Advertisment

କିଏ ହେବେ ରାଜ୍ୟ ପୋଲିସର ପରବର୍ତ୍ତୀ ମୁଖିଆ ?

୧୯୮୮ ବ୍ୟାଚର୍ ଆଇପିଏସ୍ ଅଫିସର୍ ମନୋଜ ଛାବ୍ରା ଚଳିତ ମାସରେ ଚାକିରିରୁ ଅବସର ନେଉଥିବାରୁ ତାଙ୍କ ନାଁ ବିଚାରକୁ ନିଆଯିବ ନାହିଁ ବୋଲି କୁହଯାଉଛି।

author-image
Santosh Kumar Sahoo

ପାଖାପାଖି ୬ ମାସ ପରେ ନିର୍ବାଚନ । ତା ପୂର୍ବରୁ ଆସନ୍ତା ଡିସେମ୍ବରରେ ପୂରି ଯାଉଛି ଏବେକାର ପୋଲିସ୍ ଡିଜି ତଥା ୧୯୮୭ ବ୍ୟାଚର ଆଇପିଏସ୍ ଅଫିସର ସୁନିଲ ବଂଶଲଙ୍କ କାର୍ଯ୍ୟକାଳ । ନୂଆ ବର୍ଷରେ ନୂଆ ଡିଜିପି ଦେଖିବ ରାଜ୍ୟ । ତେବେ କାହା ଉପରେ ଭରସା କରିବେ ସରକାର ? ୧୯୮୮ ବ୍ୟାଚର୍ ଆଇପିଏସ୍ ଅଫିସର୍ ମନୋଜ ଛାବ୍ରା ଚଳିତ ମାସରେ ଚାକିରିରୁ ଅବସର ନେଉଥିବାରୁ ତାଙ୍କ ନାଁ ବିଚାରକୁ ନିଆଯିବ ନାହିଁ ବୋଲି କୁହଯାଉଛି। ସମାନ ୧୯୮୮ ବ୍ୟାଚର୍ ଅରୁଣ ରାୟ ଏବେ OSD ହୋମ୍ ଭାବେ ଦାୟିତ୍ୱ ତୁଲାଉଛନ୍ତି । ଯଦିଓ ସେ ଦାବିଦାର ହୋଇପାରନ୍ତି, କିନ୍ତୁ ତାଙ୍କ ଉପରେ ସରକାର ସେତେଟା ସନ୍ତୁଷ୍ଟ ନଥିବା ଚର୍ଚ୍ଚା ହେଉଛି ।

Advertisment
Odisha Odisha Police Odisha DGP
Advertisment
Advertisment