ବୁର୍ଲା ଏମସିଏଲ ଗେଷ୍ଟ ହାଉସରୁ ବାହାରି ଭବାନୀପାଟଣା ପହଞ୍ଚିବା ପରେ ମାଆ ମାଣିକେଶ୍ୱରୀଙ୍କ ଦର୍ଶନ କରିବେ ନଡ୍ଡା । ପରେ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ମହାଜନ ସଂପର୍କ ସମାବେଶରେ ସାମିଲ ହେବେ ।
ଝାରସୁଗୁଡ଼ା ଜିଲ୍ଲା କାର୍ଯ୍ୟାଳୟରେ ବରଗଡ଼ ଲୋକସଭା କ୍ଷେତ୍ରର ୭ ବିଧାନସଭା ମଣ୍ଡଳିର କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଇ ପ୍ରାୟ ୨ ଶହ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ ନଡ୍ଡା। ସଙ୍ଗଠନ ସୁଦୃଢ ପାଇଁ ବି ଦେଇଥିଲେ ଟାକ୍ସ। ଏହା ସହ ୯ ବର୍ଷରେ ମୋଦି ସରକାରଙ୍କ ଉପଲବ୍ଧିକୁ ଠିକଣା ଢଙ୍ଗରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଫୋକସ କରିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ।
ଚାଲିଛି ମହାପ୍ରଭୁଙ୍କ ରଥଯାତ୍ରା । ଆଜି ଆଡ଼ପ ବିଜେ କରିଛନ୍ତି ଶ୍ରୀ ଜିଉ । ଆସନ୍ତାକାଲି ଭକ୍ତଙ୍କ ପାଇଁ ବାହାରିବ ଆଡ଼ପ ଅବଢ଼ା । ରୀତିନୀତି ଅନୁଯାୟୀ ଚାଲିଛି ଶ୍ରୀଜିଉଙ୍କ ନୀତିକାନ୍ତି ।
ଆମେରିକାର ପ୍ରଥମ ମହିଳା ଜିଲ୍ ବାଇଡେନଙ୍କୁ ସାଢ଼େ ସାତ କ୍ୟାରେଟର ସୁନ୍ଦର ସବୁଜ ହୀରା ଭେଟି ଦେଇଛନ୍ତି ପିଏମ୍ ମୋଦି । ସେପଟେ ଚର୍ଚ୍ଚାରେ ରହିଛି ରାଷ୍ଟ୍ରପତି ବାଇଡେନଙ୍କୁ ମୋଦିଙ୍କ ଚନ୍ଦନ କାଠରେ ନିର୍ମିତ ଆକର୍ଷଣୀୟ ବାକ୍ସ ଓ ଏଥିରେ ଥିବା ଦଶ ଦାନ....
ସ୍ୱାଭାବିକ ସମୟଠାରୁ ରାଜ୍ୟକୁ ପ୍ରାୟ ୧୦ ଦିନ ବିଳମ୍ବରେ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ।
ଓଡ଼ିଶା ଦଖଲ ପାଇଁ ବିଜେପିର ପଶ୍ଚିମ ଓଡ଼ିଶା ପ୍ରୟୋଗଶାଳା। ଦଳ ଆଉ ନେତୃତ୍ବଙ୍କ ଫୋକସ ପଶ୍ଚିମ ଓଡ଼ିଶା। ସେଇଥିପାଇଁ ପଶ୍ଚିମ ଓଡ଼ିଶାକୁ ଦୁଇ ଦିନିଆ ଗସ୍ତରେ ଆସି ପହଞ୍ଚିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା।
ଝଲସିବ ଶ୍ରୀମନ୍ଦିର ସିଂହଦ୍ବାର। ଲାଗିବ ଉତ୍କଳୀୟ କାରୁକାର୍ଯ୍ୟରେ ରୂପା ଖଚିତ କବାଟ। ଏଥିପାଇଁ ମୁମ୍ବାଇର ଜଣେ ଦାତାଙ୍କଠାରୁ ଅନୁଦାନ ଆକାରରେ ରୂପା ଆସିଛି।
ରତ୍ନବେଦୀରୁ ବାହାରିଥିଲେ ଧାଡ଼ି ପହଣ୍ଡିରେ, ଜନ୍ମବେଦୀକୁ ବିଜେ କରୁଛନ୍ତି ଗୋଟି ପହଣ୍ଡିରେ। ଶ୍ରୀଜିଉଙ୍କର ଆଜି ଚାଲିଛି ଆଡ଼ପ ବିଜେ। ମହାପ୍ରଭୁଙ୍କ ଏ ଅନନ୍ୟ ଯାତ୍ରା ଦେଖିବାକୁ ଲୋକରାଣ୍ୟ ଶ୍ରୀକ୍ଷେତ୍ର । ଆସନ୍ତାକାଲି ବାହାରିବ ଆଡପ ଅବଢ଼ା।
