଙ୍କ ହସ୍ତକ୍ଷେପ ପରେ ବି କର୍ଣ୍ଣପାତ କରୁନି ପ୍ରଶାସନ ।
ୟୁଟ୍ୟୁବ୍ ଦେଖି ବାଡିରେ ଲଗାଇଲେ ଭିନ୍ନ କିସମର ଆମ୍ବ ଗଛ । ପ୍ରବଳ ମାତ୍ରାରେ ଫଳୁଛି ଫଳ...କିଲୋ ପିଛା ପୁଣି ଦାମ୍ ରହିଛି ୨ ଲକ୍ଷରୁ ଅଧିକ ।
ଭୟଙ୍କର ସ୍ଥିତି । ସରକାରୀ ଜାଗାରେ ଘର କରି ରହୁଥିଲେ ଗରିବ ଖଟିଖିଆ ଲୋକେ...ଘର ଛାଡି ଯିବାକୁ କହୁଥିଲେ ଗାଁ ଲୋକେ । ସେମାନେ ନଯିବାରୁ ଦିନଦ୍ୱିପ୍ରହରେ ଘରେ ଲଗାଇ ଦେଲେ ନିଆଁ । ଏମିତି ସଙ୍ଗୀନ ଅଭିଯୋଗ ଆଣିଛନ୍ତି କ୍ଷତିଗ୍ରସ୍ତ ।
ଥାନାରେ ରହିଛି ହଜାର ହଜାର ଗାଡି । ଧୂଳି ମାଡିଗଲାଣି...ଅଧା ଗାଡିରେ ପାର୍ଟ୍ସ ବି ନାହିଁ । ମାମଲା ରୁଜୁ କରି ଦେଇ ବସୁଛି ପୋଲିସ୍ । ସ୍ଥିତି ଏମିତି ହେଲାଣି ଯେ ଜବତ ଗାଡିକୁ ଥାନାରେ ରଖିବାକୁ ଆଉ ଜାଗା ନାହିଁ
ଶବ ବୁହା ଗାଡ଼ି ଏବେ ଶବ ପାଲଟିଯାଇଛି। ସରକାରଙ୍କ ମହାପ୍ରୟାଣ ଯୋଜନା ଅନ୍ତର୍ଗତ ଗାଡ଼ି ଦୀର୍ଘଦିନ ହେଲାଣି ପଡ଼ି ରହି ଖତ ଖାଉଛି । କଟକ ସିଟି ହସ୍ପିଟାଲକୁ ଯୋଗାଇ ଦିଆଯାଇଥିବା ଗାଡି ସାଧାରଣଙ୍କ ହିତରେ ଆଦୌ ଲାଗିପାରୁନାହିଁ।
ଘୋଷଯାତ୍ରାରେ କାହିଁକି ବାରମ୍ବାର ମୋଡ଼ ଖାଇଲା ତାଳଧ୍ୱଜ ରଥ ? ୧୦ରୁ ଉର୍ଦ୍ଧ ସ୍ଥାନରେ ମୋଡ଼ ଖାଇବାରୁ ବଳଭଦ୍ରଙ୍କ ରଥ ଟଣାରେ ହେଲା କି ବିଳମ୍ବ ? ରଥରେ ମାତ୍ରାଧିକ ସେବକ ବସିବାରୁ ସମସ୍ୟା ? ନା ରଥ ନିର୍ମାଣରେ ରହିଗଲା ତ୍ରୁଟି ?
