Advertisment

ଗର୍ଜିଲେ ଅଙ୍ଗନୱାଡି କର୍ମୀ; ୧୦ ଦଫା ଦାବିରେ ଘେରିଲେ ବିଧାନସଭା

ସରକାରଙ୍କ ଆଗରେ ଦାବି ଦୋହରାଇଛନ୍ତି ଅଙ୍ଗନୱାଡି କର୍ମୀ । ତୁରନ୍ତ ସରକାରୀ ମାନ୍ୟତା ସହ ମଜୁରୀ ପ୍ରଦାନ, ମାନ୍ୟତା ମିଳିବା ପର୍ଯ୍ୟନ୍ତ ଅଙ୍ଗନୱାଡି କର୍ମୀଙ୍କୁ ମାସିକ ୧୮ ହଜାର ଏବଂ ସହାୟିକାକୁ ୯ ହଜାର ଟଙ୍କା ବେତନ ଦାବି ହୋଇଛି ।

author-image
Tanmay Kumar Mahalik

ପୁଣି ରାଜରାସ୍ତାରେ ଅଙ୍ଗନୱାଡି କର୍ମୀ । ୧୦ ଦଫା ଦାବି ନେଇ ଆଜି ଘେରିଛନ୍ତି ବିଧାନସଭା । ହଜାର ହଜାର ସଂଖ୍ୟାରେ ଅଙ୍ଗନୱାଡି କର୍ମୀ ଓ ସହାୟିକା ରାଲି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିସହ ସରକାରଙ୍କୁ ଚେତାଇ ଦେଇଛନ୍ତି, ଏଥର ପ୍ରତିଶ୍ରୁତି ପୂରଣ ନହେଲେ ଅସୁବିଧା ପାଇଁ ସରକାର ଦାୟୀ ରହିବେ । ସେପଟେ ଅଙ୍ଗନୱାଡ଼ି କର୍ମୀଙ୍କ ଆନ୍ଦୋଳନ ନେଇ ରାଜନୀତି ବି ତେଜିଛି ।

Advertisment
Bhubaneswar Anganwadi Workers
Advertisment
Advertisment