ହେ ଭାଇ..ଏଥର ସାର୍ ଅଛନ୍ତି କଟିଲା..ଲୋକେ କହିଲେ ଘିମିରି ବାହାରି ପଡ଼ିଲାଣି । ଗ୍ରୀନ୍ କରିଡୋର୍ ବୈଠକରେ ଦିନରେ ଅନ୍ଧାର ହେଇଗଲା ।
ଏମିତି ଦୁଃଖ ଭଗବାନ କାହାକୁ ନଦିଅନ୍ତୁ । ଘରେ ନ କହି ନଦୀକୁ ଗୋଧୋଇବାକୁ ଯାଇଥିଲା ଏକମାତ୍ର ପୁଅ । ନଈ ଟାଣିନେଲା । ଖାଲି ହୋଇଗଲା ବାପାମାଆଙ୍କ କୋଳ । ଏବେ କାହା ପାଟିରେ ନାହିଁ ଭାଷା ।
ପୁଣି ଶବକୁ ଅସମ୍ମାନ ! ମୃତଦେହକୁ ମିଳିଲାନି ମହାପ୍ରୟାଣ । ଆସିଲେନି ସାହି ପଡ଼ିଶା । ଟ୍ରଲିରେ ବୋହିନେଇ ସତ୍କାର କଲେ ସମାଜସେବୀ ।
ଆଜି ଖୋଲିଲା ବାହାନଗା ସ୍କୁଲ୍ । ନୂତନ ଶ୍ରେଣୀଗୃହ ନିର୍ମାଣ ପରେ ଆଜି ପୁଣି ଥରେ ସ୍କୁଲ୍ ଖୋଲିଛି । ଟ୍ରେନ୍ ଟ୍ରାଜେଡି ପରେ ସ୍କୁଲରେ ମୃତଦେହ ସବୁ ରଖାଯାଇଥିଲା ।
ହଇରେ ନାରଣ କ’ଣ ଖାଇବୁ କହ..ପିଠା, ମିଠା ନା କଦଳୀ..? ମେୟର ଖାଇଲେ ଆଇସକ୍ରିମ୍, ସାଂସଦ ଖାଇଲେ କଦଳୀ...
ଜନ୍ମମାଟିକୁ ଟାଣିଆଣିଲା ଗଛ ମୋହ..୧୦୮ ଗଛକୁ ପୋଷ୍ୟ ଭାବେ ଗ୍ରହଣ କଲେ ଆମେରିକାରେ ଚାକିରି କରୁଥିବା ବ୍ରହ୍ମପୁର ଯୁବକ...
ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅଧିନସ୍ଥ ଗଙ୍ଗାବାଡ ପଞ୍ଚାୟତର ଅଧିକାଂଶ ଗାଁକୁ ନିଜ କବ୍ଜାକୁ ନେବାକୁ ଦୀର୍ଘ ଦିନ ହେଲା ପ୍ରୟାସ କରିଆସୁଛି ଆନ୍ଧ୍ର...
ଶ୍ରୀକ୍ଷେତ୍ରରେ ଆଜି ପୁଣି ଆରମ୍ଭ ହୋଇଛି ରଥଟଣା । ଅଧା ବାଟରେ ଅଟକି ରହିଥିବା କାଳିଆର ନନ୍ଦିଘୋଷ ଓ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥଟଣା ହୋଇଛି।
ଆଜି ସାରା ବିଶ୍ୱରେ ପାଳନ ହେଉଛି ଯୋଗ ଦିବସ। ଏଥର ଯୋଗ ଦିବସର ଥିମ୍ ରହିଛି- ‘ବସୁଧୈବ କୁଟୁମ୍ବକମ୍’ । ୨୦୧୫ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ପାଳନ ହେଉଛି ଯୋଗ ଦିବସ
ଆସନ୍ତା ୨୪ ନିର୍ବାଚନରେ ଏଠାରୁ ଅଧିକ ଲୋକସଭା ସିଟ୍ ଜିତିବା ସହ ରାଜ୍ୟରେ ନିଜ ସରକାର ଗଠନ ମିଶନରେ ରହିଛି ବିଜେପି। ଖାସ୍ ସେଥିପାଇଁ ଆସନ୍ତା ୨୨ରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ସେପଟେ ନଡ୍ଡାଙ୍କ ଗସ୍ତ ରାଜ୍ୟ ବିଜେପି ପାଇଁ ଟର୍ଣ୍ଣିଂ ପଏଣ୍ଟ ହେବ ବୋଲି ଆଶା ରଖିଛନ୍ତି ଦଳର ରାଜ୍ୟ ସଭାପତି ମନମୋହନ ସାମଲ।
ସବୁ ବର୍ଷ ଭଳି ଏଥର ବି ରଥଯାତ୍ରାରେ ମାଧବଙ୍କ ଦର୍ଶନ ଅପେକ୍ଷା ମାନବ ସେବାକୁ ବ୍ରତ କରିଥିଲେ ବହୁ ବଦାନ୍ୟ ବ୍ୟକ୍ତି ଓ ଦାତବ୍ୟ ଅନୁଷ୍ଠାନ। ଶ୍ରୀଜିଉଙ୍କ ଦର୍ଶନ ଲାଗି ଶ୍ରୀକ୍ଷେତ୍ର ଧାଇଁ ଆସିଥିବା ଅଗଣିତ ଭକ୍ତଙ୍କୁ ସକାଳୁ ସନ୍ଧ୍ୟା ଯାଏଁ ନିରବଚ୍ଛିନ୍ନ ଭାବେ ଯୋଗାଇ ଦେଇଥିଲେ ଭିନ୍ନ ଭିନ୍ନ ସେବା। କିଏ ଖାଦ୍ୟ, କିଏ ପାନୀୟ ତ ଆଉ ଶୃଙ୍ଖଳା ରକ୍ଷା, ଆମ୍ବୁଲାନ୍ସ, ସେବା ଶୁଶ୍ରୁଷାରେ ହଜାଇ ଦେଇ ନିଜକୁ ଧନ୍ୟ ମନେ କରିଥିଲା।