ପାନୀୟଜଳ ପ୍ରକଳ୍ପ ପାଇଁ ଭୁବନେଶ୍ବର ଶିଖରଚଣ୍ଡି ପାହାଡରୁ ମାତ୍ରାଧିକ ଗଛକଟାକୁ ନେଇ ଆନ୍ଦୋଳନ ତେଜିଥିବାବେଳେ ଆଜି ଗ୍ରାଉଣ୍ଡ ଜିରୋରେ ସରଜମିନ ତଦନ୍ତ କରିଛନ୍ତି ଏନଜିଟି ଟିମ୍।
ନଡ୍ଡା ଆସିଲେ ଆଉ ବର୍ଷିଲେ । ବିଜେପି କର୍ମୀଙ୍କୁ ବି ଟାସ୍କ ଦେଲେ । ଓଡ଼ିଶାରେ ସରକାର ଗଠନ ଲାଗି କର୍ମୀଙ୍କୁ ପଢ଼େଇଲେ ପାଠ। ତାସହ ଭୋଟରଙ୍କ ଆସ୍ଥା ଭାଜନ ଲାଗି ବତେଇଲେ ବାଟ ।
ବିଦ୍ୟୁତ୍ ଦେୟ ନିୟମରେ ବଡ଼ ପରିବର୍ତ୍ତନ। ଏଣିକି ଦିନର ଅଲଗା ଅଲଗା ସମୟ ପାଇଁ ଉପଭୋକ୍ତାଙ୍କୁ ଗଣିବାକୁ ପଡ଼ିବ ଭିନ୍ନ ଭିନ୍ନ ବିଦ୍ୟୁତ୍ ଦେୟ।
ବିଡିଓ ଥିବା ବେଳେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରା ପଡିଥିଲେ, ୨୦୨୦ ଯାଏଁ ନିଲମ୍ବନ ହେଲେ । ଆଉ ପୁଣି ପ୍ରମୋସନ ନେଇ ଚାକିରିରେ ଯୋଗ ଦେଇ ସାଢେ ୩ ବର୍ଷରେ ଆୟ କରିଛନ୍ତି ୫ କୋଟିର ସଂପତ୍ତି ।
ବାହୁଡ଼ାଯାତ୍ରା ପାଇଁ ଆଡପ ମଣ୍ଡପରେ ଆସନ୍ତା ୨୭ତାରିଖରେ ହେବାକୁ ଥିବା ନବମୀ ସଂଧ୍ୟା ଦର୍ଶନ ୫ଟାରୁ ବନ୍ଦ ହେବ । ୨୭ ତାରିଖ ସକାଳ ୭ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ନବମୀ ଦର୍ଶନ ପାଇଁ ସ୍ଥିର ହୋଇଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏପଟେ ଆସନ୍ତାକାଲି ତିନି ରଥର ହେବ ଦକ୍ଷିଣ ମୋଡ଼ ।
ଇଚ୍ଛା ଥିଲେ ସୁଯୋଗ ଆପେ ଆପେ ଆସେ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଗୌରପଡ଼ାର ଅଙ୍ଗୁର ଚାଷୀ ବଳଭଦ୍ର ବଢ଼େଇ ଏହାକୁ ପ୍ରମାଣ କରିଛନ୍ତି...
ଓଡ଼ିଶାର ମୂଳ ସଂସ୍କୃତି ହେଉଛି ଆଦିବାସୀ ସଂସ୍କୃତି । ଆଦିବାସୀ ସଂସ୍କୃତି ସହ ଜଗନ୍ନାଥଙ୍କର ରହିଛି ନିବିଡ ସଂପର୍କ । ଜଗନ୍ନାଥ ହେଉଛନ୍ତି ମୂଳତଃ ଶବର ଦେବତା । ଆଜି ସେହି ଶ୍ରୀଜଗନ୍ନାଥ ଓ ଶବର ସଂସ୍କୃତିକୁ ନେଇ ଦେଖିବା ଏହି ରିପୋର୍ଟ...
ଜଳ ହିଁ ଜୀବନ କିନ୍ତୁ ଶୁଦ୍ଧ ପାନୀୟ ଜଳ ଟିକେ ଆମ ପାଇଁ ସାତ ସପନ ବୋଲି କୁହନ୍ତି ଲୋକେ । ଗାଁରେ ଥିବା ନଳକୂପରୁ ପାଣି ଆସୁନି । ଯାହା ବାହାରୁଛି ତାକୁ ପିଇ ହେଉନି । ଭରସା କେବଳ ଗାଁଠୁ ଦୂର ଏକ ପୁରୁଣାକାଳିଆ କୂଅ । ସେଇ କୂଅରୁ ବି ମଣ୍ଡ ପାଣି ବାହାରୁଛି । ତାକୁ ନେଇ ଛାଣି ପିଇବାକୁ ବାଧ୍ୟ ହେଉଛନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି...
