Advertisment

ଜାତୀୟ ରାଜପଥ ପାଲଟିଛି ମୃତ୍ୟୁର ସୌଦାଗର; ପ୍ରତିଦିନ ଗଡୁଛି ମୁଣ୍ଡ

ମାଇଲ ମାଇଲ୍ ଧରି ଲମ୍ବିଯାଇଥିବା କଳା ମଚ୍ ମଚ୍ ରାସ୍ତା ଯେ ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇଦିଏ ତା’ନୁହେଁ, ବରଂ ଟିକିଏ ଅସାବଧାନତା ହେଲେ ସ୍ୱର୍ଗକୁ ବି ଦେଖାଇ ଦିଏ ବାଟ । ଏଇ ଯେମିତି ଗଞ୍ଜାମ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ । ଯାହା ପୂର୍ବରୁ ଦକ୍ଷିଣ ଭାରତ ଯାଏଁ ଯୋଡେ ଏହି NH । କିନ୍ତୁ ଖଲ୍ଲିକୋଟର ବଡ଼ଘାଟି ଓ ନାରାୟଣୀ ଛକ ମଧ୍ୟରେ ତ୍ରୁଟିପୂର୍ଣ୍ଣ ଡିଜାଇନ ଏବଂ ସତର୍କତା ପାଇଁ ସାଇନବୋର୍ଡ ନଥିବାରୁ ବାରମ୍ବାର ଘଟିଚାଲିଛି ଦୁର୍ଘଟଣା ।

author-image
Tanmay Kumar Mahalik

କେବଳ ରାଜ୍ୟ ରାଜପଥ ନୁହେଁ, ଜାତୀୟ ରାଜପଥ ବି ପାଲଟିଛି ମୃତ୍ୟୁର ସୌଦାଗର । ପ୍ରତିଦିନ ମୁଣ୍ଡ ଗଡୁଛି, ଅକାଳରେ ଧନହାନୀ ସହ ପ୍ରାଣପୀଡ଼ା ହେଉଛି । ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ଯାଏଁ ଲମ୍ବିଥିବା ଏନ୍.ଏଚ୍. ସତେଯେମିତି ଯାନ ଆରୋହୀଙ୍କୁ ମରଣମୁହଁକୁ ଠେଲି ଦେଉଛି । ୨୦୨୧ର NCRBର ରିପୋର୍ଟ କହୁଛି, ରାଜ୍ୟରେ ଜାତୀୟ ରାଜପଥରେ ୪ ହଜାର ୩୮ଟି ଦୁର୍ଘଟଣା ଘଟି ୧ହଜାର ୮୮୮ ଜଣଙ୍କ ପ୍ରାଣହାନୀ ହୋଇଛି । ହେଲେ କାହିଁକି ଓ କେମିତି ଘଟୁଛି ଦୁର୍ଘଟଣା ଆସନ୍ତୁ ଜାଣିବା ।

Advertisment
Accident National Highway
Advertisment
Advertisment