ଭିନ୍ନକ୍ଷମ ପୁଅ ନାମରେ ରାସନ କାର୍ଡ ଟିଏ କରିବା ପାଇଁ ହନ୍ତସନ୍ତ ବାପା ମା l ଶୁଣୁ ନାହିଁ ପ୍ରଶାସନ l ଏ ଚିତ୍ର ହେଉଛି ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଳକ ବାସିଙ୍ଗି ଗ୍ରାମର l ଗ୍ରାମର ବିରଞ୍ଚି ନାରାୟଣ ମହାନ୍ତ ଚାଷ କାମ ଓ କ୍ଷୀର ବେପାର କରି ପରିବାର ଚଳାନ୍ତି l ଘରେ ସ୍ତ୍ରୀ ସହିତ ତିନି ପୁଅ l ବଡ ପୁଅ ଅବିନାଶ ମହାନ୍ତ ଜନ୍ମରୁ ସମ୍ପୂର୍ଣ୍ଣ ଭିନ୍ନକ୍ଷମ l ବୟସ ଆସି ତେତିଶ ଛୁଇଁଲାଣି l ହେଲେ ଦୁର୍ଭାଗ୍ୟର ବିଷୟ, ଭିନ୍ନକ୍ଷମ ପ୍ରମାଣପତ୍ର ଥାଇ ମଧ୍ୟ ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି ଅବିନାଶ l
Published By: Prangyan Parimita
Last updated: 01 October 2023, 10:44 AM IST
କୁନି ବୟସରେ ସେ ବାପା ମାଆଙ୍କ ସହ ବାହାର ରାଜ୍ୟକୁ ଯାଇଥିଲା ଦାଦନ ଖଟି। ସେଠି ଇଲେକ୍ଟ୍ରି ସକ୍ ଖାଇ ତା ହାତଗୋଡ଼ ହରାଇଲା। କିନ୍ତୁ ଜଣେ ଜିଲ୍ଲା କଲେକ୍ଟର ତା ଜୀବନ ବଦଳାଇ ଦେଲେ। ଝିଆଟି ଆଜି ଜାତୀୟ ରେକର୍ଡ ସୃଷ୍ଟି କରିଛି।