ପ୍ରଚାର ସର୍ବସ୍ୱ ନବୀନ ସରକାର ଥରେ ଏହି ଅବହେଳିତ ଗାଁକୁ ଦେଖନ୍ତୁ । ଆଉ ପରଖନ୍ତୁ ନିଜ ବିକାଶର ସ୍ଥିତି ଏଠି କେମିତି । କିଏ ଜାଣେ କାଲି ଯଦି ଗୋଡ଼ି ଖସି କାହାର ଜୀବନ ଚାଲିଯାଏ । କିଏ ରହିବ ଉତ୍ତରଦାୟୀ? ନବୀନ ସରକାର ଆଖି ଖୋଲି ଏ ଚିତ୍ର ଦେଖନ୍ତୁ ଆଉ ଏ ରାସ୍ତା ସମସ୍ୟା କେବେ ଲାଘବ ହେବ ସେ ନେଇ ପ୍ରତିଶ୍ରୁତି ଦିଅନ୍ତୁ....
ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଜିଉଙ୍କ ରଥଯାତ୍ରା । ଭକ୍ତଙ୍କ ପାଇଁ ରତ୍ନସିଂହାସନରୁ ଓହ୍ଲାଇ ଆସିଛନ୍ତି ମହାପ୍ରଭୁ । ଗତକାଲି ମହାପ୍ରଭୁଙ୍କ ଆଡ଼ପ ବିଜେ ହେଇଥିବାବେଳେ ଆଜି ଭକ୍ତଙ୍କ ପାଇଁ ବାହାରିଛି ଆଡ଼ପ ଅବଢ଼ା ।
ଟ୍ରକ ମାଲିକଙ୍କ ଲାଗି ବଡ଼ ଖବର । ଏଣିକି କ୍ୟାବିନ୍ରେ ଏସି ନଲଗାଇଥିଲେ ରାସ୍ତାରେ ଗଡିପାରିବନି ଟ୍ରକ୍ । ଜାଣନ୍ତୁ କେବେଠୁ ଲାଗୁ ହେବ ଏଇ ନିୟମ
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଉପଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସ ଟିମ୍ ରେଡ୍ କରିଛନ୍ତି। ଭଦ୍ରକ, ଭୁବନେଶ୍ୱର ସମେତ ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଛି।
ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏସ୍ କଂଗ୍ରେସର ମିଳିତ ଅଧିବେଶନରେ ନିଜ ଅଭିଭାଷଣ ରଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ଏବେ ସମୟ ଆସିଛି AI ଅର୍ଥାତ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର। ମାତ୍ର ମୁଁ ଅନ୍ୟ ଏକ AI କଥା କହୁଛି । ଏହି AI ହେଲା ଆମେରିକା ଓ ଇଣ୍ଡିଆ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ୭ ବର୍ଷରେ ବହୁତ କିଛି ବଦଳିଛି ମାତ୍ର ଭାରତ ଓ ଆମେରିକା ମଧ୍ୟରେ ସଂପର୍କ ଆହୁରି ନିବିଡ଼ ହୋଇଛିି। ଉଭୟ ଭାରତ ଓ ଆମେରିକା ମହାନ ଗଣତାନ୍ତ୍ରିକ ରାଷ୍ଟ୍ର। ଉଭୟ ରାଷ୍ଟ୍ର ଗଣତନ୍ତ୍ର ଉପରେ ବିଶ୍ୱାସ ରଖନ୍ତି।’
ଆଟଲାଣ୍ଟିକ ମହାସାଗରର ଅଥଳ ଜଳରାଶିରେ ସ୍ୱତନ୍ତ୍ର ଟାଇଟନ୍ ବୁଡାଜାହାଜ ବୁଡ଼ି ଯିବା ଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇଛି। ଗତ ରବିବାର ଦିନ ଟାଇଟାନିକ୍ ଜାହାଜର ଧ୍ୱଂସାବଶେଷ ଦେଖିବାକୁ ଏମାନେ ଯାଇଥିଲେ। ତେବେ ଯାତ୍ରା ଆରମ୍ଭର ମାତ୍ର ୨ ଘଣ୍ଟା ମଧ୍ୟରେ ମୁଖ୍ୟ ଜାହାଜ ସହ ଟାଇଟନ୍ର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।