ବଡ଼ଦାଣ୍ଡରେ ଆଜି ସଭିଏଁ ଏକ। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ସାଧାରଣ ଭକ୍ତ । ମହାପ୍ରଭୁଙ୍କୁ ଦର୍ଶନ ଲାଭ ପାଇଁ ସମସ୍ତେ ଛୁଟି ଆସିଥିଲେ ଶ୍ରୀକ୍ଷେତ୍ରକୁ। ମହାପ୍ରଭୁଙ୍କ ରଥ ଟାଣିଥିଲେ, ଆଖି ପୁରାଇ ଦର୍ଶନ କରିଥିଲେ। ଆଉ ସେପଟେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଜଳ ସ୍ଥଳ ଏବଂ ଆକାଶ ମାର୍ଗରୁ ପୁରୀ ଉପରେ ରହିଥିଲା ସୁରକ୍ଷା ବାହିନୀର କଡ଼ା ନଜର।
ରତ୍ନବେଦୀରୁ ଜନ୍ମବେଦୀ। ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଭାଇ-ଭଉଣୀଙ୍କ ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରିଛନ୍ତି ମହାପ୍ରଭୁ ଜଗନ୍ନାଥ। ସଅଳ ପହଣ୍ଡି ଓ ରଥ ଟଣା ସତ୍ତ୍ବେ ଏପର୍ଯ୍ୟନ୍ତ ଶରଧାବାଲିରେ ରଥ ପହଞ୍ଚିପାରିନି। ଏବେ ବି ଜାରି ରହିଛି ରଥଟଣା।
ବାହାନଗା ଟ୍ରେନ୍ ଟ୍ରାଜେଡି ନେଇ ରେଲୱେ ସିଗନାଲ୍ ଜେଇ ଅମୀର ଖାନଙ୍କୁ ସିବିଆଇର ଘନ ଘନ ଜେରା । ଗତକାଲି ସିଲ୍ କରିଥିବା ସୋରସ୍ଥିତ ଭଡ଼ାଘରେ ଆଜି ଅମୀରଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଛି ସିବିଆଇ। ଏପଟେ ଆଜି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବାହାନଗା ଗସ୍ତ କରି ଦୁର୍ଘଟଣା ସମୟରେ ସ୍ଥାନୀୟ ଲୋକଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣଇବା ସହ ବାହାନଗାର ବିକାଶ ଲାଗି ୨ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।
ଶ୍ରୀକ୍ଷେତ୍ର ପୁରୀରେ ତିନି ଠାକୁର ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ଶ୍ରୀମନ୍ଦିରରୁ ବାହାରି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଥିବା ବେଳେ ରାଜ୍ୟର ଅନ୍ୟ ପ୍ରମୁଖ ସ୍ଥାନରେ ମଧ୍ୟ ଭକ୍ତି ଭାବର ସହିତ ରଥ ଟଣା ଯାଇଛି ।
ଆଜି ଲୋକାରଣ୍ୟ ଶ୍ରୀକ୍ଷେତ୍ରରେ ବିଭୋର ସମସ୍ତେ..ଲୀଳାମୟଙ୍କୁ ଅଶ୍ରୁଳ ନୟନରେ କିଏ ଜଣାଇଛି ଅନ୍ତରର ଅପ୍ରକାଶିତ ଦୁଃଖ ତ ଆଉ କିଏ ଚର୍ମଚକ୍ଷୁରେ ଦର୍ଶନ କରି ଆତ୍ମ ବିଭୋର, ଭାବ ବିହ୍ୱଳ ।
ରଥ ଉପରେ ସେବା ଦେଉଛନ୍ତି ଲକ୍ଷେ ରାଜାଙ୍କ ମଉଡ଼ମଣି । ରଥରେ ଛେରାପହଁରା ସାରି ବାହାରୁଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