ମୌସୁମୀ ଅଧିବେଶନର ପ୍ରଥମ ଦିନରେ ନିର୍ବାଚନୀ ବର୍ଷ ପାଇଁ ବିଧାନସଭାରେ ଆଗତ ହେଲା ୨୮ ହଜାର ୨ ଶହ କୋଟିର ଅତିରିକ୍ତ ବଜେଟ୍ । ଭୋଟ୍ ଲୋଭରେ ଏକାଧିକ ଲୋଭାଣିଆ ଯୋଜନା ପାଇଁ ଯେମିତି ଭଣ୍ଡାର ଖୋଲି ଦିଆଯାଇଛି । ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ୧୩୦୨ କୋଟି ଓ ଲକ୍ଷ୍ମୀ ଯୋଜନା ପାଇଁ ୫୫୬ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ତେବେ ରାଜ୍ୟରେ ଏବେ ବି ୧୯ ହଜାର ଟଙ୍କା ଉପରେ ରହିଛି ମୁଣ୍ଡପିଛା ଋଣଭାର । ଆଉ ସେପଟେ ଏଇ ଅଧିବେଶନ ହିଁ ଆଗାମୀ ନିର୍ବାଚନ ଲାଗି ରଣନୀତିର ଭିତ୍ତି ପକାଉଥିବାରୁ ସରକାରଙ୍କୁ ଘେରିବାକୁ ପ୍ରସଙ୍ଗର ଅସ୍ତ୍ର ସହ ପ୍ରସ୍ତୁତ ବିରୋଧୀ ।
Published By: Tanmay Kumar Mahalik
Last updated: 22 September 2023, 08:55 PM IST
କାହା ଗୁଡ୍ ବୁକ୍ ? ଗୁଡ୍ ବୁକ୍ରେ ରହିବାର ମାପ ଦଣ୍ଡ କ’ଣ ? କାହାକୁ ଇଙ୍ଗିତ କଲେ ବିଜେଡିର ବରିଷ୍ଠ ବିଧାୟକ ବଦ୍ରି ପାତ୍ର ? ୨୫ ବର୍ଷ ପରେ ବିଜେଡି ପଲିଟିକାଲ ଆଫେୟାର୍ସ କମିଟି ବା ପିଏସି ଗଢିଛି ।